• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜିକାଲି ବଏ ଫ୍ରେଣ୍ଡ-ଗାର୍ଲ ଫ୍ରେଣ୍ଡର ଜମାନା । ଯୁବକ - ଯୁବତୀମାନେ ବଏ ଫ୍ରେଣ୍ଡ ଗାର୍ଲ ଫ୍ରେଣ୍ଡ ଧରି ବୁଲିବା, ଡେଟ୍‌ କରିବା, ଲଞ୍ଚରେ ଯିବା, ଡିନରରେ ଯିବା ଆଦି ଅତି ସାଧାରଣ କଥା । ସିଙ୍ଗିଲ ଲାଇଫ୍‌ କାଟିବାକୁ କେହି ବି ଚାହାନ୍ତି ନାହିଁ । ତେଣୁ ବିଭିନ୍ନ ମାଧ୍ୟମରେ ଆଜିକାଲିର ଯୁବପିଢ଼ି ଅତି ସହଜରେ ପ୍ରେମ ସମ୍ପର୍କରେ ଯୋଡ଼ି ହୋଇଯାଆନ୍ତି । ତେବେ ଏହାରି ଭିତରେ ଆମ ପାଖକୁ ଏମିତି ଏକ ଖବର ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କହିବେ କି ଯୁଗ ହେଲା..? କିଛି ନ ବୁଝି ନ ସୁଝି କେମିତି ପ୍ରେମ ହେଲା.. ?

ଜଣେ ଯୁବତୀ ନିଜ ଭାଇକୁ ବଏ ଫ୍ରେଣ୍ଡ ଭାବି ଲଗାତର ୬ ବର୍ଷ ଧରି ଡେଟ୍‌ କରି ଆସୁଥିଲେ । ଆଉ ଯେତେବେଳେ ବାହା ହେବେ ବୋଲି ସ୍ଥିର କଲେ ସେତେବେଳେ ଜାଣିଲେ ସେ ହେଉଛି ତାଙ୍କ ରକ୍ତ ସମ୍ପର୍କର ଭାଇ । ତେବେ ଉଭୟଙ୍କର ଏହି ପ୍ରେମ ସମ୍ପର୍କ ଢ଼େର ଆଗକୁ ବଢ଼ିଯାଇଛି । ଉଭୟ ଏକାଠି ରହିବା ଓ ଖାଇବା ସହ ବୁଲା ବୁଲି ମଧ୍ୟ କରିଛନ୍ତି । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିସାରିଛି । ପ୍ରେମ ସମ୍ପର୍କ ନିବିଡ଼ ହେବା ପରେ ଉଭୟ ବିବାହ କରିବେ ବୋଲି ସ୍ଥିର କରିଥିଲେ । ଏଥିପାଇଁ ଉଭୟ ନିଜ ନିଜର ପରିବାର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ଉଭୟ ପରିବାର ମଧ୍ୟ ଏକାଠି ଦେଖା ହୋଇଥିଲେ ଏବଂ ଆଲୋଚନା କରିଥିଲେ । 

ତେବେ ଉଭୟଙ୍କ ମଧ୍ୟରେ ଅନେକ ସମାନତା ରହିଥିବା ଲୋକ କହୁଥିଲେ । କିନ୍ତୁ ଏମାନେ ସେସବୁକୁ ଗୁରୁତ୍ୱ ନଦେଇ ଏହା କେବଳ ଭଲପାଇବା ବୋଲି ଭାବୁଥିଲେ । ବାସ୍ତବରେ ଭଲପାଇବା ଯେତିକି ଥିଲା ସେତିକି ରକ୍ତ ବା ଡିଏନ୍‌ଏ ସମ୍ପର୍କର ପ୍ରତିଫଳନ ଥିଲା । ସେମାନଙ୍କ ମଧ୍ୟରେ ଖୁବ୍‌ ଶୀଘ୍ର ବନ୍ଧୁତ୍ୱ ସୃଷ୍ଟି ହୋଇଥିଲା । ଖୁବ୍‌ କମ୍‌ ସମୟ ମଧ୍ୟରେ ଉଭୟ ଉଭୟଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ସେମାନଙ୍କ ଚଳଣି ମଧ୍ୟ ପ୍ରାୟ ସମାନ ଥିଲା । ଉଭୟଙ୍କ ମଧ୍ୟରେ ଭଲ ବୁଝାମଣା ମଧ୍ୟ ରହିଥିଲା । ଯୁବକଙ୍କୁ ୩୨ ବର୍ଷ ହୋଇଥିବା ବେଳେ ଯୁବତୀଙ୍କୁ ୩୦ ବର୍ଷ ।

ତେବେ ଏହି କାହାଣୀଟି ଖୋଦ୍‌ ଯୁବତୀ ହିଁ ଜଣାଇଛନ୍ତି । ନିଷ୍ଠାର ସହ ସେ ଏହାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ‘ହାଇସ୍କୁଲ ପଢ଼ା ପୂର୍ବରୁ ମୋତେ ଅନ୍ୟ ଏକ ପରିବାର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନେଇଥିଲେ । ସେହି ପରିବାର ଖୁବ୍‌ ଭଲ ଥିଲା । ମୋ ଭାଇକୁ ମଧ୍ୟ ସେମିତି ଏକ ଭଲ ପରିବାର ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଆମେ ଭିନ୍ନ ପରିବାରରେ ବଡ଼ ହୋଇଛୁ । କିନ୍ତୁ ପରିସ୍ଥିତି ଏମିତି ହୋଇଥିଲା ଯେ, ଆମକୁ ସମୟ ଏକାଠି କରିଥିଲା । ସେ ମୋତେ ଖୁବ୍ ଶୀଘ୍ର ପସନ୍ଦ ଆସିବାକୁ ଲାଗିଲେ ।’

‘ଏବେ ବି ଆମ ସମ୍ପର୍କ ଖୁବ୍‌ ମଜଭୁତ ରହିଛି । କାରଣ ଆମେ ପରସ୍ପରକୁ ଭଲ ଭାବେ ବୁଝିସାରିଛୁ । ଆମ ପ୍ରେମ ସମ୍ପର୍କରେ ସବୁ କିଛି ହୋଇଥିଲେ ମଧ୍ୟ ଭଗବାନଙ୍କ ଦୟାରୁ ଆମେ ସନ୍ତାନ ଜନ୍ମ କରିବା କଥା ନିଷ୍ପତ୍ତି ନେଇ ନାହୁଁ । ଉଭୟ ପରିବାର ଏକାଠି କଥା ହେବା ପରେ ଆମର ଡିଏନ୍‌ଏ ଟେଷ୍ଟ କରାଯାଇଥିଲା । ଆଉ ସେହି ରିପୋର୍ଟ ଦେଖିବା ପାଇଁ ମୁଁ ଅତ୍ୟନ୍ତ ଖୁସି ଥିଲି । କିନ୍ତୁ ଯେତେବେଳେ ରିପୋର୍ଟ ଆସିଲା ମୁଁ ହତବାକ୍‌ ହୋଇଗଲି । ରିପୋର୍ଟରୁ ଜଣାପଡ଼ିଲା ମୁଁ ଯାହାକୁ ୬ ବର୍ଷ ହେବ ଡେଟ୍‌ କରୁଥିଲି ସେ ମୋ ରକ୍ତ ସମ୍ପର୍କର ଭାଇ ।’

ଯୁବତୀ ଜଣଙ୍କ ଶେଷରେ ଏହା ମଧ୍ୟ କହିଛନ୍ତି ଯେ, ରିପୋର୍ଟ ଆସିବା ପରେ ସେ ସବୁ ଜାଣିପାରିଲେ କିନ୍ତୁ ତାଙ୍କ ଭାଇଙ୍କୁ ଏବିଷୟରେ ଜଣାଇଲେ ନାହିଁ । କାରଣ ସେ ଏବେ ତାଙ୍କୁ ନିଜ ଜୀବନର ପ୍ରେମ ବୋଲି ଭାବୁଛନ୍ତି ।