ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର । ସାଧରଣତଃ ଦୀପାବଳି ପୂର୍ବରୁ ସମସ୍ତେ ଘର ସଫା କରିଥାନ୍ତି । ଘର ସଫା କରୁଥିବାବେଳେ ଲୋକମାନେ କିଛି ଭୁଲି ଯାଇଥିବା ଅନେକ ଜିନିଷ ପାଇଥାନ୍ତି । କିନ୍ତୁ ଦୀପାବଳି ପୂର୍ବରୁ ଘର ସଫା କରୁଥିବା ବେଳେ ଜଣେ ମହିଳା ଏମିତି କିଛି ପାଇଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘର ସଫା କରୁଥିବା ବେଳେ ମହିଳା ଜଣକ ଘରୁ ଟଙ୍କା ପାଇଥିଲେ । କିନ୍ତୁ ଦୁଃଖର ବିଷୟ ଏହା କି ଏହି ଟଙ୍କା ଏବେ କେଉଁ କାମରେ ଲାଗିବନି । କାହିଁକି ଏହି ଟଙ୍କା ଏବେ ଚଳୁନାହିଁ । ବିମୁଦ୍ରାକରଣରେ ଏହି ଟଙ୍କା ପରିବର୍ତ୍ତନ ହୋଇସାରିଛି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Also Read
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟର ବଣ୍ଡଲ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଦୀପ୍ତି ଗାବା ନାମକ ଜଣେ ୟୁଜର୍ସ ସେୟାର କରିଛନ୍ତି । ଦୀପ୍ତି କହିଛନ୍ତି ଯେ ଦୀପାବଳି ପାଇଁ ଘର ସଫା କରିବା ସମୟରେ ସେ ଏହି ପୁରୁଣା ନୋଟଗୁଡ଼ିକର ବଣ୍ଡଲ ପାଇଥିଲେ । ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିବାବେଳେ ଦୀପ୍ତି ଲେଖିଛନ୍ତି ଯେ ‘ଏହା କ’ଣ ହୋଇଗଲା । ବିଚରା ପତ୍ନୀ ଏହାକୁ ଏତେ ଲୁଚାଇ ରଖିଥିଲେ ଯେ ୮ ବର୍ଷ ପରେ ଦୀପାବଳି ସଫା କରିବା ସମୟରେ ଏହା ମିଳିଲା । ବର୍ତ୍ତମାନ ଏହାକୁ ନେଇ କ’ଣ କରିବି ।
ଦୀପ୍ତିଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ, ଉପଭୋକ୍ତାମାନେ ମଧ୍ୟ ଏହି ଭିଡିଓରେ ମଜାଳିଆ କମେଣ୍ଟ ଦେଉଥିବାର ନଜର ଆସିଛି । ଜଣେ ଉପଭୋକ୍ତା ଲେଖିଛନ୍ତି, ତୁମେ କେତେ ଦିନ ପର୍ଯ୍ୟନ୍ତ ସଫା କରିନାହଁ ? ଏତେ ବର୍ଷ ପରେ କଲା, ଆଉ ଏବେ ଏହା ମିଳିଲା । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଏହି ଟଙ୍କାରେ ଆଶୀର୍ବାଦ ଅଛି, ମୁଁ କେବଳ ଏତିକି ହିଁ କହିବି ଅନ୍ୟଥା ଆପଣଙ୍କୁ ଖରାପ ଲାଗିବ । ତୃତୀୟ ଉପଭୋକ୍ତା ଲେଖିଛନ୍ତି, ସବୁ ଠିକ୍ ଅଛି କିନ୍ତୁ ଆପଣ କାହିଁକି ୮ ବର୍ଷ ଧରି କାହିଁ ଦୀପାବଳି ପାଳନ କରିନଥିଲ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ପୁରୁଣା ନୋଟ୍ ଦେଖି ଖୁସି ଲାଗିଲା, ଆପଣଙ୍କୁ ବହୁତ ଧନ୍ୟବାଦ ।
ତେବେ ଦୀପାବଳି ସଫା କରିବାର ସ୍ମୃତି ସମସ୍ତଙ୍କ ପାଇଁ ଭଲ ନୁହେଁ । ଏହାର ସଦ୍ୟତମ ଉଦାହରଣ ମୁମ୍ବାଇରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ଘର ସଫା କରିବା ସମୟରେ ଜଣେ ମହିଳାଙ୍କ ଅଳଙ୍କାର ଚୋରି ହୋଇଥିଲା । ଦୀପାବଳି ସଫା କରିବା ପାଇଁ ୫୫ ବର୍ଷ ବୟସ୍କା ମହିଳା ଲୀନା ମାତ୍ରେ ସଫା କରିବା ପାଇଁ କିଛି କର୍ମଚାରୀଙ୍କ ସାହାଯ୍ୟ ନେଇଥିଲେ । କିନ୍ତୁ ସେମାନେ ଘର ସଫା କରିବେ କ’ଣ ବରଂ ମହିଳାଙ୍କ ୪ ଲକ୍ଷର ଅଳଙ୍କାର ନେଇ ପଳାଇଥିଲେ । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି ।