Advertisment

ପୋଖରୀରେ ଥିଲା କୁମ୍ଭୀର, ହଠାତ୍ ବାଡି ଧରି ପଶିଗଲେ ମହିଳା; ଆଶ୍ଚର୍ଯ୍ୟ କରିବ ଭିଡିଓ

କୁମ୍ଭୀର ସହ ବନ୍ଧୁତା ଆପଣ ଶୁଣିଛନ୍ତି କି? ଏପରି ଜଣେ ସାହାସୀ ମହିଳା ଯିଏ କି କୁମ୍ଭୀର ସହ ମିତ ବସିଛନ୍ତି। ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

author-image
Sonali Ojha
alligator

alligator

କୁମ୍ଭୀର ଏକ ଭୟଙ୍କର ଜନ୍ତୁ। ଏହାକୁ ଦେଖିବା ମାତ୍ରେ ଭୟ ଲାଗିଥାଏ। ଅନେକ ସମୟରେ ସୋସିଆଲ ମିଡିଆରେ କୁମ୍ଭୀର ଆକ୍ରମଣର ଭିଡିଓ ଦେଖିବାକୁ ମିଳିଥାଏ। ଯାହାକୁ ଦେଖି ଖୁବ୍‌ ଭୟ ଲାଗିଥାଏ। ମାତ୍ର କୁମ୍ଭୀର ସହ ବନ୍ଧୁତା ଆପଣ ଶୁଣିଛନ୍ତି କି? ଏପରି ଜଣେ ସାହାସୀ ମହିଳା ଯିଏ କି କୁମ୍ଭୀର ସହ ମିତ ବସିଛନ୍ତି। ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ତାଙ୍କର ଏପରି ସାହସ ଦେଖି ୟୁଜର୍ସ ବାଃ ବାଃ କହିଛନ୍ତି।

Advertisment

ସୋଲିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଜଣେ ମହିଳା କୁମ୍ଭୀର ସହ ନଜର ଆସିଛନ୍ତି। ଇନଷ୍ଟାଗ୍ରାମ ବ୍ୟବହାରକାରୀ ଗାବି (@gabbynikolle) ଙ୍କ ଆକାଉଣ୍ଟକୁ ଦେଖି ଆପଣ ବୁଝିବେ ଯେ ସେ ହିଂସ୍ର ଜନ୍ତୁକୁ କେତେ ପସନ୍ଦ କରନ୍ତି । ତାଙ୍କର ଅଧିକାଂଶ ଭିଡିଓ କୁମ୍ଭୀର ସହିତ ହିଁ ରହିଛି। ନିକଟରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କୁମ୍ଭୀର ସହିତ ଗାଧୋଉଥିବାର ନଜର ଆସିଛନ୍ତି। ଗାବି ପଶୁମାନଙ୍କୁ ଉଦ୍ଧାର କରନ୍ତି ଏବଂ ସେମାନଙ୍କ ପାଇଁ ଏକ ଅଭୟାରଣ୍ୟ ସୃଷ୍ଟି କରିବା ତାଙ୍କର ସ୍ୱପ୍ନ ବୋଲି ସେ କହନ୍ତି।

ମହିଳା ଜଣକ ଗୋଟିଏ ବାଡି ଧରି ପାଣି ଭିତରକୁ ପିଶିଛନ୍ତି। କେବଳ ସେତିକି ନୁହେଁ ସେ ତାକୁ ଖୁଆଇବା ପାଇଁ ପାଇଁ ଭିତରକୁ ମଧ୍ୟ ଯାଇଛନ୍ତି। ଅତି ଆପଣାର ଭଳି ତାକୁ ଖାଦ୍ୟ ମଧ୍ୟ ଖୁଆଉଛନ୍ତି ଓ ତା ସହ କଥା ବି ହେଉଛନ୍ତି। କୁମ୍ଭୀର ବି ତାଙ୍କୁ ନିଜର ଭାବି ନେଇଛି। ଯେଉଁ କୁମ୍ଭୀର ପାଣିରେ ଆକ୍ରମଣାତ୍ମକ ହୋଇଉଠେ ସେ ମହିଳାଙ୍କ ସହ ଅତି ସାଧାରଣ ବ୍ୟବହାର କରୁଛି। ସେ ଦେଉଥିବା ଖାଦ୍ୟ ଖାଉଥିବା ନଜର ଆସିଛି।

Advertisment

ଭାଇରାଲ୍ ଭିଡିଓରେ ଗାବି ଜଙ୍ଗଲ କିମ୍ବା ପାର୍କ ପରି ଏକ ସ୍ଥାନରେ ଅଛନ୍ତି। ତାଙ୍କ ହାତରେ ଗୋଟିଏ ବାଡ଼ି ଅଛି। ପୋଖରୀରେ ପୂର୍ବରୁ ଏକ ବଡ କୁମ୍ଭୀର ଅଛି, ଯାହାର ନାମ ସେ ବେଲା ରଖିଛନ୍ତି । ବେଲା ଗୋଟିଏ ମାଈ କୁମ୍ଭୀର ଏବଂ ସେ ମଧ୍ୟ ଅତ୍ୟନ୍ତ ହିଂସ୍ର। ଏହି କାରଣରୁ, ଗାବି ଏବଂ ତାଙ୍କ ଟିମ୍‌ ବେଲାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଭିଡିଓରେ, ଗାବି ପାଣି ଭିତରକୁ ଯିବା ମାତ୍ରେ ବେଲା ତାଙ୍କ ନିକଟକୁ ଆସୁଛି । ଏହା ପରେ ଗାବି କୁମ୍ଭୀରକୁ ଖାଇବାକୁ ଦେଉଛନ୍ତି।ତେବେ କୁମ୍ଭୀରକୁ ଖାଇବାକୁ ଦେବା ପାଇଁ ପାଣି ଭିତରକୁ ପ୍ରବେଶ କରିବା ଅତ୍ୟନ୍ତ ବିପଜ୍ଜନକ କାର୍ଯ୍ୟ । ତେଣୁ ଲୋକମାନେ ଏହି ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି। ଏଯାଏ ଭିଡିଓଟିକୁ ୩ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ୟୁଜର୍ସ ଏହାକୁ ନେଇ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଗାବିକୁ ଛୁଇଁଲେ କିପରି ଅନୁଭବ ହୁଏ ?ଅନ୍ୟ ଜଣେ ୟୁଜର କହିଛନ୍ତି ଗାବିଙ୍କର ବହୁତ ସାହସ, ମାନିବାକୁ ପଡିବ।

Crocodile
Advertisment
Advertisment