Advertisment

Viral: ପର ସ୍ତ୍ରୀ ସହ ସ୍ୱାମୀଙ୍କ ସଂପର୍କକୁ ନେଇ ଖୁସି ହେଲେ ପତ୍ନୀ

ସ୍ୱାମୀ ଯଦି ଆଉ କେଉଁ ମହିଳା ସହ ପ୍ରେମ ସଂପର୍କ ରଖେ କୋଉ ସ୍ତ୍ରୀ ବା ସହିବ। ଏଠି କିନ୍ତୁ କିଛି ବ୍ୟତିକ୍ରମ ଦେଖାଦେଇଛି। ଏହି ଘଟଣାରେ ସ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏହାର କାରଣ କ’ଣ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Wife Happy With Husband's Extra Marital Affair

Wife find husband affair says best thing that ever happened to me

କୁହାଯାଏ ପତି-ପତ୍ନୀ ସାତ ଜନ୍ମର ସାଥୀ। ବେଦମନ୍ତ୍ରର ଉଚ୍ଚାରଣରେ ଅଗ୍ନିକୁ ସା‍କ୍ଷୀ ରଖି ଉଭୟ ପରସ୍ପରଙ୍କୁ ନିଜର କରିଥାନ୍ତି, ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ବିଶ୍ୱାସ ଏବଂ ପ୍ରେମରେ ହିଁ ଚାଲିଥାଏ। ଏଥିରୁ ଗୋଟିଏ ବି ଉଣା ହେଲେ ସେ ସମ୍ପର୍କ ତିଷ୍ଠି ରହିବା ଅସମ୍ଭବ।

Advertisment

ଦେଖାଯାଏ ଯେ ପ୍ରାୟତଃ ପୁରୁଷମାନେ ସଂପର୍କରେ ଅବିଶ୍ୱାସ ସୃଷ୍ଟି କରନ୍ତି, ଯାହା ପରେ କେବଳ ନିଜ ଜୀବନ କଷ୍ଟସାଧ୍ୟ ହୁଏ ନାହିଁ, ବରଂ ତାଙ୍କ ସାଥୀଙ୍କ ଜୀବନ ମଧ୍ୟ ଦୁଖରେ ଭରିଯାଏ। କିନ୍ତୁ ଏଠି କିଛି ଅଲଗା ଦେଖିବାକୁ ମିଳିଛି। ଯେତେବେଳେ ଜଣେ ପତ୍ନୀ ଜାଣିବାକୁ ପାଇଲେ, ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଛନ୍ତି, ସେ ଦୁଃଖିତ ହେବା ପରିବର୍ତ୍ତେ ଖୁସି ବ୍ୟକ୍ତ କରିଛନ୍ତି।

ଅଧିକ ପଢ଼ନ୍ତୁ: ବିଚିତ୍ର ସଂପର୍କ: ସ୍ୱାମୀଙ୍କୁ ଛାଡ଼ି ନଣନ୍ଦକୁ ବାହା ହୋଇଗଲା ୨ ପିଲାର ମା’

Advertisment

ଏକ ରିପୋର୍ଟ ଅନୁଯାୟୀ, ଚାରିଟୀ କ୍ରେଗ୍ ଏବଂ ତାଙ୍କ ସ୍ୱାମୀ ମ୍ୟାଟ୍ କ୍ରେଗ୍ ଯେତେବେଳେ ଛୋଟ ଥିଲେ ଏକ ଚର୍ଚ୍ଚ କ୍ୟାମ୍ପ୍‌ରେ ଭେଟିଥିଲେ ଏବଂ ଉଭୟ ୨୦୦୪ ମସିହାରେ ବିବାହ କରିଥିଲେ। ସେତେବେଳେ ଚାରିଟୀ ୨୧ବର୍ଷର ହୋଇଥିବାବେଳେ ମ୍ୟାଟ୍ ୨୫ ବର୍ଷର ହୋଇଥିଲା। ଉଭୟଙ୍କର ୪ଟି ସନ୍ତାନ ଅଛନ୍ତି। ବିବାହ ପରେ କିଛି ସମୟ ପାଇଁ, ଉଭୟଙ୍କ ଜୀବନ ବହୁତ ଭଲ ଚାଲିଥିଲା, ତଥାପି ସେ ଜାଣି ନଥିଲେ ଯେ ତାଙ୍କ ସ୍ୱାମୀ ମ୍ୟାଟ୍‌ ତାଙ୍କ ପଛରେ କ’ଣ କରୁଛନ୍ତି।

ଚାରିଟି ୨୦୧୨ ମସିହାରେ ମ୍ୟାଟ୍‌ଙ୍କ ବିଷୟରେ ଏକ ବଡ ରହସ୍ୟ ଜାଣିବାକୁ ପାଇଲେ। ଏହା ଜାଣିବା ମାତ୍ରେ ତାଙ୍କ ପାଦ ତଳୁ ମାଟି ଖସିଗଲା। ଜଣେ ମହିଳାଙ୍କ ସହ ମ୍ୟାଟ୍‌ଙ୍କ ଚୋରାପୀରତି ଚାଲିଥିଲା। ଚାରିଟି ତାଙ୍କ ଚାଟ୍‌କୁ ପଢିଦେଇଥିଲେ। ମ୍ୟାଟ୍ ସଂଗୀତ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିଲେ ଏବଂ ଏ କ୍ଷେତ୍ରରେ ଗିର୍ଜାରେ କାମ କରୁଥିଲେ।

ଯେତେବେଳେ ତାଙ୍କର ରହସ୍ୟ ପ୍ରକାଶ ପାଇଲା, ସେତେବେଳେ ଉଭୟଙ୍କ ଜୀବନ ନଷ୍ଟ ହୋଇଯାଇଥିଲା। ସେ ସଙ୍ଗେ ସଙ୍ଗେ ନମ୍ବର ବଦଳାଇଦେଲେ ଓ ତାଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ। ତାଙ୍କୁ ପରିବାର ସହିତ ରହିବାକୁ ପଡିଲା କିନ୍ତୁ ଦୁହିଁଙ୍କ ଅବସ୍ଥା ଭଲ ନଥିଲା। ସେଥିପାଇଁ ଦୁହେଁ ଅଲଗା ରହିବାକୁ ଆରମ୍ଭ କଲେ। ଦୁହେଁ ଏକ ବର୍ଷ ଅଲଗା ରହିଲେ ଏବଂ ସେମାନେ ଭାବିଲେ ଯେ ଏହା ପରେ ସେମାନେ ଛାଡପତ୍ର ହେବେ, କିନ୍ତୁ ତାହା ହୋଇ ନଥିଲା।

ଚାରିଟି କୁହନ୍ତି ଯେ ଏହି ଘଟଣା ପରେ ଦୁହେଁ ଥେରାପିରେ ଯୋଗ ଦେଇଥିଲେ କାରଣ ଗୋଟିଏ ପଟେ ମ୍ୟାଟ୍‌ ମଧ୍ୟ ଦୁଖୀ ଥିଲେ, ଅନ୍ୟ ପଟେ ସେ ମଧ୍ୟ ଡିପ୍ରେସନ ଦେଇ ଗତି କରୁଥିଲେ। ଗୋଟିଏ ବର୍ଷରେ ଦୁହେଁ ନିଜ ଉପରେ ବହୁତ କାମ କଲେ। ମ୍ୟାଟ୍ ଜଣେ ଭଲ ମଣିଷ ହୋଇଗଲେ ଏବଂ ତାଙ୍କ ଜୀବନଶୈଳୀକୁ ସଂପୂର୍ଣ୍ଣ ରୂପେ ବଦଳାଇଦେଲେ। ଏହା ପରେ ଦୁହେଁ ପରସ୍ପରଙ୍କର ନିକଟତର ହୋଇଥିଲେ ଏବଂ ୧ ବର୍ଷ ଅଲଗା ରହିବା ପରେ ସେମାନେ ପୁନର୍ବାର ମିଶିଥିଲେ।

ଏହା ପରେ ସେମାନଙ୍କ ଜୀବନ ପରିବର୍ତ୍ତନ ହୋଇଯାଇଛି। ବର୍ତ୍ତମାନ ଚାରିଟୀ ମହିଳାମାନଙ୍କୁ ଏପରି ପରିସ୍ଥିତିର କିପରି ମୁକାବିଲା କରିବାକୁ ହେବ ଶିଖାନ୍ତି। ସେ ଏବେ ଜଣେ ମ୍ୟାରେଜ୍ କୋଚ୍ ହୋଇଯାଇଛନ୍ତି। ସେହି ଆଫେୟାର୍ସ ତାଙ୍କ ଜୀବନକୁ ପରିବର୍ତ୍ତନ କରିଛି ବୋଲି ସେ କୁହନ୍ତି।

Extra Marital Affair Social Media Love Affair Ajab Gajab Ajab Gajab News
Advertisment
Advertisment