Advertisment

ବିଚିତ୍ର ସଂପର୍କ: ସ୍ୱାମୀଙ୍କୁ ଛାଡ଼ି ନଣନ୍ଦକୁ ବାହା ହୋଇଗଲା ୨ ପିଲାର ମା’

ସାମ୍ନାକୁ ଆସିଛି ଏକ ଭିନ୍ନ ଧରଣାର ପ୍ରେମ କାହାଣୀ। ଭାଉଜ-ନଣନ୍ଦଙ୍କ ଅଦ୍ଭୁତ ପ୍ରେମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାନ ନଣନ୍ଦର ପ୍ରେମରେ ପଡିଗଲେ ଭାଉଜ। ହୋଇଗଲେ ବାହା। ଦୁହେଁ ସ୍ୱାମୀ ଓ ସ୍ତ୍ରୀ ପରି ରହୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Woman 'Marries' Husband's Sister in Bihar

Woman 'marries' husband's sister in Bihar

ସାମ୍ନାକୁ ଆସିଛି ଏକ ଭିନ୍ନ ଧରଣର ପ୍ରେମ କାହାଣୀ। ଭାଉଜ-ନଣନ୍ଦଙ୍କ ଅଦ୍ଭୁତ ପ୍ରେମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଭାଉଜଙ୍କୁ ତାଙ୍କ ସାନ ନଣନ୍ଦଙ୍କ ପ୍ରେମ ହୋଇଯାଇଛି। ଦୁହେଁ ସ୍ୱାମୀ ଓ ସ୍ତ୍ରୀ ପରି ଜୀବନଯାପନ କରୁଛନ୍ତି। ମହିଳାଙ୍କ ସ୍ୱାମୀ ଏବଂ ତାଙ୍କର ଦୁଇ ପିଲା ମଧ୍ୟ ଅଛନ୍ତି।

Advertisment

ଏହି ମାମଲା ବିହାର ସମସ୍ତୀପୁର ଜିଲ୍ଲାର ରୋସରା ପୋଲିସ ଷ୍ଟେସନ ଅଧୀନରେ ଥିବା ଧାରା ଗ୍ରାମର ବୋଲି ଜଣାଯାଇଛି।

କୁହାଯାଏ ଯେ ଶୁକ୍ଲା ଦେବୀ(୩୨) ହିନ୍ଦୁ ରୀତିନୀତି ଅନୁସାରେ ୨୦୧୩ରେ ପ୍ରମୋଦ ଦାସଙ୍କୁ ବିବାହ କରିଥିଲେ। ବିବାହ ପରେ ପ୍ରମୋଦ ଏବଂ ଶୁକ୍ଲାଙ୍କ ଜୀବନ ବହୁତ ସୁରୁଖୁରୁରେ ଚାଲିଥିଲା ​​ଏବଂ ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ହୋଇଥିଲେ। ଏହି ସମୟରେ ଶୁକ୍ଲାଙ୍କର ତାଙ୍କର ୧୮ ବର୍ଷିୟ ନଣନ୍ଦ ସୋନି ଦେବୀଙ୍କ ସହ ପ୍ରେମ ହୋଇଗଲା।

Advertisment

ଅଧିକ ପଢ଼ନ୍ତୁ: ଅଜବ ବିବାହ: ଯାଆଁଳା ଭଉଣୀଙ୍କୁ ମିଳିଗଲେ ଯାଆଁଳା ଭାଇ

ଶୁକ୍ଲା ମଧ୍ୟ ପାଞ୍ଚ ମାସ ପୂର୍ବରୁ ତାଙ୍କ ନଣନ୍ଦ ସୋନିଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ନଣନ୍ଦଙ୍କୁ ବିବାହ ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ଜୀବନଯାପନ ଆରମ୍ଭ କରିଥିଲେ। ଏ ବିଷୟରେ ତାଙ୍କ ସ୍ୱାମୀ ପ୍ରମୋଦ ମଧ୍ୟ ସୂଚନା ପାଇଥିଲେ। କିନ୍ତୁ ଉଭୟଙ୍କ ସହମତିରେ ଏହି ବିବାହ ହୋଇଥିବାରୁ ସେ କିଛି କହିପାରି ନଥିଲେ। ନିଜ ନଣନ୍ଦ ସହିତ ଶୁକ୍ଲାଙ୍କ ବିବାହରେ ତାଙ୍କ ସ୍ୱାମୀ ପ୍ରମୋଦଙ୍କର କୌଣସି ଆପତ୍ତି ନଥିଲା। ପ୍ରମୋଦ କହିଛନ୍ତି ଶୁକ୍ଲାଙ୍କ ଯାହା ପସନ୍ଦ ସେ ତାହା କରିବା ଉଚିତ୍, ଆମେ ତାଙ୍କ ନିଷ୍ପତ୍ତି ସହିତ ସବୁବେଳେ ରହିଛୁ।

କୁହାଯାଏ ଯେ, ଘଟଣା ଦିନ ଶୁକ୍ଲାଙ୍କ ବଡ଼ ନଣନ୍ଦ ଉଷା ଦେବୀ ୧୦-୧୫ ଲୋକଙ୍କ ସହ ତାଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ ସୋନି କୁମାରୀଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ଏହା ପରେ ଶୁକ୍ଲା ତାଙ୍କ ବଡ ନଣନ୍ଦ ଉଷା ଦେବୀଙ୍କ ନାଁରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ପତ୍ନୀ ସୋନିଙ୍କୁ ଅପହରଣ କରିଛନ୍ତି। ସେ ଏହି ଅପହରଣ ଅଭିଯୋଗ ରୋସରା ପୋଲିସ ଷ୍ଟେସନରେ କରିଥିଲେ।

ଯେତେବେଳେ ଶୁକ୍ଲାଙ୍କୁ ପଚରାଯାଇଥିଲା ଯେ ବିବାହ କଲା ପରେ ବି ସେ କାହିଁକି ଜଣେ ଝିଅକୁ ବିବାହ କଲେ। ଏହାର ଉତ୍ତରରେ ସେ କହିଛନ୍ତି ଯେ “ବିବାହ କଲେ କ’ଣ ହେଲା, ଯେଉଁଠି ପ୍ରେମ ଅଛି ମୁଁ ସେଠି ରହିବି। ଏହି ବିବାହ କରି ଆମେ ଏବେ ବହୁତ ଖୁସି। ମୁଁ ବିଶ୍ୱାସ କରେ ହୃଦୟ ହେଉଛି ପ୍ରେମର ଘର। ଆମେ ଉଭୟ ଉଭୟଙ୍କୁ ହୃଦୟରୁ ଭଲ ପାଉ। ଏହା ଆମର ମନୋରଂଜନ ନୁହେଁ, ଏହା ପ୍ରକୃତ ପ୍ରେମ। ସୋନି ଖୁବ୍ ଭଲ।”

ଏହି ବିବାହକୁ ନେଇ ତାଙ୍କ ସ୍ୱାମୀ ପ୍ରମୋଦ ମଧ୍ୟ କହିଛନ୍ତି ଯେ “ମୋର ଏଥିରେ କୌଣସି ଅଭିଯୋଗ ନାହିଁ। ସେ ଯଦି ଏଥିରେ ଖୁସି ତେବେ ମୁଁ ବି ଖୁସି।”

ତେବେ ବିବାହ ପରେ ଶୁକ୍ଲା ଦେବୀ ତାଙ୍କ ନାଁ ପରିବର୍ତ୍ତନ କରି ସୁରଜ କୁମାର ରଖିଛନ୍ତି ଆଉ ପୁରୁଷ ଭଳି ଛୋଟ ଛୋଟ ଚୁଟି ରଖିବା ସହ ପୋଷାକ ମଧ୍ୟ ପିନ୍ଧୁଛନ୍ତି। ଖାଲି ଏତିକି ନୁହେଁ ସେ ମଧ୍ୟ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିବାକୁ ଯୋଜନା କରିଥିଲେ। କିନ୍ତୁ ଏନେଇ ସର୍ଜରୀ କରିବାକୁ ପଡିବ ଜାଣି ଭୟ ପାଇଯାଇଥିଲେ ଏବଂ ନିଷ୍ପତ୍ତିକୁ ପରିବର୍ତ୍ତନ କରିଥିଲେ।

ଏହି ମାମଲାରେ ଥାନା ଅଧିକାରୀ କୃଷ୍ଣ ପ୍ରସାଦ କହିଛନ୍ତି ଯେ ଶୁକ୍ଲା ନାମକ ଜଣେ ମହିଳା ପୋଲିସ ଷ୍ଟେସନରେ ଆବେଦନ କରିଛନ୍ତି ଏବଂ ତାଙ୍କ ପତ୍ନୀ ସୋନି ଦେବୀଙ୍କ ଅପହରଣ ବିଷୟରେ କହିଛନ୍ତି। ଘଟଣାର ଅନୁସନ୍ଧାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦେଖନ୍ତୁ ଭିଡିଓ | ଛି ! ଛି ! ବୁଢ଼ା ବୟସରେ ବୋହୂକୁ ବାହା ହେଲେ ଶ୍ୱଶୁର

Marriage Ajab Gajab Ajab Gajab News
Advertisment
Advertisment