Advertisment

Popular Foreign Destination: କାହିଁକି ଏହି ମୁସଲିମ ଦେଶକୁ ବୁଲିବାକୁ ଯାଆନ୍ତି ଭାରତୀୟ, କାରଣ ଜାଣିଲେ ଆପଣ ବି ନିଜକୁ ରୋକି ପାରିବେନି !

ସାଧାରଣତଃ ଭାରତୀୟ ପର୍ଯ୍ୟଟକମାନେ ଦୁବାଇ, ସିଙ୍ଗାପୁର ଓ ଥାଇଲାଣ୍ଡ ଅଧିକ ଯାଉଥିବାର ଦେଖାଯାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ତାଲିକାରେ ଆଉ ଏକ ମୁସଲିମ ଦେଶ ଯୋଡି ହୋଇଛି, ଯେଉଁଠିକୁ ଭାରତୀୟମାନେ ପାଣି ଭଳି ଟଙ୍କା ଉଡାଇ ବୁଲିବାକୁ ଯାଉଛନ୍ତି ।

author-image
Namita Biswal
ଅଦ୍ୟତନ ହୋଇଛି
Oman Trip

Oman Trip

ବୁଲାବୁଲି କରିବାକୁ କାହାକୁ ବା ଭଲ ଲାଗେନା ! ଧାଁ ଦୌଡ ଜୀବନରୁ ଟିକିଏ ବ୍ରେକ୍ ନେଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ବିଦେଶ ଭ୍ରମଣରେ ବାହାରି ଯାଆନ୍ତି  । ସବୁଠୁ ଅଧିକ ଭାରତୀୟ ଯେଉଁ ଦେଶ ଯାଇଥାନ୍ତି ତାହା ଦୁବାଇ, ଥାଇଲାଣ୍ଡ ଓ ସିଙ୍ଗାପୁର ଅଟେ । ତେବେ ଏହି ଲିଷ୍ଟରେ ଏବେ ଆଉ ଏକ ମୁସଲିମ ଦେଶ ବି ଯୋଡି ହୋଇଯାଇଛି । 

Advertisment

ଏହି ଖବରରେ ଆମେ ଆପଣଙ୍କୁ ଏମିତି ଏକ ଦେଶ ବିଷୟରେ ଜଣାଇବୁ ଯେଉଁଠି ଭାରତୀୟମାନେ ପାଣି ଭଳି ଟଙ୍କା ଉଡାଇ ବୁଲିବାକୁ ଯାଉଛନ୍ତି । ସେହି ଦେଶଟି ହେଉଛି- ଓମାନ । ଓମାନ ଏକ ସୁନ୍ଦର ଏବଂ ଶାନ୍ତିପ୍ରିୟ ଦେଶ । ଏଠାରେ ପର୍ଯ୍ୟଟକମାନେ ଆକର୍ଷଣୀୟ ବେଳାଭୂମି ସାଙ୍ଗକୁ ମରୁଭୂମିର ସୌନ୍ଦର୍ଯ୍ୟ ବି ଉପଭୋଗ କରିପାରିବେ ।

OmanOman

ଅଧିକ ପଢ଼ନ୍ତୁ: ଭାଇରାଲ ହେଉଛି କୁନି ଝିଅର ହୃଦୟସ୍ପର୍ଶୀ ଭିଡିଓ; ବାପା ପାଇଁ କେତେ ପ୍ରେମ !

Advertisment

କମ୍ ଟଙ୍କାରେ ଭରପୂର ମଜା

ଭାରତୀୟ ପର୍ଯ୍ୟଟକ ମାତ୍ର ୭୦ ହଜାରରୁ ଆରମ୍ଭ କରି ୧ ଲକ୍ଷ ଟଙ୍କାରେ ୫ରୁ ୬ ଦିନର ଓମାନ ଟ୍ରିପ୍ କରିପାରିବେ । ଯାହାମଧ୍ୟରେ ବିଚ୍‌ ରିସର୍ଟ ଓ ବିଳାସପୂର୍ଣ୍ଣ ହୋଟେଲଗୁଡିକ ସାମିଲ । ଏଠାରେ ରହଣୀ ଓ ବୁଲାବୁଲି ଅନ୍ୟ ଦେଶ ତୁଳନାରେ କମ୍ ବ୍ୟୟବହୁଳ ଅଟେ ।

ଭିସା ମିଳିବା ସହଜ ଓ ଶସ୍ତା

ଭାରତୀୟ ନାଗରିକମାନେ ଅନଲାଇନରେ ଆପ୍ଲାଏ କରି ସହଜରେ ଓମାନର ଟୁରିଷ୍ଟ ଇ-ଭିସା ପାଇପାରିବେ । ୧୦ ଦିନର ଟୁରିଷ୍ଟ ଭିସା ଦାମ୍ ସାଧାରଣତଃ ୧୬୦୦ରୁ ୨୦୦୦ ଟଙ୍କା ମଧ୍ୟରେ ହୋଇଥାଏ ।  

OmanOman

ପ୍ରକୃତି ପ୍ରେମୀଙ୍କ ପାଇଁ ଭୂସ୍ୱର୍ଗ

ଓମାନରେ ମନୋରମ ବେଳାଭୂମି ସାଙ୍ଗକୁ ସବୁଜ ସୁନ୍ଦର ପାହାଡ, ବାଲି ପାହାଡ ବା ଡେଜର୍ଟ ଡ୍ୟୁନ୍ସ ରହିଛି । ଏହା ପର୍ଯ୍ୟଟକଙ୍କୁ ରୋମାଞ୍ଚକ ଅନୁଭବ ପ୍ରଦାନ କରିଥାଏ । ଏହାସହିତ ଐତିହାସିକ କିଲ୍ଲା ଏବଂ ପ୍ରାଚୀନ ଆରବି ଇତିହାସର ଝଲକ୍ ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଏହାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ବନାଇଥାଏ ।

OmanOman

ଦୁବାଇ ଓ କତାର ଅପେକ୍ଷା ଓମାନ ଶାନ୍ତିପ୍ରିୟ ଦେଶ ଅଟେ, ଯାହାକି ଫ୍ୟାମିଲ, କପଲ ଏବଂ ସୋଲୋ ଟ୍ରାଭେଲରଙ୍କ ପାଇଁ ଏକ ପରଫେକ୍ଟ ଟ୍ରାଭେଲ ଡେଷ୍ଟିନେସନ । ଖାସ୍ କରି ପ୍ରକୃତିପ୍ରେମୀଙ୍କ ଲାଗି ଓମାନ କୌଣସି ଭୂସ୍ୱର୍ଗଠାରୁ କମ୍ ନୁହେଁ । ପର୍ଯ୍ୟଟକମାନେ ଏଠି ମରୁଭୂମିରେ ଡେଜର୍ଟ ସଫାରୀ ଓ ନୀଳ ସମୁଦ୍ରରେ ୱାଟର ଆକ୍ଟିଭିଟିଜର ବି ମଜା ନେଇପାରିବେ । ତେଣୁ କମ୍ ଟଙ୍କାରେ ବିଦେଶ ଭ୍ରମଣର ପ୍ଲାନିଂ କରୁଥିଲେ ଆପଣଙ୍କ ଲାଗି ଓମାନ ଏକ ଭଲ ବିକଳ୍ପ ହୋଇପାରେ ।  

Foreign Travellers Tourist Destination
Advertisment
Advertisment