ନୂଆବର୍ଷରେ ହ୍ୱାଟ୍‌ସଆପ୍‌ ଦେଲା ଝଟ୍‌କା, ଏହି ୪୯ଟି ଫୋନ୍‌ରେ ଚାଲିବନି ଆପ୍‌...

ପ୍ରତି ବର୍ଷ ପରି ଏଥର ମଧ୍ୟ ହ୍ୱାଟ୍‌ସଆପ୍‌, ୟୁଜର୍ସଙ୍କୁ ଦେଇଛି ବଡ଼ ଝଟ୍‌କା ।

Whatsapp

ବିଗତ କିଛି ବର୍ଷ ହେବ ଲଗାତାର ଭାବେ ବର୍ଷର ଶେଷ ଆଡ଼କୁ ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ ଏକ ବଡ଼ ପରିବର୍ତ୍ତନ ଆଣିଥାଏ । ଆଉ ୟୁଜର୍ସଙ୍କୁ ଝଟ୍‌କା ଦେଇଥାଏ । ୨୦୨୨ ମଧ୍ୟ ଶେଷ ହେବାକୁ ବସିଲାଣି । ଆଉ ଏଥର ମଧ୍ୟ ହ୍ୱାଟ୍‌ସଆପ୍‌, ୟୁଜର୍ସଙ୍କୁ ଦେଇଛି ବଡ଼ ଝଟ୍‌କା । ଆଉ ତାହା ହେଲା ଏଣିକି ଅନେକ ମୋବାଇଲ୍‌ରେ ଚାଲିବନି ଏହି ଆପ୍‌ ।

ତେବେ ଏହି ଖବର ଜାଣିବା ପରେ ଆପଣ ଚିନ୍ତିତ ହୋଇପଡ଼ୁଛନ୍ତି କି ? କାଳେ ସେହି ଅନେକ ମୋବାଇଲ ତାଲିକାରେ ଆପଣଙ୍କ ମୋବାଇଲ ରହିଛି ବୋଲି ଭାବୁଛନ୍ତି କି ? ତେବେ ଡରନ୍ତୁ ନାହିଁ, ହ୍ୱାଟ୍‌ସଆପ୍‌ ସେହି ମୋବାଇଲ ଗୁଡ଼ିକରେ ଚାଲିବନି, ଯେଉଁଗୁଡ଼ିକ ଅତି ପୁରୁଣା ବା ଓଲ୍ଡ ଭର୍ସନ । ନଚେତ୍‌ ସବୁ ଅପ୍‌ଡେଟ୍‌ ଭର୍ସନ ଆଣ୍ଡ୍ରଏଡ୍‌ରେ ହ୍ୱାଟ୍‌ସଆପ୍‌ ଚାଲିବ ।

ତେବେ ସବୁଠାରୁ ବଡ଼ କଥା ହେଲା, ଦୀର୍ଘ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବା ଉଦେଶ୍ୟରେ ଅଧିକ ଟଙ୍କା ଦେଇ ଲୋକେ କିଣିଥିବା ଅନେକ ଆଇଫୋନ୍‌ରେ ଚାଲିବନି ହ୍ୱାଟ୍‌ସଆପ୍‌ । ଶୁଣିବାକୁ ଭଲ ଲାଗୁନଥିଲେ ବି ଏହା ସତ । 

ଅଧିକ ପଢ଼ନ୍ତୁ: ଭୁଲ ସୁଧାରିବାକୁ ହ୍ୱାଟ୍‌ସଆପ୍‌ ଆଣିଲା ନୂଆ ଫିଚର, ଆକ୍ସିଡେଣ୍ଟାଲ ଡିଲିଟ୍...

ଗିଜ୍‌ ଚାଇନା ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ପାଖାପାଖି ୪୯ଟି ସ୍ମାର୍ଟଫୋନ୍‌ରେ ଆଉ ଚାଲିବନି ହ୍ୱାଟ୍‌ସଆପ୍‌ । ଏହି ତାଲିକାରେ ବଡ଼ ବଡ଼ କମ୍ପାନୀର ନାଁ ରହିଛି । ସେଥିରେ ଆପଲ, ସାମ୍‌ସଙ୍ଗ ଭଳି କମ୍ପାନୀ ମଧ୍ୟ ସାମିଲ ଅଛି । ଡିସେମ୍ବର ୩୧ ପରଠାରୁ ୪୯ଟି ଫୋନ୍‌ରେ ଚାଲିବନି ବିଶ୍ୱର ସବୁଠାରୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ । ସେହି ୪୯ଟି ଫୋନ୍‌ ବ୍ୟବହାର କରୁଥିବା ବ୍ୟକ୍ତି ଡିସେମ୍ବର ୩୧ ତାରିଖ ପରେ ଯେତେ ଚେଷ୍ଟା କଲେ ବି ଆପ୍‌କୁ ଅପ୍‌ଡେଟ୍‌ କରିପାରିବେ ନାହିଁ କିମ୍ବା ବ୍ୟବହାର କରିପାରିବେ ନାହିଁ ।

ଏବେ ଆସନ୍ତୁ ନଜର ପକାଇବା ଏହି ୪୯ଟି ସ୍ମାର୍ଟଫୋନ୍‌ ତାଲିକା ଉପରେ..