Advertisment

ହ୍ୱାଟ୍ସଆପ୍‌ ଆଣିଲା ନୂଆ ଫିଚର, ଏଣିକି ଆଉ ଅନ୍ୟକୁ ପଠାଇ ସେଭ୍‌ କରିବାକୁ ପଡ଼ିବନି ମେସେଜ୍

ବାରମ୍ବାର ହ୍ୱାଟ୍ସଆପ୍ ଟେକ୍ନୋଲୋଜିକୁ ନେଇ ଖବର ପ୍ରସାରିତ ହୋଇଥାଏ । ନିୟମିତ ବ୍ୟବଧାନରେ ଏହି ମଲ୍ଟି ମିଡିଆ ମେସେଜିଂ ଆପ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥାଏ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Whats App New Feature

Whats App New Feature

ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ପୁଣି ଆଣୁଛି ନୂଆ ଫିଚର । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ। ଅନେକ ସମୟରେ ଏହି ମେସେଜିଂ ଆପ୍‌, ୟୁଜରଙ୍କ ପାଇଁ ନୂଆ, ସହଜ ଏବଂ ସରଳ ଫିଚର ଆଣିବା ଲାଗି କାମ କରିଥାଏ । ତେଣୁ ବାରମ୍ବାର ହ୍ୱାଟ୍ସଆପ୍ ଟେକ୍ନୋଲୋଜିକୁ ନେଇ ଖବର ପ୍ରସାରିତ ହୋଇଥାଏ । ନିୟମିତ ବ୍ୟବଧାନରେ ଏହି ମଲ୍ଟି ମିଡିଆ ମେସେଜିଂ ଆପ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥାଏ ।

Advertisment

ତେବେ ଏଥର ଏହି ଆପ୍‌ ଯେଉଁ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି, ତାହା ୟୁଜରଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । କାରଣ ପୂର୍ବରୁ କୌଣସି ଘଟଣା କିମ୍ବା କୌଣସି ମେସେଜ୍‌କୁ ଯଦି ୟୁଜର ସେଭ୍ କରି ରଖିବାକୁ ଚାହୁଁଥିଲା, ତେବେ ତାହା କରିପାରୁ ନଥିଲା । ଆଉ ଭିନ୍ନ ଉପାୟରେ ମେସେଜ୍‌ ସେଭ୍‌ କରିବାକୁ ଚାହୁଁଥିଲେ, ୟୁଜର ଅନ୍ୟ ଜଣଙ୍କୁ ସେହି ମେସେଜ୍‌ ପଠାଉଥିଲା ଏବଂ ଆବଶ୍ୟକ ପଡ଼ିଲେ ସେହିଠାରୁ ହିଁ ପୁଣି ମେସେଜ୍‌ ଦେଖୁଥିଲା ।

ତେବେ ଏହା ଦ୍ୱାରା ଅନେକ ସମୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। କେତେବେଳେ କାହାକୁ କେଉଁ ମେସେଜ୍‌ ଦିଆଯାଇଛି ତାହା ୟୁଜରଙ୍କ ମନେ ରହୁନଥିଲା। କିନ୍ତୁ ହ୍ୱାଟ୍ସଆପ୍‌ ଏବେ ଯେଉଁ ନୂଆ ଫିଚର ଆଣିବାକୁ ଯାଉଛି, ତାହା ଜାଣିଲେ ଆପଣଙ୍କୁ ଅତ୍ୟନ୍ତ ଖୁସି ଲାଗିବ । ଆଉ ଆପଣ ଏବେ କୌଣସି ବି ମେସେଜ୍‌ ସେଭ୍‌ କରିପାରିବେ । ଏମିତିକି କେଉଁଠି ସେହି ମେସେଜ୍‌କୁ ସେଭ୍‌ କଲେ ତାହା ଭୁଲିବେ ନାହିଁ । ଆଉ ଆବଶ୍ୟକ ପଡ଼ିଲେ ସହଜରେ ପାଇପାରିବେ ।

Advertisment

ସେହି ନୂଆ ଫିଚର୍‌ଟି ହେଲା ହ୍ୱାଟ୍ସଆପ୍‌ର ପ୍ରତ୍ୟେକ ୟୁଜର ଏବେ ନିଜେ ନିଜକୁ ମେସେଜ କରିପାରିବେ । ଯାହା ଦ୍ୱାରା ସେମାନେ ଚାହୁଥିବା ଗୁରୁତ୍ୱପୂର୍ଣ୍ଣ ମେସେଜ୍‌କୁ ସେଭ୍‌ କରିପାରିବେ । ଆଉ ନିଜ ଆଇଡି ଖୋଲିଲେ ସେହିଠାରୁ ହିଁ ପାଇପାରିବେ ମେସେଜ୍ । ଏଥିରେ ସେ କାହାକୁ ପଠାଇଥିଲେ ତାହା ଭୁଲିବାର ପ୍ରଶ୍ନ ମଧ୍ୟ ଉଠୁନାହିଁ । ଏହି ନୂଆ ଫିଚରକୁ ନେଇ ଟେଷ୍ଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଏହାକୁ ଲଞ୍ଚ କରାଯିବ ।

ବର୍ତ୍ତମାନ ସମୟରେ ଏହି ଫିଚର ୟୁଜରଙ୍କ ପାଇଁ ଉପଲବ୍ଧ ହୋଇନାହିଁ । ଏବେ ନିଜକୁ ନିଜେ କୌଣସି ୟୁଜର ମେସେଜ୍‌ ପଠାଇପାରୁ ନାହାନ୍ତି । ତେବେ ଖୁବ୍‌ଶୀଘ୍ର ଏହି ନୂଆ ଫିଚର ଲଞ୍ଚ କରିବ ହ୍ୱାଟ୍ସଆପ୍‌ । ତେବେ ଏହାକୁ ସାଧାରଣ ଭାବେ ବ୍ୟବହାର କରିହେବ । ଅନ୍ୟମାନଙ୍କୁ ମେସେଜ୍, ଫଟୋ କିମ୍ବା କୌଣସି ଡକ୍ୟୁମେଣ୍ଟ ପଠାଇବା ପାଇଁ ଯେଭଳି ପ୍ରଥମେ ନାଁ ସର୍ଚ୍ଚ କରାଯାଉଛି, ଠିକ୍‌ ସେମିତି ନିଜ ନାଁକୁ ମଧ୍ୟ ସର୍ଚ୍ଚ କରିବାକୁ ପଡ଼ିବ । ତାପରେ ସେଥିରେ କ୍ଲିକ୍‌ କରି ମେସେଜ୍, ଫଟୋ କିମ୍ବା କୌଣସି ଡକ୍ୟୁମେଣ୍ଟ ପଠାଇହେବ। 

ଅନ୍ୟପକ୍ଷେ, ହ୍ୱାଟ୍ସଆପ୍‌ରେ ହେବକୁ ଯାଉଛି ବଡ଼ ପରିବର୍ତ୍ତନ। ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ମିଳିବ ସ୍ୱତନ୍ତ୍ର ପାୱାର।

WhatsApp Social Media
Advertisment
Advertisment