• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ପୁଣି ଆଣୁଛି ନୂଆ ଫିଚର । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ । ଅନେକ ସମୟରେ ଏହି ମେସେଜିଂ ଆପ୍‌, ୟୁଜରଙ୍କ ପାଇଁ ନୂଆ, ସହଜ ଏବଂ ସରଳ ଫିଚର ଆଣିବା ଲାଗି କାମ କରିଥାଏ । ତେଣୁ ବାରମ୍ବାର ହ୍ୱାଟ୍ସଆପ୍ ଟେକ୍ନୋଲୋଜିକୁ ନେଇ ଖବର ପ୍ରସାରିତ ହୋଇଥାଏ । ନିୟମିତ ବ୍ୟବଧାନରେ ଏହି ମଲ୍ଟି ମିଡିଆ ମେସେଜିଂ ଆପ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥାଏ ।

ତେବେ ଏଥର ଏହି ଆପ୍‌ ଯେଉଁ ନୂଆ ଫିଚର ଲଞ୍ଚ କରିଛି, ତାହା ୟୁଜରଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ନୂଆ ଫିଚରରେ ପ୍ରତ୍ୟେକ ୟୁଜର ୩ଟି ମେସେଜ୍‌କୁ କରିପାରିବେ ପିନ୍‌ । ଅର୍ଥାତ୍ ଯଦି ଆପଣ କୌଣସି ମେସେଜ୍‌କୁ ଗୁରୁତ୍ୱ ଦେଉଛନ୍ତି ବା କିଛି ଗୁରୁତ୍ୱପୂର୍ଣ୍ଣ ମେସେଜ୍‌କୁ ଆପଣ ସବୁବେଳେ ଆଖି ଆଗରେ ରଖିବାକୁ ଚାହୁଛନ୍ତି ତେବେ ଏହି ଫିଚରକୁ ଆପଣ ବ୍ୟବହାର କରିପାରିବେ । ପୂର୍ବରୁ ଗ୍ରୁପ୍‌ରେ ମାତ୍ର ଗୋଟିଏ ହିଁ ମେସେଜ୍‌ ପିନ୍‌ କରି ହେଉଥିଲା । କିନ୍ତୁ ଏବେ ୩ଟି ମେସେଜ୍‌କୁ ପିନ୍‌ କରି ରଖିହେବ । ଯାହାଦ୍ୱାରା ଗ୍ରୁପ୍‌ ଖୋଲିବା ମାତ୍ରେ ସେହି ମେସେଜ୍‌ ଗୁଡ଼ିକ ହାଇଲାଇଟ୍‌ ହୋଇରହିବ ବା ଆଖି ଆଗରେ ପ୍ରଥମେ ପଡ଼ିବ ।

ମେଟା CEO ମାର୍କ ଜୁକରବର୍ଗ ଓ ହ୍ୱାଟ୍ସଆପ୍‌ ମୁଖ୍ୟ ଉଭୟ ନିଜର ହ୍ୱାଟ୍ସଆପ୍‌ ଚ୍ୟାନେଲରେ ଏହି ଘୋଷଣା କରିଛନ୍ତି । ସେମାନେ ଲେଖିଛନ୍ତି ଏହା ନିଶ୍ଚିତ ଭାବେ ଚାଟ୍‌ ପ୍ରକ୍ରିୟାକୁ ସହଜ କରିବ । ପୂର୍ବରୁ ବ୍ୟକ୍ତିଗତ ହେଉ କିମ୍ବା ଗ୍ରୁପ୍‌ରେ ଏହି ବ୍ୟବସ୍ଥା ରହିଥିଲା । କିନ୍ତୁ ସେତେବେଳେ ମାତ୍ର ଗୋଟିଏ ମେସେଜ୍ ହିଁ ପିନ୍‌ ହୋଇପାରୁଥିଲା । ତେବେ ଏହି ନୂଆ ଫିଚରରେ କେବଳ ଯେ ଟେକ୍ସଟ୍‌ ମେସେଜ୍ ପିନ୍‌ ହୋଇପାରିବ ତାହା ନୁହେଁ , ଏଥିରେ ଫଟୋ କିମ୍ବା ଇମୋଜି ମଧ୍ୟ ପିନ୍‌ ହୋଇପାରିବ । 

ତେବେ ଯେଉଁ ମେସେଜ୍‌କୁ ଆପଣ ପିନ୍‌ କରିବାକୁ ଚାହିଁବେ, ସେହି ମେସେଜ୍‌ ଉପରେ କିଛି ସମୟ କ୍ଲିକ୍‌ କରନ୍ତୁ ପରେ ପିନ୍‌ ଅପ୍‌ସନ୍ ବାଛନ୍ତୁ । ଏହାସହ କେତେ ସମୟ ପାଇଁ ସେହି ମେସେଜ୍‌କୁ ପିନ୍‌ କରିବାକୁ ଚାହୁଁଛନ୍ତି ତାକୁ ମଧ୍ୟ ବାଛି କ୍ଲିକ୍‌ କରନ୍ତୁ । ୨୪ ଘଣ୍ଟାରୁ ୩୦ ଦିନ ପର୍ଯ୍ୟନ୍ତ ଆପଣ ମେସେଜ୍‌କୁ ପିନ୍‌ କରି ରଖିପାରିବାର ବ୍ୟବସ୍ଥା ରହିଛି ।