Social Media Down
ମଝି ରାତିରେ ସୋସିଆଲ୍ ମିଡିଆ ଡାଉନ୍ । ହ୍ୱାଟ୍ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଗତକାଲି ରାତି ୧୧ଟା ପରଠୁ କିଛି ଘଣ୍ଟା ପାଇଁ କାମ କରିନଥିଲା । ଭାରତ ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୋସିଆଲ୍ ମିଡିଆ ସାଇଟ୍ ଡାଉନ୍ ହୋଇପଡ଼ିଥିଲା । ପାଖାପାଖି ୩ ଘଣ୍ଟା ପରେ ଧିରେ ଧିରେ ସ୍ୱାଭାବିକ ହୋଇଥିଲା ହ୍ୱାଟ୍ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ । ସେପଟେ ଏ ନେଇ ଦୁଃଖ ପ୍ରକାଶ କରିଛି ମେଟା । ଯାନ୍ତ୍ରିକ ତ୍ରୁଟି ପାଇଁ ଏଭଳି ସମସ୍ୟା ହୋଇଥିବା ମେଟା ପକ୍ଷରୁ ସୂଚନା ଦିଆଯାଇଛି ।
ଆଉଟେଜ୍ ଟ୍ରାକିଂ ୱେବସାଇଟ୍ ଡାଉନ୍ ଡିଟେକ୍ଟର ଅନୁଯାୟୀ, ୫୦ ହଜାରରୁ ଅଧିକ ଫେସବୁକ୍ ୟୁଜର୍ସ ଲଗ୍ ଇନ୍, ପୋଷ୍ଟ ଅପଲୋଡ୍ ଭଳି ବସ୍ତୁକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ରାତି ୧୧ ପରଠାରୁ ମେଟା କାମ କରିନଥିଲା । ୨୩ ହଜାରରୁ ଅଧିକ ଉପଭୋକ୍ତାଙ୍କ ଇନଷ୍ଟାଗ୍ରାମ ଡାଉନ୍ ଥିଲା । ଅନେକ ପୋଷ୍ଟ ଅପଡେଟ୍ କରିବାରେ ଅସମର୍ଥ ହୋଇଥିଲେ ।
ଅଧିକ ପଢ଼ନ୍ତୁ: ଲୁଟ୍ କରିବା ପରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା!
ତେବେ ଉପଭୋକ୍ତାମାନେ କହିଛନ୍ତି ଯେ ଉଭୟ କମ୍ପ୍ୟୁଟର ଏବଂ ଡେସ୍କଟପରୁ ହ୍ୱାଟସ୍ ଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଚାଲୁନଥିଲା । ମେଟା ଏକ୍ସରେ ଏକ ବିବୃତ୍ତି ଜାରି କରି କହିଛି ଯେ, ଏହା ସାମୟିକ ଥିଲା । ଏହା ବିଶ୍ୱବ୍ୟାପୀ ବୋଲି ମେଟା କହିଛି । ଏହାର କାରଣ ଯାନ୍ତ୍ରିକ ସମସ୍ୟା ବୋଲି କୁହାଯାଇଛି ।
ଫେସବୁକ୍ ବ୍ୟବହାରକାରୀମାନେ ଲଗ୍ ଇନ୍ ଏବଂ ପୋଷ୍ଟ ଅପଲୋଡ୍ କରିବାକୁ ଚାହୁଥିବା ବେଳେ ରାତି ପ୍ରାୟ ୧୦:୫୮ ରେ ଇସ୍ୟୁ ଆରମ୍ଭ ହୋଇଥିଲା । ମେଟା ମାଲିକାନାରେ ଥିବା ଇନଷ୍ଟାଗ୍ରାମ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲା । ଉପଭୋକ୍ତାମାନେ କୌଣସି ପୋଷ୍ଟ ଦେଖିପାରିନଥିଲେ । ସେପଟେ ମେସେଜ୍ ପଠାଇବାରେ ମଧ୍ୟ ହ୍ୱାଟସ୍ ଆପ୍ ବ୍ୟବହାରକାରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733981112.jpg)