• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଣ୍ଡିଆନ୍‌ ଷ୍ଟ୍ରିଟ୍‌ ପୁଡ୍‌ରେ ଏବେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି । ୧୦ ବର୍ଷ ପୂର୍ବେ ଭାରତର ରାସ୍ତାକଡ଼ରେ ମିଳୁଥିବା ଖାଦ୍ୟ ଆଉ ଏବେ ଦେଖିବାକୁ ମିଳୁନି । ଏମିତିକି ଭାରତୀୟ ବଜାରରେ ଆଉ ଇଣ୍ଡିଆନ୍‌ ଖାଦ୍ୟର ଚାହିଦା ନାହିଁ କହିଲେ ଚଳେ । ଚାଇନିଜ୍‌ ଜାପାନିଜ୍ ଆମେରିକାନ୍‌ ଖାଦ୍ୟ ଏବେ ସମସ୍ତଙ୍କ ପସନ୍ଦ । ତେଣୁ ବ୍ୟବସାୟୀ ମାନେ ମଧ୍ୟ ଇଣ୍ଡିଆନ୍‌ ଫୁଡ୍‌ ପ୍ରସ୍ତୁତ ନକରି ଏବେ ଅନ୍ୟ ଦେଶର ଖାଦ୍ୟ ପରଷିଦେବାକୁ ଖୁବ୍‌ ଆଗ୍ରହ ଦେଖାଉଛନ୍ତି ।

ଭାରତୀୟ ବଜାରରେ ପୂର୍ବରୁ ବହୁଳଭାବରେ ବିକ୍ରି ହେଉଥିବା ଚାଟ୍-ଗୁପ୍‌ଚୁପ୍‌-ସମୋସା-ବଡ଼ା ପାଓ ଭଳି ଖାଦ୍ୟ ଏବେ ବି ରହିଛି । ହେଲେ ଏହାସହ ଲୋକଙ୍କର ପିଜା-ବରଗର-କ୍ରିସ୍‌ପି ଚିକେନ୍‌-ପାସ୍ତା-ମୋମୋ ଆଦି ଉପରେ ଦିନକୁ ଦିନ ଅଧିକ ଆଗ୍ରହ ବଢ଼ୁଛି । ହେଲେ ଏହି ସବୁ ବିଦେଶୀ ଖାଦ୍ୟର ଦାମ୍ କାହିଁରେ କ’ଣ । ଅନ୍ୟୁନ ୧୦୦ ଟଙ୍କାରୁ କମ୍‌ ହେଲେ ଏହି ସବୁ ଖାଦ୍ୟ ମିଳିବ ନାହିଁ ।

ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବୁ ଯିଏ କି ଖୁବ୍‌ ଶସ୍ତାରେ ଏଭଳି ଖାଦ୍ୟ ଯୋଗାଇ ପାରୁଛନ୍ତି । ମାତ୍ର ୧୦ ଟଙ୍କାରେ ସେ ଦେଉଛନ୍ତି କ୍ରିପ୍‌ସି ଚିକେନ୍‌ । ନାମି ଦାମୀ ବ୍ରାଣ୍ଡ ଭଳି ଚିକେନ୍‌ ସେ ଖୁବ୍‌ ଶାସ୍ତାରେ ଗ୍ରାହକଙ୍କୁ ପରଷି ଦେଉଛନ୍ତି । ଆଉ ସେହି ବ୍ୟବସାୟୀଙ୍କ ଫଟୋ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି ।

ଏକ ଇନ୍‌ଷ୍ଟାଗ୍ରାମ୍ ଆଇଡିରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ତାକୁ ଅନେକ ଲୋକ ଦେଖିସାରିଲେଣି । ସମସ୍ତେ ବ୍ୟବସାୟୀଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କ ଠିକଣା ପଚାରି ଦୋକାନରେ ପହଞ୍ଚୁଛନ୍ତି । ଆଉ ଏବେ ଉକ୍ତ ବ୍ୟବସାୟୀଙ୍କ ଠାରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମୁଛି ।