• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିଠୁ ୨ ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ବଦଳ ପ୍ରକ୍ରିୟାର ସମୟସୀମା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଥିଲେ ବି ବଜାରରେ ଏହାର ଅଧିକ ନେଣଦେଣ ଦେଖିବାକୁ ମିଳୁଛି । ହେଲେ ଏହାର ବିଶେଷ ପ୍ରଭାବ ପେଟ୍ରୋଲ ପମ୍ପ ଗୁଡ଼ିକରେ ପଡ଼ିଥିବା ନଜିର ରହିଛି । ଗ୍ରାହକମାନେ ଗାଡ଼ିରେ ପେଟ୍ରୋଲ ପକାଇସାରିବା ପରେ ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ ୨୦୦୦ ଟଙ୍କା ବଢ଼ାଉଛନ୍ତି । ଯାହାକୁ ନେଇ କିଛି ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ଆଜିଠୁ ୨ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା,ସମସ୍ତ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରେ ମିଳିବ ସୁବିଧା

ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ଗ୍ରାହକ ନିଜ ସ୍କୁଟିରେ ପେଟ୍ରୋଲ ପକାଇସାରିବା ପରେ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ୨୦୦୦ ଟଙ୍କା ଦେଇଛନ୍ତି । ଆଉ ସେ ଟଙ୍କା ଗ୍ରହଣ ନକରି ତାଙ୍କ ସ୍କୁଟିରୁ ପେଟ୍ରୋଲ ବାହାର କରିନେଇଥିବା ଅଭିଯୋଗ ହୋଇଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

ସୂଚନା ମୁତାବକ ଏପରି ଏକ ଘଟଣା ଉତ୍ତର ପ୍ରଦେଶର ଜାଲଉନ୍‌ରେ ଥିବା ଏକ ପେଟ୍ରୋଲ ପମ୍ପରେ ଘଟିଛି । ଜଣେ ଯୁବକ ପେଟ୍ରୋଲ ପମ୍ପକୁ ଆସି ତାଙ୍କ ସ୍କୁଟିରେ ୨୦୦ ଟଙ୍କାରେ ପେଟ୍ରୋଲ ପକାଇଥିଲେ । ପେଟ୍ରୋଲ ପକାଇସାରିବା ପରେ ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ ୨୦୦୦ ଟଙ୍କା ଦେଇଥିଲେ । ଫଳରେ କର୍ମଚାରୀମାନେ ୨୦୦୦ ଟଙ୍କା ଖୁଚୁରା ହେବନାହିଁ କହିଥିଲେ ।

ଏହାକୁ ନେଇ ଉଭୟ ମଧ୍ୟରେ ସ୍ୱଳ୍ପ ବଚସା ହୋଇଥିଲା । ପରେ ପରେ ପେଟ୍ରୋଲ ପମ୍ପର କର୍ମଚାରୀମାନେ ଯୁବକଙ୍କ ସ୍କୁଟିରୁ ପେଟ୍ରୋଲ ବାହାର କରିନେଇଥିଲେ । ଏସବୁକୁ ଦେଖିବା ପରେ ଯୁବକ ଜଣକ କର୍ମଚାରୀମାନେ ଗାଡ଼ିରୁ ପେଟ୍ରୋଲ ବାହାର କରୁଥିବା ବେଳର ଏକ ଭିଡିଓ କରିଥିଲେ । ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଭାଇରାଲ ହୋଇଥିଲା ।

ଏହି ଘଟଣାକୁ ନେଇ ପେଟ୍ରୋଲ ପମ୍ପର ମାଲିକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ୨୦୦୦ ନୋଟ୍‌କୁ ନେଇ ଆରବିଆଇର ପ୍ରତିକ୍ରିୟା ପରେ ଏହାର ଖୁବ୍‌ ପ୍ରଭାବ ପେଟ୍ରୋଲ୍‌ ପମ୍ପ ଉପରେ ପଡ଼ିଛି । କିଛି ଲୋକ ୨୦୦୦ ଟଙ୍କା ଦେଇ ୫୦ ଟଙ୍କାର ପେଟ୍ରୋଲ ପକାଉଛନ୍ତି । ଫଳରେ ୧୯୫୦ ଟଙ୍କା ଫେରାଇବାକୁ ପଡ଼ୁଛି ।

ଅଧିକ ପଢ଼ନ୍ତୁ: ଗ୍ରାହକଙ୍କୁ ଆଶ୍ୱସ୍ତି; SBI ରେ ଏକାଧିକ ଥର କରିହେବ ନୋଟ ବଦଳ

ପ୍ରଥମେ ପ୍ରଥମେ ଗୋଟିଏ ଦିନରେ ୨ରୁ ୩ଟି ୨୦୦୦ ଟଙ୍କିଆ ନୋଟ୍‌ ଆସୁଥିଲା । ହେଲେ ବର୍ତ୍ତମାନ ଦିନକୁ ୭୦ରୁ ଅଧିକ ୨୦୦୦ ଟଙ୍କିଆ ନୋଟ୍‌ ଆସୁଛି । ଯଦି ଅଧିକ ଟଙ୍କାରେ ପେଟ୍ରୋଲ ପକାଇ ୨୦୦୦ ଟଙ୍କିଆ ନୋଟ୍‌ ଦିଆଯାଏ ତେବେ ଆମର କୌଣସି ଆପତ୍ତି ନାହିଁ ।