ଭାରତ... ଏହା ଏମିତି ଏକ ଦେଶ ଯେଉଁଠି ଅସମ୍ଭବ ବୋଲି କିଛି ନାହିଁ କହିଲେ ଚଳେ । କୁହାଯାଏ ଯୋଗାଡ଼ିଆଙ୍କ ଗନ୍ତାଘର ଭାରତ । ଆମ ଦେଶରେ ଯେତିକି ଟ୍ୟାଲେଣ୍ଟ ରହିଛି, ବିଶ୍ୱରେ ଆଉ କେଉଁଠି ବି ନାହିଁ । ଆମେ ସୋସିଆଲ ମିଡିଆରେ ଏମିତି ଅନେକ ଫଟୋ ଦେଖିଥିବା ଯେଉଁଥିରେ ଭାରତର ଲୋକମାନେ ଖୁବ୍ ଯୋଗାଡ଼ିଆ ବୋଲି କହିବାକୁ ବାଧ୍ୟ ହେବା।
ଅଧିକ ପଢ଼ନ୍ତୁ: ଦେଶୀ ଜୁଗାଡ଼: ଗୋଟିଏ ବାଇକ୍ରେ ସବାର ହେଉଛନ୍ତି ୮
Also Read
ଆମ ଦେଶର ଲୋକମାନେ କୌଣସି ବି ସମସ୍ୟାକୁ ଚୁଟ୍କିରେ ସମାଧାନ କରିବା ପାଇଁ ସକ୍ଷମ । ଆଉ କୌଣସି ଜିନିଷକୁ ଶେଷ ପର୍ଯ୍ୟନ୍ତ ବ୍ୟବହାର କରିବାରେ ବି ଆମେ ମାହିର । ଯେମିତି କି ଡ୍ରେସ ପୁରୁଣା ହେଲେ ‘ଘର ପୋଛା’ ହୁଏ । ଆଉ ଅମୁଲ ଡବା ସରିଲେ ସେଥିରେ ରାସନ ରୁହେ ।
ଏମିତି ଆହୁରି କିଛି ଯୋଗାଡ଼ିଆ ଟ୍ୟାଲେଣ୍ଟର ଉଦାହରଣ ଯଦି ଆମେ ଦେଖିବା ତେବେ ନଜରକୁ ଆସିବ ବାଇକ୍କୁ ଟ୍ରଲିରେ ରୂପାନ୍ତର କରିବା । ବାଇକ୍ରେ ଦୁଇ ଜଣ ବସିବା ପାଇଁ ନିୟମ ରହିଥିବା ବେଳେ ଭାରତୀୟମାନେ ବାଇକ୍କୁ ଏମିତି ସଜାଡ଼ନ୍ତି ଯେ, ସେଥିରେ ଦୁଇ ବଦଳରେ ୧୦ ଜଣ ବସିପାରନ୍ତି । ଖାଲି ସେତିକି ନୁହେଁ ବାଇକ୍କୁ ହଳ କରିବାରେ ବି ଆମ ଲୋକ ବ୍ୟବହାର କରନ୍ତି । କରୋନା ସମୟରେ ତ ଆମ ଦେଶବାସୀ ସାନିଟାଇଜରକୁ ଏପରି ବ୍ୟବହାର କଲେ ଯେ, ତାହା ନକହିବା ଭଲ ।
ଅଧିକ ପଢ଼ନ୍ତୁ: ଚମତ୍କାର ଜୁଗାଡ଼ ! ଶସ୍ତାରେ ଯିବା ଆସିବା ପାଇଁ ଆସିଲା ଖଟିଆ ଗାଡ଼ି
ଆଇରନ୍ରେ ରୁଟି ସେକିବା, ୱାଟର ହିଟରରେ ରୋଷେଇ କରିବା, କ୍ୟାଣ୍ଡେଲ ଜାଳି ଆମଲେଟ୍ କରିବା .. ଏମିତି ଅନେକ ଉଦାହରଣ ରହିଛି । ହେଲେ ଏସବୁ ତ ଥିଲା ପୁରୁଣା କଥା । ଯାହା ଆପଣ ଜାଣିଛନ୍ତି ।
ତେବେ ଆଜି ଆମେ ଆପଣଙ୍କୁ ଏମିତି ଆଉ ଏକ ଯୋଗାଡ଼ିଆ ଟ୍ୟାଲେଣ୍ଟ କହିବୁ ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ । ସାଧାରଣତଃ ଆମ ଦେଶରେ ଟ୍ରେନ୍ରେ ଯାତ୍ରା କଲା ବେଳେ ସିଟ୍ ମିଳିବା କଷ୍ଟକର ଥାଏ । ଗୋଟିଏ ପରିବାରର ୪ ଜଣଙ୍କ ପାଇଁ ଟିକେଟ ବୁକ୍ କଲେ ୩ ଜଣଙ୍କର କନ୍ଫର୍ମ ହୋଇଥାଏ, ଆଉ ଜଣେ ଦ୍ୱନ୍ଦ୍ୱରେ ରହିଥାନ୍ତି । କିନ୍ତୁ ସେହି ବ୍ୟକ୍ତି ଟିକେଟ୍ କନ୍ଫର୍ମ ନଥିଲେ ବି ଟ୍ରେନ୍ରେ ଯାତ୍ରା ନିଶ୍ଚୟ କରନ୍ତି । ଆଉ ସିଟ୍ ପାଇଁ ନାନା ହଇରାଣ ବି ହୁଅନ୍ତି ।
ହେଲେ ଜଣେ ଯୋଗାଡ଼ିଆ ବ୍ୟକ୍ତି ନିଜ ଯୋଗାଡ଼ିଆ ଟ୍ୟାଲେଣ୍ଟ ବଳରେ ଏହି ସମସ୍ୟାର ସମାଧାନ ପାଇପାରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣକ ବର୍ଥର ଉପରେ ଥିବା ସ୍ଲିପର ସିଟ୍ ଦୁଇଟିକୁ ରଶିରେ ବାନ୍ଧି ଦେଇଛନ୍ତି । ଯାହାକି ମଝିରେ ଥିବା ଖାଲି ସ୍ଥାନ ଏକ ଖଟିଆ ଭଳି ହୋଇଯାଇଛି । ଆଉ ସେଇ ରଶିରେ ସେ ଶୋଇ ଶୋଇ ନିଜର ଯାତ୍ରା ପୂରଣ କରିଛନ୍ତି । ଭାଇରାଲ ଭିଡିଓଟିକୁ ଅନେକ ଲୋକ ପସନ୍ଦ କରିଛନ୍ତି । ଆଉ ଖୁବ୍ ମଜା ନେଇଛନ୍ତି । ଅନ୍ୟପଟେ ଆଉ କିଛି ୟୁଜର କହିଛନ୍ତି ଏଭଳି କରିବା ବିପଦଜନକ । ଯଦି କେତେବେଳେ ସେ ରଶି ଛିଣ୍ଡିଯାଏ କିମ୍ବା କିଛି ବି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ହେବ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି । ଆଉ କିଛି ୟୁଜର କହିଛନ୍ତି ‘ଅଭାବ ହିଁ ଉଦ୍ଭାବନର ଜନନୀ’ ।