• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ଦେଶୀ ଜୁଗାଡ଼ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଯାହାକୁ ଦେଖିଲେ ଆପଣ ବି ଟିକେ ଅଟକି ଯିବେ । ଆଉ ଏହି ଦେଶୀ ଜୁଗାଡ଼କୁ ଖବ୍‌ ପ୍ରଶଂସା ବି ମିଳୁଛି । ସମସ୍ତେ ଏହାକୁ ଲାଇକ୍‌ କରିବା ସହ ସେୟାର ଓ ଏଥିରେ କମେଣ୍ଟ ବି କରୁଛନ୍ତି । ତେଣୁ ନିଆଁ ଭଳି ଭାଇରାଲ ହେଉଛି ଏହି ଭିଡିଓ । ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ସୋସିଆଲ ମିଡିଆରୁ ଡାଉନ୍‌ଲୋଡ୍ କରି ନିଜ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ପୋଷ୍ଟ କରିବା ସହ ଭଲ ଭଲ କମ୍ପ୍ଲିମେଣ୍ଟ ବି ଦେଉଛନ୍ତି ।

ଭିଡିଓ ଦେଖିଲେ ଆପଣ ପ୍ରଥମେ ଟିକେ ଦ୍ୱନ୍ଦ୍ୱରେ ପଡ଼ିବେ । ଆଉ ଭାବିବା ଏହା କ’ଣ ? ବାଇକ୍‌ ନା କାର ନା ଓଲା ଗାଡ଼ି ? କେଉଁଥିରୁ ଏହା ପ୍ରସ୍ତୁତ କରାଯାଇଛି । କାରଣ ଗାଡ଼ି ପଛରେ ଲାଗିଛି ଏକ  ଦଉଡ଼ିଆ ଖଟ । ଆଗରେ କାର ଭଳି ଷ୍ଟିୟରିଂ ରହିଛି । ଖୁବ୍‌ ସ୍ପିଡ୍‌ରେ ମଧ୍ୟ ଯାଇପାରୁଛି । ଏଥିରେ ୪ଟି ଚକା ରହିଛି । ଷ୍ଟିୟରିଂ ଯୁଆଡ଼େ ମୋଡ଼ିଲେ ଗାଡ଼ି ସିଆଡ଼େ ଯାଉଛି । ତେବେ ଭିଡିଓ ଦେଖିବା ପରେ ଆପଣ ନିଜେ ହିଁ ଏହାର ନାମ କରଣ କରନ୍ତୁ । ଏହାକୁ କ’ଣ କହିବେ । ଗାଡ଼ି କହିବେ ନା ଆଉ କିଛି ।

ଏହି ଭିଡିଓକୁ ମହିନ୍ଦ୍ରା କମ୍ପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ପୁଣି ଥରେ ଏଭଳି ଏକ ଭିଡିଓ ସେୟାର କରି ୟୁର୍ଜସଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛନ୍ତି । ପୂର୍ବରୁ ମଧ୍ୟ ସେ ଅନେକ ଥର ଏଭଳି କିଛି ଭିଡିଓ ସେୟାର କରି ଚର୍ଚ୍ଚାରେ ରହି ଆସିଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବଡ଼ ବଡ଼ ଶିଳ୍ପପତିଙ୍କ ମଧ୍ୟରେ ଆନନ୍ଦ ମହିନ୍ଦ୍ରା ହେଉଛନ୍ତି ଅନ୍ୟତମ । ସେ ସବୁବେଳେ କିଛି ନା କିଛି ନୂଆ କଥା ନିଜ ସୋସିଆଲ ମିଡିଆ ହାଣ୍ଡେଲରେ ପୋଷ୍ଟ କରିଥାନ୍ତି ।

ଏହି ଏହି ଭିଡିଓକୁ ଦେଖି ଅନେକ ମତ ଦେଇଛନ୍ତି ଯେ ଏହା ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ ଖୁବ୍‌ ସହାୟକ ହେବ । ଆମ୍ବୁଲାନ୍ସ ପହଞ୍ଚି ପାରୁ ନଥିବା ସ୍ଥାନରେ ଏହା ପହଞ୍ଚିପାରିବ । କମ୍‌ ଖର୍ଚ୍ଚରେ ମଧ୍ୟ ତିଆରି ହୋଇପାରିବ । ଫଳରେ ଗାଁ ଲୋକମାନେ ଏଥିରେ ଉପକୃତ ହେବେ । 

ଅନ୍ୟପଟେ ଏଭଳି ଏକ ଉପଯୋଗୀ ଗାଡ଼ି ତିଆରି କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅନେକ ପ୍ରଶଂସା କରାଯାଇଛି । ଭାରତରେ ଏଭଳି ଅନେକ ଟ୍ୟାଲେଣ୍ଟ ରହିଥିବା ୟୁଜରମାନେ କହିଛନ୍ତି । ସେଭଳି ଟ୍ୟାଲେଣ୍ଟକୁ ଖୋଜି ବାହାର କରିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ୍‌ ବୋଲି ସୋସିଆଲ ମିଡିଆରେ ଅନେକ ମତ ଦେଇଛନ୍ତି ।

ସେହିଭଳି କିଛି ୟୁଜର ଏହାର ମଜାକ୍ ମଧ୍ୟ ଉଡ଼ାଇଛନ୍ତି । କେହି କେହି କହିଛନ୍ତି ଏହା କୌଣସି ଦୂର ସ୍ଥାନକୁ ନେଇ ଯାଇ ହେବ ନାହିଁ ।  ଏହାକୁ କେବଳ ମଜାକ୍ ପାଇଁ ପ୍ରସ୍ତୁତ କରାଯାଇଛି । ଏହାକୁ ସେମାନେ ଖଟିଆ ଗାଡ଼ି ବୋଲି ନାଁ ଦେଇଛନ୍ତି ।