• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଗାଡି ଗୋଟିଏ ହେଲେ ସବାର ହୋଇଛନ୍ତି ୮ । ଆଶ୍ଚର୍ଯ୍ୟ ଲାଗୁଥିବ, ଆଉ ଭାବୁଥିବେ ଗୋଟିଏ ଗାଡିରେ ୮ ଜଣ କେମିତି ଯାଉଛନ୍ତି ? ସେମାନଙ୍କୁ ଫାଇନ୍‌ ଡ଼ର ଅଛି କି ନାହିଁ ? ହେଲେ ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଉ କହିବେ ସେମାନଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ ।

ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାର ଦେଶୀ ଜୁଗାଡ଼କୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଗୋଟିଏ ମଟରସାଇକେଲରେ ପାଖାପାଖି ୮ ଜଣ ବସିବା ଭଳି ବ୍ୟବସ୍ଥା କରାଯାଇଛି । ଖାଲି ବ୍ୟବସ୍ଥା କରାଯାଇଛି ତାହା ନୁହେଁ ବରଂ ଗାଡିରେ ବସି ୮ ଜଣ ବେଶ୍‌ ଆରାମରେ ଯାତ୍ରା ବି କରୁଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆ ରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

ଅଧିକ ପଢ଼ନ୍ତୁ: ଚମତ୍କାର ଜୁଗାଡ଼ ! ଶସ୍ତାରେ ଯିବା ଆସିବା ପାଇଁ ଆସିଲା ଖଟିଆ ଗାଡ଼ି

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଦେଶୀ ଜୁଗାଡ଼ ଗାଡ଼ିକୁ ବାରାବଙ୍କି ସହର ଦେଇ ଲକ୍ଷ୍ମୌ-ଅଯୋଧ୍ୟା ଜାତୀୟ ରାଜପଥରେ ଯାଉଥିବା ଦେଖିବାକୁ ମିଳିଛି । ଯେଉଁ ଗାଡିରେ ପାଖାପାଖି ୮ ଜଣ ସବାର୍‌ ହୋଇ ଯାତ୍ରା କରୁଛନ୍ତି । ଏହି ଗାଡ଼ିରେ ୩ ଜଣ ଆଗରେ ବସିଥିବା ବେଳେ ବାକି ୫ ଜଣ ପଛରେ ବସିଛନ୍ତି । ଏଥିରେ ମହିଳା ଓ ଶିଶୁ ବି ସାମିଲ ରହିଛନ୍ତି । ଦୂରରୁ ଦେଖିଲେ ଏହା ଏକ ଠେଲା ଗାଡ଼ି ପରି ମନେ ହେଉଛି କିନ୍ତୁ ବାଇକ୍‌ ପରି କାମ କରୁଛି ।

ଦେଶୀଜୁଗାଡର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ୟୁଜର୍ସ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଆଉ କହିଛନ୍ତି ଏମିତି ଗାଡିରେ ଯିବା ଆଦୌ ଠିକ୍‌ ନୁହେଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଇ ଗାଡି ଚଳାଉଥିବା ଡ୍ରାଇଭର ଜଣକ ହେଲମେଟ୍‌ ବି ପିନ୍ଧାନାହାନ୍ତି ।