• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୟସ ମାତ୍ର ୯ । ହେଲେ ରେକର୍ଡ ପରେ ରେକର୍ଡ । ଆଜି ନୂଆ ନୁହେଁ, ପୂର୍ବରୁ ମଧ୍ୟ ଅନେକ ରେକର୍ଡ ରହିଛି ତାଙ୍କ ନାରେ । କଥାରେ ଅଛି ନା, ବୟସ ସିନା କମ୍‌ କିନ୍ତୁ କାରନାମା ବହୁତ ବଡ଼ । ଠିକ୍ ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ହରିୟାଣା ପଞ୍ଚକୁଲାର ଜଣେ କୁନି ଝିଅ । ଯାହାଙ୍କ ନାଁ ଅର୍ଶିଆ ଗୋସ୍ୱାମୀ । ତାଙ୍କର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ୨୦୨୧ ମସିହାରେ ଯେତେବେଳେ ସେ ମାତ୍ର ୬ ବର୍ଷର ହୋଇଥିଲେ, ସେତେବେଳେ ସେ ୟଙ୍ଗେଷ୍ଟ ଡେଡ୍‌ଲିଫ୍ଟର ଭାବେ ୪୫ କେଜି ଉଠାଇ ରେକର୍ଡ କରିଥିଲେ ।

ଅଧିକ ପଢ଼ନ୍ତୁ: ଆକାଶରେ ଉଡୁଛି ଗାଈ; ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକ !

ଏବେ ପୁଣି ଥରେ ସେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି । ସେ ୯ ବର୍ଷରେ ୭୫ କେଜି ଓଜନ ଉଠାଇ ପୁଣି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ସେହି ଭିଡିଓକୁ ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଅନେକ ଭଲ ଭଲ କମେଣ୍ଟ ମଧ୍ୟ ଲୋକେ ଦେଇଛନ୍ତି । ଏତେ କମ୍‌ ବୟସରେ ୭୫ କେଜି ଡେଡ୍‌ଲିପ୍ଟିଂ ପୂର୍ବରୁ କେହି କରି ନାହାନ୍ତି ।

ଅନେକ କହିଛନ୍ତି ଏହି ବୟସରେ ତାଙ୍କର ମେରୁଦଣ୍ଡ ବି ସଳଖ ହୋଇନାହିଁ । ମେରୁଦଣ୍ଡ ସଳଖ ତ ଦୂରର କଥା ମେରୁଦଣ୍ଡ ସଠିକ୍ ଭାବେ ବିକାଶ ବି ହୋଇନଥିବ । ତଥାପି ସେ ଏତେ ବଡ଼ ଭାର ଉଠାଉଛନ୍ତି । ତେଣୁ ତାଙ୍କୁ ସାଲ୍ୟୁଟ୍ ।

ସେହିଭଳି ଆଉ ଜଣେ ଳେଖିଛନ୍ତି ଏଇ ବୟସରୁ ଏତେ ଭାର ଉଠାଇବା ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ । ତେଣୁ ଏଥିପ୍ରତି ଟିକେ ଗୁରୁତ୍ୱ ଦିଅନ୍ତୁ ।