• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଥିଲା ଥିଲା ହଠାତ୍‌ ପଥର ଫଟେଇ ପିଚକାରି ପରି ଉପରକୁ ବାହାରିଲା ପାଣି । ଏହାସହ ବେଗ ଏତେ ଅଧିକ ଥିଲା ଯେ, ତାହାକୁ ଅଟକାଇବା ଅସମ୍ଭବ ହୋଇପଡିଲା । ତେବେ କେମିତି ଓ କାହିଁକି ହଠାତ୍‌ ପଥର ଫଟେଇ ପାଣି ବାହାରିଲା ତାହାକୁ ନେଇ ଢ଼େର ଚର୍ଚ୍ଚା । ହେଲେ ଫଳ ଶୂନ । ବେଳେବେଳେ ଏପୃଥିବୀରେ ଘଟୁଥିବା ଅନେକ ପ୍ରାକୃତିକ ଦୃଶ୍ୟ ସାମ୍ନାକୁ ଆସେ । ଯାହା ଆମକୁ ଭିନ୍ନ ଏକ ଭାବନା ଆଡ଼କୁ ନେଇଯାଏ । ଏମିତିକି କାହିଁକି ଏପରି ହେଲା ଆମେ ଭାବିବା ପାଇଁ ବାଧ୍ୟ ହୁଅନ୍ତି । ହେଲେ କୌଣସି ଉତ୍ତର ପାଆନ୍ତି ନାହିଁ । ଠିକ୍‌ ଏଇ ଭାଇରାଲ ଭିଡିଓକୁ ଦେଖିଲେ ଆପଣ ବି ସମାନ କଥା ଭାବିବେ । ହେଲେ ଉତ୍ତର ପାଇବେ ନାହିଁ ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ କେମିତି ପଥର ଫଟାଇ ଗୋଟିଏ ସ୍ଥାନରୁ ଭାରି ଜୋରରେ ପାଣି ବାହାରୁଛି । ଆଉ ଏ ଦୃଶ୍ୟକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି । ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ଏଠାରେ ପାଣିର ପ୍ରଖରତା କେଉଁଠୁ ଆସୁଛି ? ଏହା ଭଗବାନଙ୍କ ଚମତ୍କାରିତା ନା ଆଉ କିଛି । ନା ପଥର ତଳେ କିଛି ରହିଛି ଯାହା ଫଳରେ ପାଣି ଏତେ ଜୋରରେ ବାହାରୁଛି ।

ଲୋକମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଏଇ ଭିଡିଓକୁ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ଏଥିରେ ହଜାର ହଜାର କଂମେଟ ମଧ୍ୟ ଆସୁଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବେଳେବେଳେ ଏମିତି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୁଏ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ହେଲେ କାହିଁକି ଏମିତି ହୁଏ ତାହାର ଉତ୍ତର କାହାରି ପାଖରେ ନଥାଏ । ଠିକ ଏଇ ଭିଡିଓ ଭଳି ।