/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684394459.jpg)
New Rule In Home
ବର୍ତ୍ତମାନ ସମୟରେ ପ୍ରତ୍ୟେକ ଘରେ ରହୁଛି ଏକାଧିକ ମୋବାଇଲ । ଏମିତିକି ପରିବାରରେ ସଦସ୍ୟ ସଂଖ୍ୟା ଯେତିକି ମୋବାଇଲ ସଂଖ୍ୟା ସେତିକି କିମ୍ବା ତାଠାରୁ ଅଧିକ । ଛୋଟ ଛୋଟ ପିଲାଠାରୁ ଆରମ୍ଭ କରି ଘରର ବୟସ୍କମାନେ ମଧ୍ୟ ମୋବାଇଲ ସହ ଖୁବ୍ ଜଡ଼ିତ । ଯେମିତିକି ମୋବାଇଲ ଛାଡ଼ି ଘଡ଼ିଏ ରହିପାରିବେ ନାହିଁ । ପିଲାମାନେ ମୋବାଇଲ ନଦେଖିଲେ ତାଙ୍କ ତଣ୍ଟିରେ ଖାଦ୍ୟ ଗଳୁନି । ମୋବାଇଲ ଦେଖି ଦେଖି ଖାଇବା ପାଇଁ ଜିଦ୍ କରୁଛନ୍ତି । ତେବେ ଏହି ମୋବାଇଲ ଅଭ୍ୟାସ କେତେ ଯେ, ଖରାପ ତାହା ଆମେ ସମସ୍ତେ ଅଳ୍ପେ ବହୁତେ ଜାଣିଛନ୍ତି । ତଥାପି କିଏ ମାନୁଛି ?
ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଲା, ବାପା ମାଆ ଜାଣିଛନ୍ତି ପିଲାମାନେ ଦିନକୁ ଦିନ ମୋବାଇଲ ସହ ଅଧିକରୁ ଅଧିକ ଯୋଡ଼ି ହେଉଛନ୍ତି । ତଥାପି ସେମାନେ ପିଲାଙ୍କୁ ଏଥିରୁ ଦୁରେଇ ରଖିପାରୁ ନହାନ୍ତି କିମ୍ବା ରଖିବାକୁ ଚେଷ୍ଟା କରୁ ନାହାନ୍ତି । ପିଲାଙ୍କ ଜିଦ୍ ଆଗରେ ବାପା ମାଆ ବି ହାର ମାନି ଯାଉଛନ୍ତି । ଅନ୍ୟପଟେ ପିଲାମାନେ ମୋବାଇଲ ଦେଖିବା ଫଳରେ ଖଦ୍ୟ ମଧ୍ୟ ସଠିକ୍ ପରିମାଣରେ ଖାଉ ନାହାନ୍ତି । ଯାହାଦ୍ୱାରା ସେମାନଙ୍କ ଶରୀରକୁ ଯେତିକି ପୋଷଣ ଆବଶ୍ୟକ ତାହା ମିଳୁ ନାହିଁ ।
ତେବେ ମୋବାଇଲକୁ ନେଇ ବର୍ତ୍ତମାନ ଏଭଳି ପରିସ୍ଥିତି ପ୍ରାୟ ସମସ୍ତଙ୍କ ପରିବାରରେ । ତେଣୁ ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ୟୁଜରମାନେ ଖୁବ୍ ପସନ୍ଦ କରିଛନ୍ତି । ଭିଡିଓରେ ଦେଖାଯାଇଛି ଯେ, ସେଥିରେ ପରିବାର ମୁଖିଆ ବା ମାଆ ଏକ ନୂଆ ନିୟମ କରିଛନ୍ତି । ତାହା ହେଲା ମୋବାଇଲ ଡିପୋଜିଟ୍ କଲେ ଖାଇବାକୁ ଦିଆଯିବ । ନଚେତ୍ ଖାଇବାକୁ ଦିଆଯିବ ନାହିଁ ।
ଭିଡିଓରେ ମାଆ ଡାଇନିଂ ଟେବୁଲ ପାଖରେ ଖାଦ୍ୟ ଧରି ବସିଛନ୍ତି । ଆଉ ଘରର ଅନ୍ୟ ସଦସ୍ୟମାନେ ଲାଇନ୍ରେ ଆସି ପ୍ଲେଟ୍ରେ ଖାଇବା ନେଉଛନ୍ତି । ଜଣକ ପରେ ଜଣେ ମୋବାଇଲ, ଟାବ୍ଲେଟ୍, ଲାପ୍ଟପ୍ ଆଣି ଡାଇନିଂ ଟେବୁଲରେ ମାଆଙ୍କ ପାଖରେ ଡିପୋଜିଟ୍ କରୁଛନ୍ତି । ତାପରେ ମାଆ ତାଙ୍କୁ ପ୍ଲେଟ୍ ଧରାଇ ସେଥିରେ ଖାଦ୍ୟ ପରସୁଛନ୍ତି ।
ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ଦେଖି ସ୍ୱାଗତ କରିଛନ୍ତି । ଏମିତି ନିୟମ ପ୍ରତ୍ୟେକ ଘରେ ରହିବା ଆବଶ୍ୟକ ବୋଲି କମେଣ୍ଟ କରିଛନ୍ତି । ଭିଡିଓମକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି । ହଜାର ହଜାର ଲୋକ ଲାଇକ୍ କରିବା ସହ ସେୟାର ମଧ୍ୟ କରିଛନ୍ତି ।
Dinner ka Naya rule 😂🤣 pic.twitter.com/Sssl3RL3gk
— Kungfu Pande 🇮🇳 (Parody) (@pb3060) May 17, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)