• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ଦେଶରେ ଲୋକ ଖୁବ୍ ଠାକୁର ବିଶ୍ୱାସୀ । ଭଗବାନଙ୍କ ନିକଟରେ ମାନସିକ ପୁରଣ କରିବା ପାଇଁ ଲୋକେ କେତେ କ’ଣ କରିଥାନ୍ତି । କିଏ ବଳି ଦେଇଥାଏ ତ କିଏ ଦୀପ ଜାଳେ । ଆଉ କିଏ କିଏ ଠାକୁରଙ୍କ ପାଖରେ ଅଧିଆ ପଡ଼ନ୍ତି । ଖାଲିସେତିକି ନୁହେଁ କେହି କେହି ମନ୍ଦିର ଚାରିପଟେ ଶହେ ଆଠ ପରିକ୍ରମା ବି କରନ୍ତି । ଆମ ହିନ୍ଦୁ ମାନଙ୍କର ଏକ ବିଶ୍ୱାସ ରହିଛି ଯେ, ମନ୍ଦିରରେ ପାହାଚରେ ବସିବା କିମ୍ବା ପାହାଚରେ ଗଡ଼ିବା, ମନ୍ଦିର ବେଢ଼ାରେ ବସିବା, ଇତ୍ୟାଦି କାମ କଲେ ଭଗବାନ ପ୍ରଶନ୍ନ ହୋଇଥାନ୍ତି ।

ତେବେ ଏହି କ୍ରମରେ ଆମ ସାମ୍ନାକୁ ଆସିଛି ଏକ ଭାଇରାଲ ଭିଡିଓ । ଯେଉଁଥିରେ ଜଣେ ଭକ୍ତ ନିଜର ମାନସିକ ପୁରଣ କରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଆଉ ପ୍ରାର୍ଥନା ପରେ ସେ ଏମିତି କିଛି କାର୍ଯ୍ୟ କରିଛନ୍ତି ଯାହାର ଭିଡିଓ ଭାଇରାଲ ହୋଇଛି । ଭାଇରାଲ ଭିଡିଓକୁ ଖୁବ୍ କମ୍‌ ସମୟ ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଯିଏ ବି ଭିଡିଓ ଦେଖୁଛି ହସି ହସି ବେଦମ ହେଉଛି । ଆପଣ ବି ସେହି ଭିଡିଓ ଦେଖିଲେ ହସି ହସି ଗଡ଼ିଯିବେ ।

ଆମ ଦେଶରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ବିଶ୍ୱାସ ରହିଛି । ଆମେ ଯେଉଁ ମନ୍ଦିର କଥା କହୁଛୁ ସେହି ମନ୍ଦିରରେ ଗୋଟିଏ କୁନି ହାତୀ ପ୍ରତିମୂର୍ତ୍ତୀ ରହିଛି । ସେହି ହାତୀ ତଳେ ପଶି ଏପଟୁ ସେପଟକୁ ଗଲେ ମାନସିକ ପୁରଣ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ଆଉ ଏହି ବିଶ୍ୱାସରେ ଜଣେ ଭକ୍ତ ଏମିତି ହାତୀ ତଳେ ପଶି ବାହାରିବାକୁ ପ୍ରୟାସ କରିଛନ୍ତି । ହେଲେ ଦୁର୍ଭାଗ୍ୟବଶତଃ ସେ ଆଉ ବାହାରି ପାରିନାହାନ୍ତି । ହାତୀ ପେଟ ତଳେ ସେ ଲାଖି ଯାଇଛନ୍ତି । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ଦେଖିଲେ ଜଣେ ଯେତିକି ଦୁଃଖୀ ହେବ ସେତିକି ହସି ହସି ବେଦମ ହେବ । କାରଣ ଭିଡିଓଟି ଖୁବ୍ ମଜାଳିଆ ଢ଼ଙ୍ଗରେ ରେକର୍ଡ କରାଯାଇଛି । ହାତୀ ପେଟ ତଳେ ଫସିଥିବା ଭକ୍ତ ଜଣକ ବାହାରିବା ପାଇଁ ଛାଟିପିଟି ହେଉଥିବା ବେଳେ ପୂଜାରୀମାନେ ତାଙ୍କୁ ବାହାରିବାର ଉପାୟ କହୁଛନ୍ତି । ହେଲେ ଏଥିରେ ଭକ୍ତ ଜଣକ ସଫଳ ହେଉ ନାହାନ୍ତି । ତେବେ ଶେଷରେ ଭକ୍ତ ଜଣଙ୍କ କେମିତି ବାହାରିଲେ, ସେ ଭିଡିଓ ଆମ ପାଖରେ ନାହିଁ।

ସବୁଠାରୁ ମଜାକଥା ହେଲା ଏହି ଭିଡିଓକୁ ଯିଏ ପୋଷ୍ଟ କରିଛନ୍ତି, ସେ ଲେଖିଛନ୍ତି ଭକ୍ତି ଅଧିକ ହେଲେ ସ୍ୱାସ୍ଥ୍ୟପକ୍ଷେ ହାନୀକାରକ ।