/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673075164.jpg)
Viral Video
ଏବେ କାହା ପାଖରେ ଗାଡ଼ି ନାହିଁ ବୋଲି କହିବା ଭୁଲ । ଧନୀ ଗରିବ ସମସ୍ତଙ୍କ ପାଖରେ ଅତି କମ୍ରେ ଗୋଟେ କିମ୍ବା ଦୁଇଟି ବାଇକ୍ ରହିଥିବା ନିଶ୍ଚିତ । ତେବେ ନିଜ ନିଜର ସକ୍ଷମତା ଅନୁସାରେ ଲୋକେ ଗାଡ଼ି କିଣିଥାନ୍ତି । ଯିଏ ଅଧିକ ଧନୀ ସେ ଦାମୀ ଗାଡ଼ି କିଣନ୍ତି । ଘର ଘର ବୁଲି କାମ କରୁଥିବା ଲୋକ ବି ଗାଡ଼ି ଧରି ଆସିଥାନ୍ତି । କ୍ଷୀର ବାଲା କ୍ଷୀର ଦେବାକୁ ଆସିଲେ ବି ଗାଡ଼ି ଧରି ଆସିଥାନ୍ତି । ହେଲେ କେବେ ଭାବିଛନ୍ତି କି ହାର୍ଲେ ଡେଭିଡ୍ସନ୍ ଭଳି ଦାମି ବାଇକ୍ ଧରି ଜଣେ ବ୍ୟକ୍ତି କେବେ କ୍ଷୀର ବିକୁଥିବ ।
ଆଜ୍ଞା ହଁ ଏହା ସତ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଜଣେ ବ୍ୟକ୍ତି ଘରୁ ହାର୍ଲେ ଡେଭିଡ୍ସନ୍ ଧରି ବାହାରୁଛନ୍ତି । ଆଉ ତାଙ୍କ ବାଇକ୍ ପଛରେ ଝୁଲୁଛି ଦୁଇଟି କ୍ଷୀର ଡ୍ରମ୍ । କେବଳ ଥରେ ନୁହେଁ ସକାଳୁ ସନ୍ଧ୍ୟା ଯାଏଁ ସେ କ୍ଷୀର ବିକୁଛନ୍ତି ଏହି ବାଇକ୍ରେ । ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ୍ ଲୋକ ପସନ୍ଦ କରିଛନ୍ତି ।
ସାଧାରଣତଃ ଭାରତରେ କ୍ଷୀର ବାଲା ସାଇକେଲ, ଲୁନା କିମ୍ବା ଅତି ସାଧାରଣ ବାଇକ୍ ଧରି ବୁଲୁଥିବା ଦେଖାଯାଆନ୍ତି । ଆଉ ଏହା ହିଁ ସବୁଠୁ ବଡ଼ କାରଣ, ଯେଉଁଥିପାଇଁ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଅମିତ ଭଦାନା ନାମକ ଜଣେ ଇନ୍ଷ୍ଟାଗ୍ରାମ୍ ୟୁଜର ଏହି ଭିଡିଓକୁ ପୋଷ୍ଟ କରିଛନ୍ତି । ଦାମୀ ଗାଡ଼ି ଧରି କ୍ଷୀର ଡ୍ରମ୍ ଲଦି ଲୋକଟି କ୍ଷୀର ବିକୁଥିବାରୁ ଏହା ସାଧାରଣ ଲୋକଙ୍କ ପାଇଁ ଏକ ଅସାଧାରଣ ଭିଡିଓ ଭଳି । ତେଣୁ ଖୁବ୍ ଭାଇରାଲ ହେବା ସହ ଏଥିରେ ଖୁବ୍ କମେଣ୍ଟ ମଧ୍ୟ ଆସୁଛି । ଏବେ ସୁଦ୍ଧା ପାଖାପାଖି ୩ ମିଲିୟନ୍ ଲୋକ ଏହାକୁ ଦେଖିସାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)