• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେଉଛି । ଭିଡିଓ ଭାଇରାଲ କରିବା ପାଇଁ ଏବେ ହଜାର ହଜାର କଣ୍ଟେଣ୍ଟ କ୍ରିଏଟର ମଧ୍ୟ ତିଆରି ହେଲେଣି । ପ୍ରତ୍ୟେକ ମୁହୁର୍ତ୍ତରେ ସୋସିଆଲ ମିଡିଆରେ ନୂଆ ନୂଆ କଣ୍ଟେଣ୍ଟ ଦେଖିବାକୁ ମିଳୁଛି । ହେଲେ ଏତେ ସବୁ ଭାଇରାଲ ଭିତରେ ବି ଏମିତି କିଛି କଣ୍ଟେଣ୍ଟ ଥାଏ ଯାହା ମନକୁ ଛୁଇଁଯାଏ ।

ସେମିତି ଏକ କଣ୍ଟେଣ୍ଟ ଏବେ କିଛି ଦିନ ହେବ ଭାଇରାଲ ହେଉଛି । ଯେଉଁଥିରେ ଜଣେ ମାଆ ଘର ଚଟାଣରେ ବସି ରୁଟି ତିଆରି କରୁଛନ୍ତି । ଆଉ ସେହି ସମୟରେ ତାଙ୍କ କୁନି ଝିଅ ମୋବାଇଲରେ ଭିଡିଓ ରେକର୍ଡିଂ କରୁଛନ୍ତି । ଆଉ କୋମଳ କଣ୍ଠରେ କହୁଛନ୍ତି, ମାଆ ଗୋଟିଏ ଗୀତ ବୋଲିଦିଅ । ପ୍ରଥମେ ଗୀତ ବୋଲିବାକୁ ମାଆ ଅମଙ୍ଗ ହେଉଛନ୍ତି । ଆଉ ମଜାଳିଆ ଢ଼ଙ୍ଗରେ କହୁଛନ୍ତି ତୁ ବହୁତ ଗୀତ ଶୁଣୁଛୁ । ତାପରେ ପୁଣି ଥରେ ମାଆଙ୍କୁ ଗୀତ ବୋଲିବା ପାଇଁ ନେହୁରା ହେଉଛନ୍ତି ଝିଅ । ଝିଅର ଅଳିକୁ ମାନି ମାଆ ଗୀତ ବୋଲିବା ଆରମ୍ଭ କରନ୍ତି । ଆଉ କହନ୍ତି ଏଇଟା ଶେଷ ଥର । ଆଉ କେବେ ବାଧ୍ୟ କରିବୁନି । ମାଆଙ୍କ କଣ୍ଠ ସ୍ୱର ଏତେ ମଧୁର ଯେ, ଝିଅ ରେକର୍ଡିଂ କରିଥିବା ଉକ୍ତ ଭିଡିଓ ଖୁବ୍‌ ଭାଇରାଲ ହେଲା ।

 

ତେବେ କଥା ଏତିକିରେ ସରି ନାହିଁ । ମାଆଙ୍କ ଗୀତ ବୋଲିବା ଭିଡିଓ ଏତେ ମାତ୍ରାରେ ଭାଇରାଲ ହେଲା ଯେ, ତାହା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ଙ୍କ ପାଖରେ ପହଞ୍ଚିଲା । ଆଉ ଭିଡିଓ ଦେଖିବା ପରେ ଏବେ ଉକ୍ତ ମାଆଙ୍କୁ ଫିଲ୍ମରେ ଗୀତ ବୋଲିବା ପାଇଁ ଅଫର କରିଛନ୍ତି ସୋନୁ ସୁଦ୍ । ଯାହାକି ଏବେ ଅଧିକ ଚର୍ଚ୍ଚାରେ ରହିଛି । 

ଭିଡିଓକୁ ଏବେ ସୁଦ୍ଧା ୭ ଲକ୍ଷ ୧୦ ହଜାର ଲୋକ ଦେଖିସାରିଲଣି । ସୋନୁ ସୁଦ୍‌ ମଧ୍ୟ ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ରିଟ୍ୱିଟ୍‌ କରିଛନ୍ତି । ଆଉ ଲେଖିଛନ୍ତି ମାଆ ଆସନ୍ତୁ ଆପଣ ଫିଲ୍ମରେ ଗୀତ ବୋଲିବେ । ଆପଣଙ୍କ ନମ୍ବର ଦିଅନ୍ତୁ । ଏହାକୁ ଦେଖି ଅନେକ ୟୁଜର ମାଆଙ୍କୁ ଶୁଭେଚ୍ଛା ଜଣାଇବା ସହ ସୋନୁଙ୍କ ଉଦାରତା ପାଇଁ ବି ଧନ୍ୟବାଦ ଦେଇଛନ୍ତି । ଆଉ କେହି କେହି ଲେଖିଛନ୍ତି ଟ୍ୟାଲେଣ୍ଟ ଥିଲେ ଭାଇରାଲ ଭିଡିଓରୁ ବି ସିଧା ବଲିଉଡ୍‌କୁ ମିଳିପାରିବ ୱାଇଲ୍ଡ କାର୍ଡ ଏଣ୍ଟ୍ରି ।