Advertisment

Viral Video: କୁନି ଝିଅର ଜବରଦସ୍ତ ଷ୍ଟଣ୍ଟ୍; ସ୍ପାଇଡର୍‌ମ୍ୟାନ୍ ଭଳି ଚଢିଗଲା କାନ୍ଥ

ଏକ ଛୋଟ ଝିଅର ଭିଡିଓ ଭାଇରାଲ ହେଉଛି। ପିଲାଟି ଏମିତି କିଛି ଷ୍ଟଣ୍ଟ୍ କରି ଦେଖଉଛି ଯେ ଲୋକେ ତାକୁ ସ୍ପାଇଡର ମ୍ୟାନ୍ ସହ ତୁଳନା କରୁଛନ୍ତି। ଏହି ଷ୍ଟଣ୍ଟ ଦେଖି ଆପଣ ମଧ୍ୟ ଟେରା ହୋଇ ରହିଯିବେ।

ଅଦ୍ୟତନ ହୋଇଛି
Viral Video Girl Climbed on Wall

Viral Video of girl quickly climbed on wall like spider man

Advertisment

ସୋସିଆଲ ମିଡିଆ ଏବେ ମନୋରଂଜନର ହବ୍ ପାଲଟିଯାଇଛି। ସବୁଦିନ ଏଠାରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ୍ ହୁଏ। ବେଳେବେଳେ ଏଥିରେ କିଛି ମଜାଦାର ଭିଡିଓ ଦେଖିବାକୁ ମିଳେ ତ ପୁଣି କେତେବେଳେ ପ୍ରେରଣା ଦେଲା ଭଳି ଭିଡିଓ। ବର୍ତ୍ତମାନ ଏକ ଛୋଟ ଝିଅର ଭିଡିଓ ଭାଇରାଲ ହେଉଛି। ପିଲାଟି ଏମିତି କିଛି ଷ୍ଟଣ୍ଟ୍ କରି ଦେଖଉଛି ଯେ ଲୋକେ ତାକୁ ସ୍ପାଇଡର ମ୍ୟାନ୍ ସହ ତୁଳନା କରୁଛନ୍ତି।

Advertisment

ସାଧାରଣତଃ ସେ ଟିଭି ପରଦା ହେଉ କି ସିନେମା ହଲ ଆମେ ଦେଖିଛେ ଯେ ସୁପର ପାୱାର କେବଳ ସୁପରମ୍ୟାନ୍ ବା ସୁପର୍‌ୱିମେନ୍ ପାଖରେ ଥାଏ। ସେ ସ୍ପାଇଡର୍‌ମ୍ୟାନ୍ ହେଉ କି ଶକ୍ତିମ୍ୟାନ୍ ଓ ବ୍ୟାଟ୍‌ମ୍ୟାନ୍ ହେଉଛି ଏଭଳି ଚମତ୍କାର ଦେଖିବାକୁ ମିଳେ। ବେଳେବେଳେ ଅନେକ ସମୟରେ ମଣିଷମାନଙ୍କ ପାଖରେ ମଧ୍ୟ ଏପରି ପ୍ରତିଭା ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: କୁନି ଝିଅର ବୟସ ୧୧, କିନ୍ତୁ ରୋଜଗାର ମାସିକ ୨ରୁ ୩ ଲକ୍ଷ ଡଲାର...

ଆପଣ ନିଶ୍ଚୟ ପିଲାମାନଙ୍କୁ ଦେଖିଥିବେ ଯେ ସେମାନେ ସ୍ପାଇଡରମ୍ୟାନର ଫ୍ୟାନ ହୋଇଯାଆନ୍ତି ଏବଂ ତାକୁ ଫଲୋ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏହି ଭିଡିଓରେ ଆପଣ ଦେଖିବେ ସେଥିରେ ପିଲାଟି ଚେଷ୍ଟା କରୁ ନାହିଁ ବରଂ ସ୍ପାଇଡର୍‌ମ୍ୟାନ୍ ପରି କାନ୍ଥ ଉପରକୁ ଚଢିଯାଉଛି। ସେ ଏତେ ଶିଘ୍ର ଶିଘ୍ର ଚଢୁଛି ଯେ ଆପଣ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଏହି ଭାଇରାଲ ଭିଡିଓରେ ଝିଅଟି ଦୁଇଟି ସଂକୀର୍ଣ୍ଣ କାନ୍ଥ ମଝିରେ ଠିଆ ହୋଇଛି ଆଉ ଏଠାରେ ଠିଆ ଠିଆ ଗୋଟିଏ ଝଟକାରେ ଉପରକୁ ଉଠି କାନ୍ଥରେ ଚଢିଯାଉଛି। ଛାତ ପାଖାପାଖି ଉଠିଯାଇ ସେ ପୁଣି ଅତି ସହଜରେ ତଳକୁ ଖସି ଆସୁଛି। ତାଙ୍କର ଏହି ଷ୍ଟଣ୍ଟ ଦେଖି ଆପଣ ମଧ୍ୟ ଟେରା ହୋଇ ରହିଯିବେ।

Advertisment

ଭିଡିଓଟି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମରେ pandiyarajan1219 ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓଟି ଜୁନ୍ ୨୫ରେ ଶେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ୧ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏହା ଉପରେ ଅନେକ ଲୋକଙ୍କ କମେଣ୍ଟ ମଧ୍ୟ ଆସୁଛି। ଶହ ଶହ ଲୋକ ଏହି କୁନି ଝିଅଟିର ପ୍ରତିଭା ଏବଂ ଶକ୍ତିକୁ ପ୍ରଶଂସା କରିଛନ୍ତି।

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ