• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁନି ଝିଅକୁ ମତ୍ର ୧୧ ବର୍ଷ । ହେଲେ ତା’ର ରୋଜଗାର ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ । କାରଣ ଆମ ଦେଶରେ କେବେ କୌଣସି ଛୋଟ ପିଲା ରୋଜଗାର କରିବା କଥା ଭାବିନଥାନ୍ତି କିମ୍ବା ତାଙ୍କ ବାପା ମାଆ ତାଙ୍କୁ ରୋଜଗାର କରିବା କଥା ଚିନ୍ତା କରିବାକୁ ବି ଦେଇନଥାନ୍ତି । ଆପଣ ବି ଆପଣଙ୍କ ଆଖପାଖରେ ଏମିତି ଛୋଟ ପିଲା କେବେ ଦେଖିନଥିବେ ଯିଏ ରୋଜଗାର କରୁଛି । କିନ୍ତୁ ଆମେ ଆଜି ଯେଉଁ କୁନି ଝିଅ କଥା କହିବୁ ତାର ରୋଜଗାର ହେଉଛି ମାସକୁ ୨ ରୁ ୩ ଲକ୍ଷ ଡଲାର । ଏବେ ସୁଦ୍ଧା ୪୧୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ । ଆପଣ ଏବେ ଚିନ୍ତାରେ ପଡ଼ିଯାଇଥିବେ ନିଶ୍ଚୟ । ତେବେ ଜାଣନ୍ତୁ ପୁରା କାହାଣୀ... 

 

ShfaShfa

ଯଦି ଆପଣଙ୍କ ଘରେ ଛୋଟ ଛୁଆ ଅଛନ୍ତି ତେବେ ଆପଣ ଶାଫାଙ୍କୁ ନିଶ୍ଚୟ ଜାଣିଥିବେ । ୟୁଟ୍ୟୁବ୍‌ରେ ଶାଫାଙ୍କୁ ପିଲାମାନେ ଖୁବ୍‌ ପସନ୍ଦ କରିଥାନ୍ତି । ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଏବେ ପୁରା ବିଶ୍ୱ ଦେଖୁଛି ।

ShfaShfa

ଶାଫାଙ୍କ ମାତା ପିତା UAEରେ ରୁହନ୍ତି । ଶାଫାଙ୍କ ମାଆ ହିଁ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଚଳାଇଥାନ୍ତି । ଶାଫାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ କୌଣସି ଛୋଟ ମୋଟ କମ୍ପାନୀଠାରୁ କିଛି କମ୍‌ ନୁହେଁ । ଶାଫା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ୨୯ ମାର୍ଚ୍ଚ ୨୦୧୫ରେ ଆରମ୍ଭ କରିଥିଲେ । ମାତ୍ର ୮ ବର୍ଷ ମଧ୍ୟରେ ସେ ସାରା ଦୁନିଆରେ ଛୋଟ ଛୋଟ ପିଲାଙ୍କର ଫେଭରାଇଟ୍‌ ପାଲଟିଗଲେ ।

ShfaShfa

ଶାଫାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ଏବେ ସୁଦ୍ଧା ୪ କୋଟିର ଅଧିକ ଲୋକ ସବ୍‌ସ୍କ୍ରାଇବ୍ କରିସାରିଛନ୍ତି । ଯାହାଫଳରେ ତାଙ୍କର ଏଥିରୁ ଖୁବ୍‌ ରୋଜଗାର ହେଉଛି । କାରଣ ୟୁଟ୍ୟୁବରମାନଙ୍କୁ ତାଙ୍କ ଭିଡିଓର ଭ୍ୟୁଜ୍‌ ହିସାବରେ ଟଙ୍କା ମିଳିଥାଏ । ଆଉ ଶାଫାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ କଥା ଯଦି କହିବା, ତାଙ୍କର ଭିଡିଓକୁ ଆଜି ପର୍ଯ୍ୟନ୍ତ ୨୨ ଆରବ ଲୋକ ଦେଖି ସାରିଲେଣି ।

ShfaShfa

ବର୍ତ୍ତମାନର ହିସାବ ଦେଖିଲେ ଶାଫାଙ୍କ ୟୁଟ୍ୟୁବ୍‌ ଭିଡିଓରେ ପ୍ରତି ୧୦୦୦ ଭ୍ୟୁଜ୍‌ ପାଇଁ ୧.୨୧ ଡଲାର ଅର୍ଥାତ ୧୦୦ ଟଙ୍କା ମିଳୁଛି । ଶାଫାଙ୍କୁ ଗତ ମାସରେ ଅର୍ଥାତ୍ ମେ’ ୨୦୨୩ରେ ୟୁଟ୍ୟୁବ୍‌ରୁ ଦୁଇ ଲକ୍ଷ ଡଲାର ରୋଜଗାର କରିଛନ୍ତି । ବେଳେବେଳେ ଏମିତି ବି ହୁଏ କି, ଶାଫା ୟୁଟ୍ୟୁବ୍‌ରୁ ଗୋଟିଏ ମାସରେ ୩ ଲକ୍ଷ ଡଲାର ମଧ୍ୟ ପାଇଥାନ୍ତି । 

ShfaShfa

ଶାଫାଙ୍କ ଗତ ୭ ଦିନର ରୋଜଗାର ହେଲା, ୭୭.୪ ହଜାର ଡଲାର । ଏହାସହ ଗତ ୩୦ ଦିନର ରୋଜଗାର ହେଲା ୧.୨୭ ଲକ୍ଷ ଡଲାର । ସେହିଭଳି ଗତ ୯୦ ଦିନର ରୋଜଗାର ହେଲା ୬.୭୬ ଲକ୍ଷ ଡଲାର ।

ତେବେ ଗତ ୮ ବର୍ଷ ମଧ୍ୟରେ ଶାଫା ୯୮୪ ଭିଡିଓ ଅପ୍‌ଲୋଡ୍‌ କରିଥିବା ବେଳେ ତାଙ୍କର ରୋଜଗାର ଏବେ ସୁଦ୍ଧା କୋଟି କୋଟି ଟଙ୍କା ହୋଇସାରିଲାଣି । ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶାଫାଙ୍କର ଏବେ ସୁଦ୍ଧା ମୋଟ ସମ୍ପତ୍ତି ୪୧୦ କୋଟିରେ ଟଙ୍କାରେ ପହଞ୍ଚିସାରିଲାଣି ।