/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682785429.jpg)
broken vehicle
ଆଜିକାଲି ଗାଡି କିଣିବା ପ୍ରାୟ ସମସ୍ତଙ୍କର ସଉକ । କିଏ କମ୍ ଦାମର ଗାଡି କିଣୁଛି ତ ଆଉ କିଏ ଅଧିକ ଦାମ୍ର । ମୋଟ୍ ଉପରେ ଯାହା ପାଖରେ ଯେତେ ଟଙ୍କା ରହିଛି ସିଏ ସେହି ଅନୁସାରେ ଗାଡ଼ି କିଣୁଛି । ହେଲେ ଆମେ ସମସ୍ତେ ଜାଣନ୍ତି ୪ ଚକିଆ ଗାଡି କିଣିବା କିଛି ସହଜ ନୁହେଁ । ହେଲେ ବି ନିଜର ସ୍ୱପ୍ନ ପୂରଣ କରିବାକୁ କଷ୍ଟମଷ୍ଟେ ଗାଡି କିଣୁଛନ୍ତି ଲୋକେ । ହେଲେ ଥରେ ଚିନ୍ତା କରନ୍ତୁ ତ? ନୂଆ ଗାଡି କିଣିବା ପରେ ସେହି ଗାଡି ରାସ୍ତାରେ ଯଦି ବାରମ୍ବାର ଖରାପ ହୁଏ ତେବେ ଆପଣ କରିବେ କଣ? ବିରକ୍ତି ହେବେ ନା ! ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନରୁ । ଯେଉଁଠି ରାସ୍ତାରେ ଗାଡି ଖରାପ ହେବାରୁ ଗଧ ସାହାଯ୍ୟରେ ସୋ’ରୁମ୍ରେ ଗାଡି ଛାଡି ଆସିଲେ ମାଲିକ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢ଼ନ୍ତୁ: ଟଙ୍କା ଦେଇ କିଣିଲେ ଚଢ଼େଇ, ଦେଲେ ମୁକ୍ତିର ଆନନ୍ଦ
Never mess with #indians#Udaipur: 18 lakh car broke down, the owner dragged it with donkeys and sent it back to the showroom,
Angry car owner called the showroom but they didn't help. So, he used donkeys to pull his car. Watch why he did that.#hyundai#donkeypullcar#cretapic.twitter.com/OZMsMoFXyd
— Siraj Noorani (@sirajnoorani) April 26, 2023
ରାଜସ୍ଥାନର ଉଦୟପୁରର ସୁନ୍ଦରୱାସ ଅଞ୍ଚଳରେ ରହୁଥିବା ରାଜ କୁମାର ଓ ତାଙ୍କ ମାମୁଁ ନିଜର ପରିଶ୍ରମରେ ଗୋଟି ଗୋଟି ଟଙ୍କା ଠୂଳ କରି ୧୮ ଲକ୍ଷ ଟଙ୍କା ଦେଇ କାର କିଣିଲେ । ଭାବିଥିଲେ ଦୀର୍ଘଦିନ ତଳୁ ଦେଖିଥିବା ସ୍ବପ୍ନ ପୂରା ହେଲା । ହେଲେ ସେମିତି କିଛି ହେଲାନି...ବରଂ ରାସ୍ତାରେ ବାରମ୍ବାର ଗାଡିଟି ଖରାପ ହେବାକୁ ଲାଗିଲା । ଯାହାକୁ ନେଇ ରାଜ କୁମାର ବିରକ୍ତ ହେବା ସହିତ କମ୍ପାନୀକୁ ଅଭିଯୋଗ କରିଥିଲେ । ପରେ କମ୍ପାନୀ ଗାଡି ଆଣିବାକୁ କହିଥିଲା । ସୋ’ରୁମରେ ଗାଡି ପହଞ୍ଚିବା ପରେ କମ୍ପାନୀ କହିଥିଲା ଗାଡି ବ୍ୟାଟେରୀରେ ତ୍ରୁଟି ରହିଛି । ତେଣୁ କମ୍ପାନୀର କର୍ମଚାରୀ ଗାଡି ସଜାଡିଥିଲେ ଆଉ ସୋ’ରୁମରୁ ଘରକୁ ନେବା କହିଥିଲେ ।
କର୍ମଚାରୀଙ୍କ ପରାମର୍ଶ ଅନୁସାରେ ଗାଡି ଘରକୁ ଆଣିଥିଲେ ରାଜକୁମାର । ହେଲେ ପୁଣି ଥରେ ସେହି ସମସ୍ୟା ଦେଖାଯାଇଥିଲା । ଅଧା ରାସ୍ତାରେ ଗାଡି ପୁଣି ଥରେ ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ଭୀଷଣ ଭାବରେ ରାଗିଯାଇଥିଲେ ରାଜକୁମାର । ଶେଷରେ ଗୋଟିଏ ଗଧ ଠିକ୍ କରିଥିଲେ । ଆଉ ସେହି ଗଧ ଗାଡିକୁ ଟାଣିଟାଣି ସୋ’ରୁମ୍ରେ ନେଇ ଛାଡିଆସିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓକୁ ଦେଖି ୟୁଜର୍ସ ମଧ୍ୟ ମଜାଳିଆ କମେଣ୍ଟ ଦେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)