/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661171198.jpg)
Viral Video
ସାଧାରଣତଃ ଆମେ ସମସ୍ତେ ଜାଣନ୍ତି ସୋମବାର ଦିନ ରାସ୍ତା ଟିକେ ଭିଡ଼ ରୁହେ । ତାହା ପୁଣି ଅଫିସ୍ ଯିବା ଟାଇମ୍ରେ । କାରଣ ଶନିବାର ରବିବାର ଦୁଇ ଦିନ ଛୁଟି କାଟିବା ପରେ ସମସ୍ତେ ସୋମବାର ଅଫିସ୍ ଯାଇଥାନ୍ତି । ସପ୍ତାହ ଆରମ୍ଭ ହେଉଥିବାରୁ କାହାର ଛୁଟି ନଥାଏ । ଆଉ ରାସ୍ତା ଭିଡ଼ କାରଣରୁ ଅଧିକାଂଶ ଲୋକ ବିଳମ୍ବରେ ଅଫିସ୍ରେ ପହଞ୍ଚିଥାନ୍ତି ।
ହେଲେ ଆମେ ଆଜି ଯେଉଁ କଥା ଆପଣଙ୍କୁ କହିବୁ ତାହା ଶୁଣିଲେ ହସିବେ । ଜଣେ ବ୍ୟକ୍ତି ସୋମବାର ଅଫିସ୍ ବିଳମ୍ବରେ ପହଞ୍ଚିଲେ କାରଣ ତାଙ୍କୁ ରାସ୍ତାରେ ବତକ ଅଟକାଇଦେଲା । ଗୋଟିଏ କି ଦୁଇଟି ବତକ ନୁହେଁ, ଶହ ଶହ ବତକ ରାସ୍ତା ମଝିକୁ ଚାଲି ଆସିଲେ । ଆଉ ଗାଡ଼ିକୁ ଅଟକାଇଦେଲେ । ଏମିତିକି ଗାଡ଼ି ଚାରିପଟେ ବେଢ଼ିଗଲେ । ଗାଡ଼ିଟି ଗୋଟେ ଇଞ୍ଚ ବି ହଲିପାରିଲା ନାହିଁ । ଏକ କାଳିନ ଏତେ ବତକ ଦେଖି ଗାଡ଼ି ଚାଳକ ମଧ୍ୟ ଆଶ୍ଚର୍ଯ୍ୟ । ସେ ଯେତେ ତରବର ହେଉଥିଲେ ବି ବତକଙ୍କ କବଳରୁ ନିଜ ଗାଡ଼ିକୁ ବାହାର କରିପାରି ନଥିଲେ ।
ଏହାର ଏକ ୧୪ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ୬୫୦୦୦ ରୁ ଅଧିକ ଅପ୍ଭୋଟ୍ ମିଳିଛି । ଭିଡିଓରେ ଦେଖାଯାଇଛି ରାସ୍ତାରେ ଶହଶହ ବତକ ରହିଛନ୍ତି । MPV ମଡେଲର ଏକ କାର ଅଟକିଛି । ବତକମାନେ ଗାଡ଼ି ସାମ୍ନାରେ ରହିଛନ୍ତି । ଗୋଟିଏ ଗାଡ଼ି ଅଟକିବାରୁ ପଛକୁ ପଛ ଅନେକ ଗାଡ଼ି ଅଟକି ରହିଛି ।
ତେବେ ଏହି ଭିଡିଓ କେଉଁ ସ୍ଥାନର ସେନେଇ କୌଣସି ସୂଚନା ନାହିଁ । ଏହା କେଉଁ ରାସ୍ତା ତାର ନାଁ ମଧ୍ୟ ନାହିଁ । ଏହି ରାସ୍ତାର ବିପରୀତ ଦିଗରୁ ଆଉ ଏକ କାର ଆସୁଥିଲା । ସେହି କାର ଚାଳକ ଏହି ଭିଡିଓ ରେକର୍ଡ କରିଛନ୍ତି ।
ଏହି ଭିଡିଓ ଅପ୍ସନ୍ରେ କ୍ଲିକ୍ କରନ୍ତୁ ଏବଂ ଦେଖନ୍ତୁ ବତକ ଅଟକାଇଥିବା କାର ଭିଡିଓ..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)