• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜରାସ୍ତାରେ ଲୁଟ୍‌ର ଦୃଶ୍ୟ ଅନେକ ସମୟରେ ଭାଇରାଲ ହୋଇଥାଏ । କେତେବେଳେ ଲୁଟେରାମାନେ ସାଧାରଣ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରିଥାଆନ୍ତି ତ ପୁଣି କେତେବେଳେ ମହିଳାମାନଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନିଅନ୍ତି ଲୁଟେରା । ଅତୀତରେ ଏପରି ଅନେକ ଭିଡିଓ ସାମନାକୁ ଆସିଛି । ଏହିପରି କିଛି ଅପରାଧୀକ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ସହ ପୋଲିସ ତଦନ୍ତ କରି ଅପରାଧୀଙ୍କୁ ଗିରଫ କରିଛି ।

ବର୍ତ୍ତମାନ ସେହିପରି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ଲୁଟେରା ବାଇକ୍‌ରେ ଆସି ରାସ୍ତାରେ ଯାଉଥିବା ଜଣେ ବୃଦ୍ଧାଙ୍କ ବେକରୁ ସୁନାଚେନ୍‌ ଲୁଟ୍‌ କରିଥିବା ଦେଖିବାକୁ ମିଳୁଛି । ସେହି ସମୟରେ ବୃଦ୍ଧାଙ୍କ ୧୦ ବର୍ଷର ନାତୁଣୀ ଲୁଟେରାଙ୍କୁ ମାଡ଼ ମାରିବା ସହ କାବୁ କରିବାକୁ ଚେଷ୍ଟା କରୁଛନ୍ତି । ଶେଷରେ ଜେଜେ ମା’ଙ୍କୁ ରକ୍ଷା କରିବା ସହ ଲୁଟେରାକୁ ତାର ଯୋଜନାରେ ବିଫଳ କରିବାରେ ସକ୍ଷମ ହେଉଛି ନାତୁଣୀ ।

ଲୁଟ୍‌ ଘଟଣାର ସମ୍ପୂର୍ଣ୍ଣ ଭିଡିଓ ନିକଟରେ ଥିବା ଏକ ସିସିଟିଭିରେ କଏଦ ହୋଇଥିବା ବେଳେ ବର୍ତ୍ତମାନ ଭିଡିଓଟି ଖୁବ୍‌ ଭାଇରାଲ ହେବାର ଲାଗିଛି । ଯାହାକୁ ଏକ ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଛନ୍ତି । ପାଖାପାଖି ୨ହଜାର ଲୋକ ଏହାକୁ ଲାଇକ୍‌ କରିବା ସହ କିଛି ଦର୍ଶକ ନିଜର ମତାମତ ଦେଇଥିବା ଦେଖିବାକୁ ମିଳିଛି । ANI ପକ୍ଷରୁ ଭିଡିଓଟିକୁ ଟ୍ୱିଟ୍‌ କରାଯାଇଛି ।

ANIର ସୂଚନା ଅନୁସାରେ ଏପରି ଏକ ଘଟଣା ମହାରାଷ୍ଟ୍ରର ପୁନେ ସହରରେ ଘଟିଛି । ରାସ୍ତାରେ ଯାଉଥିବାବେଳେ ଲୁଟେରା ଜଣକ ବୃଦ୍ଧାଙ୍କ ନିକଟରୁ ସୁନାଚେନ୍‌ ଲୁଟ୍ କରିବାକୁ ଉଦ୍ୟମ କରିଥିଲା । ହେଲେ ୧୦ ବର୍ଷୀୟ ନାବାଳିକା ନାତୁଣୀର ସହାସ ଯୋଗୁଁ ଲୁଟେରାଠୁ ଅଳ୍ପକେ ବର୍ତ୍ତିଯାଛନ୍ତି ବୃଦ୍ଧା ଜେଜେ ମା’ ।

ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି । ନାବାଳିକା ନାତୁଣୀର ସାହସକୁ ସବୁଠି ପ୍ରଶଂସା କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now