• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମଜା କରୁ କରୁ ମିଳିଲା ସଜା । ୪୦ ଫୁଟ୍‌ ତଳକୁ ଖସି ପଡ଼ିଲା ୬ ବର୍ଷର କୁନି ପୁଅ । ପାହାଡ଼ିଆ ଇଲାକାରେ ଜିପ୍‌ଲାଇନ୍‌ରେ ଝୁଲି ଝୁଲି ଯିବା ପାଇଁ ସମସ୍ତଙ୍କର ପ୍ରାୟ ଇଚ୍ଛା ଥାଏ । ସମସ୍ତେ ଚାହାନ୍ତି ଏଭଳି ଆଡ୍‌ଭେଞ୍ଚରିୟସ୍‌ର ମଜା ନେବାକୁ, ହେଲେ ସୁଯୋଗ ମିଳିନଥାଏ । କିନ୍ତୁ ଯେଉଁମାନେ ସୁଯୋଗ ପାଆନ୍ତି ସେମାନେ ଖୁବ୍‌ ମଜା ନିଅନ୍ତି । ଏହା ବିପଦମୁକ୍ତ ନଥିଲେ ମଧ୍ୟ ଲୋକେ ଏହାର ମଜା ନେବା ପାଇଁ ସବୁବେଳେ ଆଗଭର ।

ତେବେ ଏମିତି ମଜା ନେଉ ନେଉ ଜଣେ ପର୍ଯ୍ୟଟକଙ୍କୁ ମିଳିଛି ସଜା । ଏଭଳି ଏକ ଘଟଣା ଘଟିଛି ମେକ୍ସିକୋରେ । ଆଉ ପୁରା ଘଟଣାର ଭିଡିଓ ମଧ୍ୟ ରେକର୍ଡ ହୋଇଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ମଧ୍ୟ ହେଉଛି । ଅନେକ ଲୋକ ଏହାକୁ ଦେଖିସାରିଲେଣି । ଅଧିକାଂଶଙ୍କର ମତ ଛୋଟ ଛୁଆକୁ ନେଇ ଏଭଳି ବିପଦଜ୍ଜନକ ଅଡ୍‌ଭେଞ୍ଚର କରିବା ଉଚିତ୍ ନଥିଲା । ଏହି ଦୁର୍ଘଟଣା ଗତ ୨୫ ତାରିଖରେ ଘଟିଛି ।

ଭିଡିଓଟିକୁ ଦେଖିଲେ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ପ୍ରଥମେ ଜିପ୍‌ଲାଇନ୍‌ ଏକ କୁନି ଛୁଆ ଭାରି ଖୁସିରେ ଝୁଲି ଝୁଲି ଏପାରିରୁ ସେପାରିକୁ ଯାଉଥିଲା । ଏହା ଦେଖି ସମସ୍ତେ ଖୁସି ହେଉଥିଲେ । ପରିବାର ଲୋକ ମଧ୍ୟ ଛୁଆର ଭିଡିଓ ରେକର୍ଡ କରୁଥିଲେ । ଛୁଆ ମଧ୍ୟ ଭାରି ଖୁସି ଥିଲା । କିଛି ସମୟ ପରେ ଜଣେ ବ୍ୟକ୍ତି ସେହି ଜିପ୍‌ଲାଇନ୍‌ରେ ଛୁଆ ପାଖରେ ପହଞ୍ଚିଲେ । ସେତେବେଳକୁ ଛୁଆଟି ଜିପ୍‌ଲାଇନ୍‌ର ଅଧାରେ ଅଟକି ଯାଇଥିଲା । ବ୍ୟକ୍ତି ଜଣକ ସେଠାରେ ପହଞ୍ଚି ଛୁଆକୁ ଧରିବା ବେଳକୁ ଅଚାନକ ଲକ୍‌ରୁ ଖସି ପଡ଼ିଥିଲା ଛୁଆ । ଆଉ ୪୦ ଫୁଟ୍ ତଳେ ଯାଇ ପଡ଼ିଥିଲା ।

ତେବେ ସୌଭାଗ୍ୟ ବସତଃ ଛୁଆଟି ଜୀବୀତ ରହିଛି । କାରଣ ତଳେ ଏକ କୃତ୍ରିମ ପୋଖରୀ ରହିଥିଲା । ଛୁଆଟିର ବିଶେଷ କିଛି କ୍ଷତି ହୋଇନଥିଲେ ମଧ୍ୟ ସାମାନ୍ୟ ଆହତ ହୋଇଛି । ଏହାସହ ସେ ଏବେ ଡରରେ ରହିଛି । ତାର ମାନସିକ ସ୍ଥିତି ଠିକ୍ ନାହିଁ ବୋଲି ପରିବାର ଲୋକ କହିଛନ୍ତି । ଖାଲି ସେତିକି ନୁହେଁ, ଅନଭିଜ୍ଞ ଲୋକ ସେହି ଜିପ୍‌ଲାଇନ୍‌ ଚଲାଉଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ସେଠାରେ ଜିପ୍‌ଲାଇନ୍‌କୁ ବନ୍ଦ କରାଯାଇଛି । ସ୍ଥାନୀୟ ସରକାର ଏହି ଦୁର୍ଘଟଣା ନେଇ ତଦନ୍ତ ଆରମ୍ଭ କରିଛନ୍ତି ।