• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିବାହ ଉତ୍ସବ ଏକ ବଡ଼ ପର୍ବ । ଆମ ସମାଜରେ ବିବାହ ଉତ୍ସବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ଏହାକୁ ସାରା ଜୀବନ ପାଇଁ ମନେ ରଖିବା ପାଇଁ ସମସ୍ତେ ଚାହାନ୍ତି । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଅନେକ ଆୟୋଜନ କରାଯାଇଥାଏ । ଗୋଟିଏ ଦିନର ଏହି ଉତ୍ସବରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ସମସ୍ତେ ନିଜ ନିଜ ଢ଼ଙ୍ଗରେ ଏହାକୁ ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରନ୍ତି । ତେବେ ଠିକ୍‌ ଏମିତି କିଛି ଘଟଣା ଆମ ସାମ୍ନାକୁ ଆସିଛି । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ।

ରାଜସ୍ଥାନର ବାରମରରେ ଏକ ନିଆରା ବରଯାତ୍ରୀ ଦେଖିବାକୁ ମିଳିଛି । ସୋମବାର ଏହି ବରାଯାତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କାରଣ ଏହି ବରଯାତ୍ରୀରେ ସାମିଲ ଥିଲା ୫୧ଟି ଟ୍ରାକ୍ଟର । ଆପଣ ଶୁଣିଥିବେ ବରଯାତ୍ରୀରେ ଲୋକେ ବଡ଼ ବଡ଼ ଗାଡ଼ି ନେଇ ଯାଇଥାଆନ୍ତି । ବରଯାତ୍ରୀରେ ଭଲ ଭଲ ଗାଡ଼ି ପଛକୁ ଗାଡ଼ି ଧାଡ଼ି ଲମ୍ବିଥାଏ । କିନ୍ତୁ କେବେ ଶୁଣିନଥିବେ ଟ୍ରାକ୍ଟର ନେଇ କେହି କେବେ ବରଯାତ୍ରୀ ଯାଇଥିବାର । ଆଜ୍ଞା ହଁ ଠିକ୍‌ ଏମିତି କିଛି ଘଟିଛି ବାରମରରେ । ଆଉ ସବୁଠାରୁ ବଡ଼ କଥା ହେଲା, ବର ନିଜେ ଟ୍ରାକ୍ଟର ଚଲାଇ କନ୍ୟା ଘର ସମ୍ମୁଖରେ ପହଞ୍ଚିଛି ।

ବରର ବାପା କହିଛନ୍ତି, ‘ମୋ ବିବାହ ବେଳେ ମୁଁ ଗୋଟିଏ ଟ୍ରାକ୍ଟରରେ ଯାଇଥିଲି । ତେଣୁ ମୋ ପୁଅ ବିବାହରେ ମୁଁ ଟ୍ରାକ୍ଟରର ଧାଡ଼ି ଲମ୍ବାଇ ଦେଇଛି । ଏଥିରେ ବରଯାତ୍ରୀରେ ୫୧ଟି ଟ୍ରାକ୍ଟର ସାମିଲ ହୋଇଛି ।’

ଗୁଡ଼ ମଲାନି ଗାଁର ପ୍ରକାଶ ଚୌଧୁରୀ, ରୋଲି ଗାଁର ମମତାଙ୍କୁ ବିବାହ କରିଛନ୍ତି । ଗତ ସୋମବାର ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ତେବେ ବିବାହ ଉତ୍ସବରେ ବର ଏବଂ ବରଯାତ୍ରୀ ଏବେ ସବୁଠୁ ବେଶି ଚର୍ଚ୍ଚାରେ । କାରଣ ବର ଘରଠାରୁ କନ୍ୟା ଘର ୫୧ କିଲୋମିଟର ଦୂର । ଏହି ୫୧ କିଲୋମିଟର ପାଇଁ ୫୧ ଟ୍ରାକ୍‌ଟରରେ ୨୦୦ରୁ ଅଧିକ ବରଯାତ୍ରୀ ଆସିଲେ । 

ତେବେ ବିବାହ କରୁଥିବା ବ୍ୟକ୍ତି ଜଣକ କୌଣସି ବଡ଼ ବଡ଼ିଆ ବା ଚାକିରିଆ କି ବ୍ୟବସାୟୀ ନୁହଁନ୍ତି । ସେ ଜଣେ ସାଧାରଣ କୃଷକ । ଆଉ ଜଣେ କୃଷକଙ୍କ ଏଭଳି ବରଯାତ୍ରୀ ଷ୍ଟାଇଲ୍‌ ଦେଖି ସମସ୍ତେ ତାଜୁବ୍ ।