• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ବାହାଘର ସିଜିନ୍‌ ଚାଲିଛି । ଆହୁରି ମାସେରୁ ଦୁଇ ମାସ ପର୍ଯ୍ୟନ୍ତ ଏହି ସିଜିନ୍ ଚାଲିବ । ଯୁଆଡ଼େ ଦେଖିବ ମଣ୍ଡପ ସଜା ଚାଲିଛି । ବ୍ୟାଣ୍ଡ ବାଜା ବାରାତ ସବୁଆଡ଼େ ଦେଖିବାକୁ ମିଳୁଛି । ଗାଁ ଗହଳିଠୁ ଆରମ୍ଭ କରି ସହରର ଗଳିକନ୍ଦି ପର୍ଯ୍ୟନ୍ତ ବାହାଘରିଆ ମାହୋଲ । ତେବେ ଏହାରି ଭିତରେ ସମସ୍ତେ ଚିନ୍ତା କରନ୍ତି ବିବାହ ଉତ୍ସବଟି କିଭଳି ସ୍ମରଣୀୟ ହୋଇ ରହିବ । ବିବାହ କରୁଥିବା ଦମ୍ପତିଙ୍କ ପାଇଁ ହେଉ କିମ୍ବା ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନଙ୍କ ପାଇଁ ହେଉ । ସମସ୍ତେ ଯେଭଳି ବିବାହ ଉତ୍ସବକୁ ମନେ ରଖିବେ ସେନେଇ ସୁବ୍ୟବସ୍ଥା କରାଯାଇଥାଏ ।

କିଛି ବ୍ୟକ୍ତି ବିବାହକୁ ସୁବ୍ୟବସ୍ଥିତ କରିବା ସହ ନୂଆ ଧରଣର କରିବାକୁ ଚେଷ୍ଟା କରନ୍ତି । ଆଉ ସେମିତି ଏକ ଘଟଣା ଆମ ସାମ୍ନାକୁ ଆସିଛି । ଏହା ବିବାହ ଉତ୍ସବ ନୁହେଁ ଏହା ରିଙ୍ଗ ସେରିମନିର କଥା । ଯାହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏବେ ଏହା ଧିରେ ଧିରେ ଭାଇରାଲ ହେବାରେ ଲାଗିଛି । ଆଉ ସତରେ ବି ଏହି ରିଙ୍ଗ ସେରିମନି ନିହାତି ଭାବେ ସମସ୍ତଙ୍କର ମନେ ରହିବ । କାରଣ ରିଙ୍ଗ ସେରିମନି ହେଉ କିମ୍ବା ବିବାହ ରିସେପ୍‌ସନ୍‌, ଏଥିରେ ବର କନ୍ୟାଙ୍କର ଗ୍ରାଣ୍ଡ ଏଣ୍ଟ୍ରି ହୋଇଥାଏ । କିନ୍ତୁ ଏହି ରିଙ୍ଗ୍‌ ସେରିମନିରେ ରିଙ୍ଗ୍‌ର ଗ୍ରାଣ୍ଡ ଏଣ୍ଟ୍ରି କରାଯାଇଛି । 

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ବର କନ୍ୟା ମଞ୍ଚ ଉପରେ ଛିଡ଼ା ହୋଇଛନ୍ତି । ତାଙ୍କ ପାଖକୁ ଏକ ବିରାଟ କାୟ ରିଙ୍ଗ ଆପେ ଆପେ ଆସି ପହଞ୍ଚୁଛି । ଆଉ ରିଙ୍ଗ ପହଞ୍ଚିବା ପରେ ସେଥିରେ ଫିକ୍ସ ଥିବା ଏକ ଫରୁଆରୁ ରିଙ୍ଗ ବାହାର କରୁଛନ୍ତି ବର କନ୍ୟା ।

ତେବେ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମୁମ୍ବାଇରେ ରହୁଥିବା ଜଣେ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭାୟାନିଙ୍କର ରିଙ୍ଗ ସେରିମନିରେ ଏଭଳି ବ୍ୟବସ୍ଥା କରାଯାଇଥିଲା ।