• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀରେ ମିନି ବସ ଡ୍ରାଇଭରଙ୍କ ଅମାନବୀୟ କାଣ୍ଡ । ଜଣେ ବ୍ୟକ୍ତି ବସ ବନେଟରେ ଚଢିଥିବା ଅବସ୍ଥାରେ ଅନେକ ବାଟ ଘୋଷାଡ଼ି ନେଲା ଡ୍ରାଇଭର । ଗତକାଲି ରାତିରେ ଏହି ଘଟଣା ଘଟିଛି । ଭିଜୁଆଲ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ତେବେ ଘଟଣା ଦିଲ୍ଲୀ ଲାଜପତ ନଗର ରିଂରୋଡ ଅଞ୍ଚଳର ବୋଲି ପୋଲିସ ସୂଚନା ଦେଇଛି ।

ପ୍ରଥମେ ମିନିବସ୍ ସଂପୃକ୍ତ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଏହାପରେ ଗାଡ଼ିକୁ ଅଟକାଇବାକୁ ସେ ଗାଡ଼ିର ବନେଟ ଉପରେ ଚଢ଼ି ଯାଇଥିଲେ । ତେବେ ଗାଡ଼ି ରୋକିବା ବଦଳରେ ଡ୍ରାଇଭର ଗାଡ଼ି ଚଳାଇଥିଲେ । ଫଳରେ ଅନେକ ବାଟ ବିପଦପୂର୍ଣ୍ଣ ଭାବେ ବନେଟ ଆଗରେ ଝୁଲି ରହିଥିଲେ ସଂପୃକ୍ତ ବ୍ୟକ୍ତି । ତେବେ ଗାଡ଼ିରୁ ବ୍ୟକ୍ତି ଜଣକ ପଡ଼ିଯିବା ପରେ ମିନିବସ ନେଇ ଡ୍ରାଇଭର ଫେରାର ହୋଇଯାଇଥିଲେ । ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ଡାକି ପୋଲିସ ପଚରାଉଚରା କରିଥିଲେ ବି ସେ ଡ୍ରାଇଭର ବିରୋଧରେ ଅଭିଯୋଗ କରିନଥିବା ପୋଲିସ କହିଛି ।