• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଛୋଟ ଝିଅ ବେକରେ ସାପ । ଦେଖିଲେ ହେବେ ଆଶ୍ଚର୍ଯ୍ୟ । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେଉଛି । ବଡ଼ ଲୋକ ହେଲେ ମଧ୍ୟ ସାପକୁ ଦେଖିଲେ ସମସ୍ତେ ଭୟଭୀତ ହୁଅନ୍ତି । ତେବେ ସାପକୁ ଦୁନିଆର ସବୁଠାରୁ ବିପଦଜ୍ଜନକ ଜୀବଙ୍କ ମଧ୍ୟରେ ଗୋଟିଏ ବୋଲି କୁହାଯାଏ । ସବୁଠାରୁ ବଡ଼ କଥା ହେଉଛି ସାପଠାରୁ ଆହୁରି ବିପଦଜ୍ଜନକ ହେଉଛି ମଣିଷ  । ଆମେ ଏକଥା କାହିଁକି କହୁଛୁ ତା’ର ଯଥାର୍ଥତା ରହିଛି କାରଣ ଯିଏ ଭୟଙ୍କର ଜୀବ ପାଳି ପାରୁଛି ସେ କେତେ ଭୟଙ୍କର ହୋଇଥିବ ଅନୁମାନ କରୁଥିବେ । କାରଣ ବର୍ତ୍ତମାନ ସାପକୁ ଲୋକ ଗୃହପାଳିତ ଜୀବ ଭାବରେ ପାଳୁଛନ୍ତି । ଯାହାକୁ ନେଇ ମଧ୍ୟ ଗର୍ବ କରୁଛନ୍ତି । ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଜଣେ ଛୋଟ ଝିଅ ବେକରେ ଅଜଗର ସାପ ଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଛୋଟ ଝିଅଟି ମଧ୍ୟ ଭୟଭୀତ ଥିବା ଦେଖିବାକୁ ମିଳୁଛି । 

ଭାଇରାଲ୍ ଭିଡିଓଟିକୁ ଇନଷ୍ଟାଗ୍ରାମରେ @snakemasterexotics ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି । କ୍ୟାପସନ୍‌ରେ ଲେଖିଛନ୍ତି ଯେ, 'ମୁଁ ଆରିନା ! ଆପଣ କ’ଣ ଅନୁମାନ କରୁଛନ୍ତି ? ସାପଟି ମୋର ବେକରେ ଗୁଡ଼ାଇ ହୋଇ ରହିଛି । ବ୍ୟସ୍ତ ହୁଅନ୍ତି ନାହିଁ, ସାପଟି ମୋ ନିୟନ୍ତ୍ରଣରେ ରହିଛି  । ’ ତେବେ ବଡ଼ କଥା ହେଉଛି ଝିଅଟି ସାପକୁ ପାଳିଛନ୍ତି । ଆପଣ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଅନେକ ସାପ ସହ ଖେଳୁଥିବା ଭିଡ଼ିଓ ଓ ଫଟୋ ପାଇବେ । ତାଙ୍କର ୪ ଲକ୍ଷରୁ ଅଧିକ ଫଲୋର୍ସ ମଧ୍ୟ ରହିଛନ୍ତି । 

ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ପ୍ରବଳ ମାତ୍ରରେ କମେଣ୍ଟ ମଧ୍ୟ କରୁଛନ୍ତି । ଛୋଟ ଝିଅର ବାପାମାଆଙ୍କୁ ସମାଲୋଚନା କରିବା ସହ ବିଭିନ୍ନ ପ୍ରକାର ମତ ମଧ୍ୟ ଦେଉଛନ୍ତି । ଅନେକ ଲୋକ ଲେଖିଛନ୍ତି ଯେ ବାପାମାଆ ଝିଅଟିର ଜୀବନକୁ ବିପଦରେ ପକାଉଛନ୍ତି । ଜଣେ ବ୍ୟକ୍ତି ଲେଖିଛନ୍ତି, ବିଷୟବସ୍ତୁ ପାଇଁ ବାପାମାଆ ଏମିତି ଦାୟିତ୍ବହୀନ କାମ କରିବା ଉଚିତ୍‌ ନୁହେଁ  ।

ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, ‘ଆପଣ କେଉଁ ପ୍ରକାର ବାପାମାଆ ଝିଅ ଜୀବନ ବିଷୟରେ ଅବଗତ ନୁହଁନ୍ତି । ଆପଣ ଏମିତି କାମରୁ ନିବୃତ୍ତ ରହିବା ଆବଶ୍ୟକ । ଝିଅର ବାପାମାଆଙ୍କୁ ଗିରଫ କରିବା ଉଚିତ୍‌  । ଝିଅଟି ମଧ୍ୟ ଏମିତିକା ଘରେ ରହିବା ଠିକ୍‌ ନୁହେଁ ମଧ୍ୟ ବୋଲି ଲେଖିଛନ୍ତି  ।’

OTV is now on Whatsapp

Join and get latest news update delivered to you via whatsapp

Join Now