• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମରଣ ମୁହଁରୁ ଫେରିଲା ଜୀବନ । ଅଳ୍ପକେ ମୃତ୍ୟୁରୁ ବର୍ତ୍ତିଗଲା ୪ ବର୍ଷର ଝିଅ । ରାସ୍ତାରେ ଜମିଥିଲା ବର୍ଷା ପାଣି । ଆଉ ବିଦ୍ୟୁତ୍‌ ଖୁଣ୍ଟରୁ ତାର ଛିଡ଼ି ଚାର୍ଜ ହୋଇଯାଇଥିଲା ରାସ୍ତା । କୁନି ଝିଅଟି ନଜାଣିପାରି ପାଣିରେ ଗୋଡ଼ ପକାଇବାରୁ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯାଇଥଲା । ଆଉ ଜୀବନ ବଞ୍ଚାଇବାକୁ ଛଟପଟ ମଧ୍ୟ ହେଉଥିଲା । ହେଲେ ଜଣେ ବ୍ୟକ୍ତିଙ୍କ ସହାୟତାରେ କୁନି ଝିଅଟିର ଜୀବନ ବଞ୍ଚିଗଲା ।

ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ବାରାଣାସୀରେ ଏହି ଘଟଣା ଘଟିଛି । ସେହି ଦିନ ସେଠାରେ ବର୍ଷା ହୋଇଥିଲା । ରାସ୍ତାରେ ମଧ୍ୟ ପାଣି ଛିଡ଼ା ହୋଇଥିଲା । ହେଲେ କୌଣସି କାରଣରୁ ବିଦ୍ୟୁତ୍‌ ତା’ର ଛିଡ଼ି ବର୍ଷା ପାଣିରେ ରାସ୍ତା ଚାର୍ଜ ହୋଇଯାଇଥିଲା । ଯାହା ସଂସ୍ପର୍ଶରେ ଆସିଥିଲା ମାତ୍ର ୪ ବର୍ଷର ନାବାଳିକା । ଫଳରେ ପିଲାଟି ରାସ୍ତାରେ ତଳେ ପଡ଼ିଯିବା ସହ ଛଟପଟ ହୋଇଥିଲା ।

ଏହା ଦେଖିବା ପରେ ସେଠାରେ କିଛି ଲୋକ ପିଲାଟିକୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ । ଘଟଣାସ୍ଥଳରେ ଏକ ଅଟୋରିକ୍ସା ମଧ୍ୟ ଅଟକି ରହୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ପରେ ପରେ କିଛି ବ୍ୟକ୍ତି ପିଲାଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । ହେଲେ ଜଣେ ବୃଦ୍ଧ ବ୍ୟକ୍ତି ପିଲାଟିକୁ ଉଠାଇବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସୁଥିବା ମଧ୍ୟ ଦେଖାଯାଉଛି ।

ପରେ ପରେ ଅନ୍ୟଜଣେ ବ୍ୟକ୍ତି ଏକ ବାଡି ସାହାଯ୍ୟରେ ସଫଳତାର ସହ ପିଲାଟିର ଜୀବନ ବଞ୍ଚାଉଛନ୍ତି । ଏହି ଘଟଣା ଘଟିବାପରେ ସମ୍ପୃକ୍ତ ଅଞ୍ଚଳର ଲୋକ ବିଦ୍ୟୁତ୍‌ ବିଭାଗକୁ ଖବର ଦେଇଥିଲେ । ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ପହଞ୍ଚି ବିଦ୍ୟୁତ୍‌ ତାରକୁ ହଟାଇବା ଫଳରେ ରାସ୍ତାରେ ସ୍ୱାଭାବିକ ଯାତାୟାତ ହୋଇଥିଲା ।

ଘଟଣାଟିର ସମ୍ପୂର୍ଣ୍ଣ ଭିଡିଓ ନିକଟରେ ଲାଗିଥିବା ଏକ ସିସିଟିଭିରେ କଏଦ ହୋଇଛି । ପରେ ପରେ ଏହି ଭିଡିଓଟି ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।