• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆକାଶରୁ ଖସିଲା ସାପ । ସିଧା ଯାଇ ହାତରେ ଗୁଡ଼େଇ ହେଲା । ତାପରେ ଚୋଟ ପରେ ଚୋଟ ମାରି ଚାଲିଲା । ହାତକୁ ଚୋଟ ମାରିବା ସହ ମୁହଁକୁ ବି ମାରିଲା । ଭାଗ୍ୟ ଭଲ ଆଖିରେ ଚଷମା ଥିଲା । ନହଲେ କ’ଣ ଯେ ହେଇଥାନ୍ତା...

ଏମିତି ଏକ ଘଟଣା ଘଟିଛି ଟେକ୍ସାସ ସହରରେ । ଗତ ଜୁଲାଇ ୨୫ ତାରିଖରେ ୬୪ ବର୍ଷିୟ ଜଣେ ମହିଳା ନିଜ ସ୍ୱାମୀଙ୍କ ସହ ଘର କାମ କରୁଥିଲେ । ସେ ଘର ବାହାରେ ଥିବା ବଗିଚାରେ କାମ କରୁଥିଲେ । ଏହି ସମୟରେ ହଠାତ୍‌ ଏକ ସାପ ଆକାଶରୁ ଖସିଲା । ଆଉ ମହିଳାଙ୍କ ହାତରେ ଗୁଡ଼େଇ ହୋଇଗଲା । ଭୟରେ ମହିଳା ଜଣକ ଚିତ୍କାର କରିବାକୁ ଲାଗିଲେ । ଆଉ ହାତ ଛିଞ୍ଚାଡ଼ିବାକୁ ଲାଗିଲେ । 

ହେଲେ ଦୁର୍ଭାଗ୍ୟ ଏମିତି ଥିଲା, ସେ ଯେତେ ହାତ ଛିଞ୍ଚାଡ଼ିଲେ ବି ସାପଟି ଖସୁନଥିଲା । ଓଲଟି ହାତରେ ଆହୁରି ଶକ୍ତ ଭାବେ ଗୁଡ଼େଇ ହେଉଥିଲା । ତଥାପି ମହିଳା ଜଣକ ହାର ମାନି ନଥିଲେ । ବେଶ କିଛି ସମୟ ପର୍ଯ୍ୟନ୍ତ ହାତକୁ ଛିଞ୍ଚାଡ଼ି ସାପକୁ ଖସାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ସାପଟି ଆସିଲା କେଉଁଠୁ ଁ? ଆକାଶରୁ ଖସିଲା କେମିତି ? 

ତେବେ ପୁରା କାହାଣୀଟି ହେଲା, ଏକ ବାଜ ପକ୍ଷୀ ଆକାଶରେ ଯାଉଥିବା ବେଳେ ନିଜ ଖାଦ୍ୟ ଭାବେ ସେ ସାପଟିକୁ ଥଣ୍ଟରେ ଧରି ଯାଉଥିଲା । କିନ୍ତୁ ସାପଟି ବଞ୍ଚିଥିବା କାରଣରୁ ଏପଟ ସେପଟ ହୋଇଥିଲା । ଯାହାଫଳରେ ବାଜ ପକ୍ଷୀର ଥଣ୍ଟରୁ ଖସିପଡ଼ିଥିଲା । ଆଉ ସିଧା ଆସି ମହିଳାଙ୍କ ହାତରେ ଗୁଡ଼ାଇ ହୋଇଥିଲା ।

କିଛି ସମୟ ପରେ ବାଜ ପକ୍ଷୀ ପୁଣି ନିଜ ଖାଦ୍ୟ ଅନ୍ୱେଷଣରେ ଆସିଥିଲା । ଆଉ ସାପଟିକୁ ମହିଳାଙ୍କ ହାତରୁ ଝାମ୍ପି ନେଇଯାଇଥିଲା । ଶେଷରେ ଯେତେବେଳେ ସାପଟି ହାତରୁ ବାହାରିଥିଲା, ସେତେବେଳେ ମହିଳାଙ୍କ ସ୍ୱାମୀ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ମହିଳାଙ୍କ ଚିକିତ୍ସା ଚାଲିଛି । ମହିଳା ଜଣକ ମେଡିକାଲ ବେଡ୍‌ରେ ଥାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ ସାପଟି ଖଇରିଆ ଓ ଧଳା ରଙ୍ଗର ଥିଲା । 

ସାପଟିକୁ ଦେଖି ମହିଳା ଜଣକ ଖୁବ ଡରିଯାଇଥିଲେ ବୋଲି କହିଛନ୍ତି । ସେ ରକ୍ଷା କର ରକ୍ଷା କର ବୋଲି ଖୁବ୍‌ ଯୋର୍‌ରେ ଚିତ୍କାର କରିଥିଲେ ।