• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶିକ୍ଷକଙ୍କ ଅଜବ ନିୟମ । ବଞ୍ଚିଥିବା ପିଲାଙ୍କୁ କହିଲେ ନିଜ ମୃତ୍ୟୁ ଖବର ଲେଖ । ଏମିତି କହିବାର ମାତ୍ର କିଛି ଘଣ୍ଟା ପରେ ଚାକିରିରୁ ବିଦା ହେଲେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଫ୍ଲୋରିଡାରୁ । ଜଣେ ସାଇକୋଲୋଜି ଶିକ୍ଷକ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇବା ବେଳେ ଏଭଳି କହିଛନ୍ତି । ଶିକ୍ଷକଙ୍କ ଏଭଳି ଆଚରଣକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯିବା ସହ ବିଭିନ୍ନ ଗଣମାଧ୍ୟମ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ।

ସେଇକୋଲୋଜି ଶିକ୍ଷକ ଜେଫ୍ରୀ କିନ୍‌ଙ୍କ କହିବାନୁଯାୟୀ, ସେ ଜାଣିବାକୁ ଚାହୁଁଥିଲେ ଯେ, ପିଲାମାନେ ନିଜ ବିଷୟରେ କେତେ ଜାଣିଛନ୍ତି । ସେମାନଙ୍କର ଲେଖିବାର କିଭଳି ଅନୁଭବ ରହିଛି ।ତେଣୁ ସେ ଡଃ ଫିଲିପ୍‌ସ ହାଇସ୍କୁଲର ଏକାଦଶ ଏବଂ ଦ୍ୱାଦଶ ପିଲାଙ୍କୁ ଏକ ବିଷୟ ପଢ଼ାଇବା ବେଳେ କହିଥିଲେ ଏଭଳି କିଛି ଲେଖିବାକୁ ।

ସେ ପିଲାଙ୍କୁ କହିଥିଲେ, ଯଦି ତୁମେ ଏବେ ଠାରୁ ୨୪ ଘଣ୍ଟା ପରେ ମରିଯାଅ ତେବେ ପୂର୍ବ ଦିନ ଅପେକ୍ଷା କ’ଣ ନୂଆ କରିବାକୁ ଚାହିଁବ । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ପିଲାଙ୍କୁ କୌଣସି ପ୍ରକାର ମାନସିକ ଚାପ ଦେବା ଉଦ୍ଦେଶ୍ୟରେ ମୁଁ ଏହା କହିନଥିଲି । ମୁଁ ପିଲାଙ୍କୁ କେବଳ ଏଭଳି ଚିନ୍ତା କରିବାକୁ କହିଥିଲି । ମୋର କୌଣସି ଖରାପ ଉଦେଶ୍ୟ ନଥିଲା । ମୁଁ ପିଲାଙ୍କୁ କେବେ ବି କହିନଥିଲି ଯେ, ତୁମେମାନେ ମରିବାକୁ ଯାଉଛ । ଏମିତିକି ମୁଁ ତାଙ୍କୁ ଦୁଃଖିତ କରିବାକୁ ଚାହିଁନଥିଲି । ମୋ କଥାର ଅର୍ଥକୁ ଅନର୍ଥ କରାଯାଇଛି । ମୁ ପିଲାଙ୍କୁ କୌଣସି ପ୍ରକାର ମାନସିକ ଚାପ ଦେବାକୁ ଚାହିଁନଥିଲି ।’

ଦ୍ୱିତୀୟ ପିରିୟଡ୍‌ରେ କ୍ଲାସ୍‌ ନେବା ବେଳେ କିନ୍‌ ପିଲାଙ୍କୁ ଏଭଳି କହିଥିଲେ । କିନ୍‌ ଏହି ସ୍କୁଲରେ ଗତ ଜାନୁଆରୀ ମାସରେ ହିଁ ନୂଆ ଭାବେ ନିଯୁକ୍ତ ହୋଇଥିଲେ । ସେ ପିଲାଙ୍କୁ ପରୀକ୍ଷା ପାଇଁ ଆସାଇନ୍‌ମେଣ୍ଟ ମଧ୍ୟ ଦେଇଥିଲେ । ହେଲେ ଏବେ ସେହି ଆସାଇନ୍‌ମେଣ୍ଟ କଲେକ୍ସନ ପାଇଁ ଆଉ ସେ ସ୍କୁଲରେ ନାହାନ୍ତି । ଘଟଣା ଘଟିବାର ମାତ୍ର କେଇ ଘଣ୍ଟା ପରେ କିନ୍‌ଙ୍କୁ ସ୍କୁଲରୁ ବିଦା କରାଯାଇଛି । ଦ୍ୱିତୀୟ ପିରିୟଡରେ ଏହି ଘଟଣା ଘଟିଥିବା ବେଳେ ସପ୍ତମ ପିରିୟଡ ବେଳକୁ ତାଙ୍କ ଚାକିରି ଆଉ ନଥିଲା ।

କିନ୍‌ ସାକ୍ଷାତକାର ସମୟରେ କହିଛନ୍ତି ଯେ, ‘ମୋତେ ଯେତେବେଳେ ଚାକିରିରୁ ଇସ୍ତଫା ଦେବା ପାଇଁ କୁହାଗଲା, ମୁଁ କିଛି ଭୁଲ କରିନାହିଁ ବୋଲି କହିଲି । ମୋତେ ସେମାନେ କହିଲେ ନିୟମ କାନୁନ ନଭାଙ୍ଗି ଆପଣ ଇସ୍ତଫା ଦିଅନ୍ତୁ । କିନ୍ତୁ ମୁଁ ମନା କରିଥିଲି । ଅନ୍ୟପଟେ ତାଙ୍କ ପାଖରେ କିଛି ବାଟ ନଥିଲା । ମୋତେ ସେମାନେ ଟରମିନେଟ୍‌ କରିବାର କୌଣସି କାରଣ ତାଙ୍କ ପାଖରେ ନଥିଲା ।’