• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାପ୍‌ରେ ବାପ୍‌ କି ଚାଲାଖ ମହିଳା । ଥରେ ନୁହେଁ କି ଦୁଇ ଥର ନୁହେଁ, ଏକାଥରେ ୧୭ ଥର ଗର୍ଭବତୀ ହେବାର ନାଟକ କରିଛନ୍ତି ମହିଳା । ଏବେ ଜେଲ୍‌ରେ କଟୁଛି ଦିନ । ଆପଣଙ୍କୁ ଏକଥା ଅବୁଝା ପଡ଼ୁଥିଲେ ବି କଥା ଟା ସତ । ଘଟଣା ସାମ୍ନାକୁ ଆସିଛି ଇଟାଲୀରୁ । ଜଣେ ମହିଳା ଗତ ୨୪ ବର୍ଷ ମଧ୍ୟରେ ୧୭ ଥର ଗର୍ଭବତୀ ହେବାର ନାଟକ କରିଛନ୍ତି । ଆଉ ସରକାରଙ୍କଠାରୁ ମୋଟା ଅଙ୍କର ଅର୍ଥିକ ସହଯୋଗ ନେଇଛନ୍ତି । ଯାହାଫଳରେ ସରକାରଙ୍କର ଏକ ବଡ଼ କ୍ଷତି ହୋଇଛି । ଆଉ ଏ ମିଛ ଧରା ପଡ଼ିବା ପରେ ଏବେ ସେ ଜେଲ୍‌ରେ ଦିନ କାଟୁଛନ୍ତି ।

ତେବେ ସରକାରଙ୍କଠାରୁ ଖାଲି ଆର୍ଥିକ ସହାୟତା ନୁହେଁ ବରଂ ଚାକିରିରୁ ଲମ୍ବା ଛୁଟି ନେଇ ସଂସ୍ଥାକୁ ମଧ୍ୟ ଠକିଛନ୍ତି ମହିଳା । ଗର୍ଭବତୀ ବୋଲି ଦର୍ଶାଇ ଅଫିସ୍‌ରୁ ଛୁଟି ନେବା ପରେ ସେ ସେହି ସମୟରେ ବିଭିନ୍ନ ସ୍ଥାନ ବୁଲା ବୁଲି କରି ବେଶ ମନୋରଞ୍ଜନ କରୁଥିଲେ ବୋଲି ଜଣାପଡ଼ିଛି । ସେ ଭାବିଥିଲେ ଯେ ସେ ସବୁବେଳେ ଏମିତି ଠକି ଚାଲିଥିବେ, ଆଉ ଜୀବନକୁ ଉପଭୋଗ କରୁଥିବେ । କିନ୍ତୁ ଶେଷରେ ତାଙ୍କ ମିଛ ଧରାପଡ଼ିଛି । ଆଉ ସେ ଜେଲ୍‌ ଯାଇଛନ୍ତି ।

Faking 17 Pregnancies By Stuffing Pillows Into Top Pockets Of Woman

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ୫୦ ବର୍ଷିୟ ବାର୍ବାରା ଇଓଲେ ନିଜକୁ ଗର୍ଭବତୀ କହି ପ୍ରାୟ ୨୪ ବର୍ଷ ଧରି ସରକାରଙ୍କୁ ଠକି ଅସିଛନ୍ତି । ମହିଳା ଜଣକ ସ୍ୱୀକାର କରିଛନ୍ତି ଯେ, ସେ ପାଞ୍ଚଟି ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ସରକାରଙ୍କ ମାତୃତ୍ୱ ସୁବିଧା ପାଇବା ପାଇଁ ୧୨ ଥର ଗର୍ଭପାତ କରିଛନ୍ତି ।

ସରକାରଙ୍କ ଆର୍ଥିକ ସହଯୋଗ ଭାବେ ମହିଳାଙ୍କୁ ୯୮ ଲକ୍ଷରୁ ଅଧିକ ଟଙ୍କା ମିଳିଛି । ଖାଲି ସେତିକି ନୁହେଁ, ଆର୍ଥିକ ସହାୟତା ସହ ଛୁଟିର ଖୁବ୍‌ ଫାଇଦା ଉଠାଇଛନ୍ତି ମହିଳା । ମହିଳାଙ୍କ ମିଛ ସେତେବେଳେ ଧରାପଡ଼ିଲା ଯେତେବେଳେ, ତାଙ୍କ ଅଫିସ ପକ୍ଷରୁ ଯାଞ୍ଚ କରାଗଲା ଯେ, ମହିଳା ଜଣକ ସତରେ ସନ୍ତାନକୁ ଜନ୍ମ ଦେଇଛନ୍ତି ନା ନାହିଁ । ଏହି ଘଟଣା ଗତ ଡିସେମ୍ବର ମାସର ।

ଅଫିସ୍‌ର କଲିଗ୍‌ମାନେ ଯାଞ୍ଚ ପରେ ଜାଣିବାକୁ ପାଇଲେ ଯେ, ମହିଳା ଜଣକ ଗର୍ଭବତୀ ଥିବାର କେବଳ ନାଟକ କରୁଛନ୍ତି । ପେଟରେ ତକିଆ ଦେଇ ପେଟ ଫୁଲିବାର କେବଳ ଅଭିନୟ କରୁଛନ୍ତି । ଏମିତିକି ଗର୍ଭବତୀଙ୍କ ଭଳି ଚାଲିବାର ନାଟକ ବି କରୁଥିଲେ ମହିଳା ।

Faking 17 Pregnancies By Stuffing Pillows Into Top Pockets Of Woman

ଏହା ମଧ୍ୟ ଜଣାପଡ଼ିଛି ଯେ, ମହିଳା ଜଣକ ସରକାରୀ ଫାଇଦା ପାଇବା ପାଇଁ ହସ୍ପିଟାଲରୁ ଜନ୍ମ ପ୍ରମାଣପତ୍ର ଚୋରି କରିଥିଲେ । ଏହାସହ ବିଭିନ୍ନ ଜାଲି ଡକ୍ୟୁମେଣ୍ଟ ମଧ୍ୟ ପ୍ରସ୍ତୁତ କରିଥିଲେ । ଶେଷରେ ଏହା ମଧ୍ୟ ଜଣାପଡ଼ିଛି ଯେ, ଇଓଲେଙ୍କ ପିଲାମାନଙ୍କୁ କେବେ କେହି ଦେଖିନାହାନ୍ତି କିମ୍ବା କୌଣସି ଆଇନଗତ ଦଲିଲରେ ସେମାନଙ୍କ ନାମ ମଧ୍ୟ ନାହିଁ ।

ଅନ୍ୟପଟେ ମହିଳାଙ୍କର ଜଣେ ବନ୍ଧୁ କହିଛନ୍ତି ସେ ଜାଣିଥିଲେ ଯେ ଇଓଲେ କେବେ ବି ମାଆ ହୋଇପାରିବେ ନାହିଁ । ସେ କେବେ ବି ମାଆ ହୋଇନାହାନ୍ତି । କିନ୍ତୁ ଇଓଲେ ଦୃଢ଼ ଦାବି କରିଛନ୍ତି ଯେ, ‘ମୁଁ ୫ ଜଣଙ୍କୁ ଜନ୍ମ ଦେଇଛି । ମୁଁ ୫ ସନ୍ତାନର ମାଆ । ଆଉ ୧୨ ଥର ଗର୍ଭପାତ କରିଛି’ ।