gym
ଜିମ୍ ଯାଇ ନିଜକୁ ଫିଟ୍ ରଖିବାକୁ ସମସ୍ତେ ଚାହାନ୍ତି । ହେଲେ ଜିମରେ କେବେ ଶୁଣିଛନ୍ତି କି ବୟସ ଅନୁସାରେ କଟକଣା ଲାଗିବା । ଏଭଳି ଏକ ଘଟଣା ସାମନାକୁ ଆସିଛି ୟୁକେରୁ । ୟୁକେରେ ଏକ ଜିମ୍ ୨୪ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ମହିଳାଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ଜିମରେ ବ୍ୟାନ ଲଗାଇଛି । ଜଣେ ମହିଳା ଜିମ୍ରେ ୨୪ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ମହିଳାଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଏକ୍ସରସାଇଜ କରିବାରୁ ବଞ୍ଚିତ କରାଯିବା ଘଟଣା ସମ୍ପର୍କରେ ଅନଲାଇନରେ କହିବା ପରେ ଏହା ସାମନାକୁ ଆସିଛି । ମହିଳାମାନେ ଯେକୌଣସି ବିଷୟରେ ପ୍ରକାଶ କରିବା ପାଇଁ ୟୁକେର ଏକ ସୋସିଆଲ ମିଡିଆ ସାଇଟ ମମସେଟ୍.କମ୍ ରେ ସେ ଏହି ବିଷୟରେ କହିଛନ୍ତି ।
ଅଧିକ ପଢନ୍ତୁ: କିଏ ସେହି 'ହେଲମେଟ୍ ମ୍ୟାନ' ? କାହିଁକି ମୁଣ୍ଡରେ ଲାଗିଛି ସିସିଟିଭି, ଜାଣନ୍ତୁ
ସେ ‘କଣ ମୁଁ ଅଯୌକ୍ତିକ’ ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ ମେସେଜର ଏକ ସ୍କ୍ରିନ ସଟ୍ ସେୟାର କରିଛନ୍ତି । ଯେଉଁଥିରେ ଉଲ୍ଲେଖ ଅଛି, ୧୨ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜିମ୍ ସଂରକ୍ଷିତ ରହିବ । ସ୍କୁଲ ପରେ ଯୁବ ମହିଳାମାନଙ୍କୁ ଉତ୍ତମ ସେବା ଯୋଗାଇବାକୁ ଲକ୍ଷ୍ୟ କରି ସନ୍ଧ୍ୟା ସମୟରେ କେବଳ ସେମାନଙ୍କୁ ଜିମ୍ ଆସିବାକୁ ଅନୁମତି ଦିଆ ଯାଇଛି ବୋଲି କୁହାଯାଇଛି । ନିର୍ଦ୍ଧାରିତ ସମୟ ବ୍ୟତୀତ ଅନ୍ୟ ସମୟରେ ସମସ୍ତ ମହିଳାମାନଙ୍କୁ ଜିମ୍ ଆସିବାକୁ ଅନୁମତି ଦିଆଯାଇଛି ।
ମହିଳା ଜଣଙ୍କ କହିଛନ୍ତି, ଜିମ୍ ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହିଳାମାନଙ୍କ ଏକ୍ସରସାଇଜ ପାଇଁ ଅନୁମତି ପ୍ରଦାନ କରୁଥିଲେ । କିନ୍ତୁ ଏହି ନିୟମ ପରିବର୍ତ୍ତନ ପରେ ସେ ଜିମରୁ ନିଜର ସଦସ୍ୟତା ବାତିଲ୍ କରିବେ । ତେବେ ମହିଳାଙ୍କ ପୋଷ୍ଟ ପରେ ଏହା ଭାଇରାଲ ହେବାରେ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/gym_1752642558.jpg)