• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟିଭିରେ ଚାଲିଥିଲା ଲାଇଭ୍ ସୋ’ । ସ୍କ୍ରିନ୍‌ ଉପରେ ଥିଲେ ରିପୋର୍ଟର । ଆଉ ଷ୍ଟୁଡିଓରେ ବସିଥିଲେ ନ୍ୟୁଜ୍‌ ଆଙ୍କର । ପୂରା କାର୍ଯ୍ୟକ୍ରମ ଅନ୍‌ ଏୟାର ଥିଲା । ଠିକ୍‌ ଏତିକି ବେଳେ ରିପୋର୍ଟରଙ୍କ ପାଟିରୁ ବାହାରିଗଲା ‘ଗାଳି’ ବା ଅସଭ୍ୟ ଭାଷା । 

ସୁପ୍ରିମ୍‌କୋର୍ଟରେ ଚାଲିଛି ପତଞ୍ଜଳି କେସ୍‌ । ପତଞ୍ଜଳିର ବିଜ୍ଞାପନକୁ ନେଇ ଚାଲିଛି ମାମଲା । ଏଥିପାଇଁ ସୁପ୍ରିମ୍‌କୋର୍ଟ ବାରମ୍ବାର ପତଞ୍ଜଳିକୁ ଭର୍ତ୍ସନା କରି ଚାଲିଛନ୍ତି । ଆଉ ସେହି ମାମଲାର ଆଜି ପୁଣି ଥିଲା ଶୁଣାଣୀ । ଆଉ ଆଜି କୋର୍ଟଙ୍କ ଶୁଣାଣୀ ପରେ, ତାକୁ ନେଇ ରିପୋର୍ଟ ଦେଉଥିଲେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟର । ଆଉ ତାହା ପୁଣି ଲାଇଭ୍‌ ଷ୍ଟ୍ରିମିଂରେ । ଷ୍ଟୁଡିଓରୁ ଗୋଟିଏ ପରେ ଗୋଟଏ ପ୍ରଶ୍ନ ପଚାରୁଥିଲେ ଆଙ୍କର ଆଉ ସେପଟୁ ରିପୋର୍ଟ ଦେଉଥିଲେ ରିପୋର୍ଟର ।

ତେବେ ରିପୋର୍ଟର ଜଣକ ରିପୋର୍ଟ ଦେଉଥିବା ବେଳେ ଲାଇଭ୍‌ରେ ଏକ ଭୁଲ ଶବ୍ଦ ପାଟିରେ ଧରି ଦେଇଥିଲେ । ଯାହାଫଳରେ ସେ ଲାଇଭ ଚାଲିଥିବା ବେଳେ ହଠାତ୍‌ ଅଟକି ଯାଇଥିଲେ । ଆଉ ତାକୁ ସୁଧାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସଠିକ୍‌ ଶବ୍ଦଟି ତାଙ୍କ ପାଟିକୁ ଆସିନଥିଲା । ଆଉ କ’ଣ କହିବେ ଅଚାନକ ସେ ଜାଣିପାରିନଥିଲେ । ତେଣୁ ତାଙ୍କ ପାଟିରୁ ଭୁଲ ବସତଃ ବାହାରି ପଡ଼ିଲା ଗାଳି । ଯାହାକୁ ଏବେ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି...।

ଟିଭିରେ ଚାଲିଥିବା କ୍ଲିପ୍‌କୁ ବା ଲାଇଭ୍‌ ସୋ’କୁ ରେକର୍ଡ କରି କିଛି ସୋସିଆଲ ମିଡିଆ ୟୁଜର ଏହାକୁ ନିଜ ହ୍ୟାଣ୍ଡେଲ୍‌ରେ ଅପ୍‌ଲୋଡ କରିଛନ୍ତି । ଭିଡିଓ ଅପ୍‌ଲୋଡ୍‌ ହେବାର କିଛି ସମୟ ଭିତରେ ଅନେକ ୟୁଜର୍ସ ଏହାକୁ ଦେଖିସାରିଲେଣି । ଅନେକ ଏହାକୁ ସମାଲୋଚନା କରିଥିବା ଦେଖାଯାଇଛି । ଆଉ କିଛି କିଛି ୟୁଜର୍ସ ଲେଖିଛନ୍ତି ଏମିତି ବେଳେ ବେଳେ ହୋଇଯାଏ । ଆଉ କିଛି ୟୁଜର୍ସ ଲେଖିଛନ୍ତି ରିପୋର୍ଟର ଭାଇ ଜଣ ଗହଳି ଭିତରେ ରିପୋର୍ଟ ସଂଗ୍ରହ କରି ଇରିଟେଡ୍‌ ହୋଇଯାଇଥିବେ ସେଥିପାଇଁ ଏମିତି ଶବ୍ଦ ପାଟିରୁ ବାହାରି ପଡ଼ିଲା ।

ତେବେ ରିପୋର୍ଟରଙ୍କ ଅଚାନକ ଏଭଳି ଅଚରଣ ପାଇଁ ସଂସ୍ଥା ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ସୋସିଆଲ ମିଡିଆରେ ସଂସ୍ଥା ପକ୍ଷରୁ ଏହି ଭୁଲକୁ ସ୍ୱୀକାର କରାଯାଇଛି । ଆଗକୁ ଏଥିପ୍ରତି ଧ୍ୟାନ ଦେବେ ବୋଲି କୁହାଯାଇଛି ।