Advertisment

Viral Video: ଏଠି ପାର୍କରେ ତିଆରି ହୋଇଛି କାଚର ଶୌଚାଳୟ, ବାହାରୁ ଦେଖାଯାଉଛି ଭିତରର ସବୁ ଜିନିଷ

ଏମିତି ଏକ ଜାଗା ଅଛି ଯେଉଁଠି ସର୍ବସାଧାରଣ ଜାଗାରେ ଶୌଚାଳୟ ଅଛି, ବାହାର ଲୋକ ମଧ୍ୟ ଭିତରର ସବୁ କିଛି ଦେଖିପାରିବ। ଆପଣ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ। ଆପଣ ଭାବିବେ ତେବେ ଲୋକମାନେ ଏହି ଶୌଚାଳୟକୁ କିପରି ବ୍ୟବହାର କରିବେ? ତେବେ ଆସନ୍ତୁ ଏହା ପଛରେ ଥିବା ଟେକ୍ନୋଲୋଜୀ କ’ଣ ଜାଣିନେବା।

ଅଦ୍ୟତନ ହୋଇଛି
Transparent toilet unique technology of japan

Transparent toilet unique technology of japan

Advertisment

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଯେଉଁଠାରେ ସର୍ବସାଧାରଣ ଶୌଚାଳୟ ଥାଏ, ବାହାରେ ଲେଖାଯାଇଥାଏ ଯେ ‘ଏହା ସର୍ବସାଧାରଣ ଶୌଚାଳୟ’। ଏମିତି ଲେଖିବାର କାରଣ ହେଉଛି ଲୋକେ ଜାଣିବେ ଯେ ଏଠାରେ ଶୌଚାଳୟ ଅଛି। କିନ୍ତୁ ଏମିତି ଏକ ଜାଗା ଅଛି ଯେଉଁଠି ସର୍ବସାଧାରଣ ଜାଗାରେ ଶୌଚାଳୟ ଅଛି, ବାହାର ଲୋକ ମଧ୍ୟ ଭିତରର ସବୁ କିଛି ଦେଖିପାରିବ। ଆପଣ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ।

Advertisment

ଏହି ଶୋଚାଳୟ ସର୍ବସାଧାରଣ ସ୍ଥାନରେ ତିଆରି ହୋଇଥିଲେ ମଧ୍ୟ ଏଥିରେ ଅନେକ ପ୍ରାଇଭେସୀ ରହିଛି। ଏପରି ଏକ ଶୌଚାଳୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଦେଖାଯାଏ। ଏହା କାଚରେ ତିଆରି, ବାହାରକୁ ଭିତର ପରିବେଶ ପୂରା ଦେଖାଯାଉଛି। ବର୍ତ୍ତମାନ ଆପଣ ଭାବିବେ ତେବେ ଲୋକମାନେ ଏହି ଶୌଚାଳୟକୁ କିପରି ବ୍ୟବହାର କରିବେ? ତେବେ ଆସନ୍ତୁ ଏହା ପଛରେ ଥିବା ଟେକ୍ନୋଲୋଜୀ କ’ଣ ଜାଣିନେବା।

ଅଧିକ ପଢ଼ନ୍ତୁ: Viral Video: ପାଣି ଥଣ୍ଡା କରିବାର ଗାଉଁଲି ଉପାୟ; ଦରକାର ହେବ ନାହିଁ ଫ୍ରିଜ୍

Advertisment

ଭାଇରାଲ ହେଉଥିବା ଭିଡିଓରେ, ଆପଣ ଦେଖିପାରିବେ ଯେ ଗୋଟିଏ ସ୍ଥାନରେ କାଚରେ ତିଆରି ଶୌଚାଳୟ ଅଛି। ଏହା ସମ୍ପୂର୍ଣ୍ଣ ଟ୍ରାନ୍‌ସ୍‌ପ୍ୟାରେଣ୍ଟ୍। ଏଥିରେ ହାଲ୍‌କା ରଙ୍ଗ ବ୍ୟବହାର ହୋଇଥିଲେ ବି ଭିତରର ପ୍ରତ୍ୟେକ ଜିନିଷ ବାହାରକୁ ଦେଖାଯାଉଛି। ଲୋକମାନେ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି।

ଆପଣ ଏହି ଭିଡିଓକୁ ନେଇ ଯେତେବେଳେ ଚିନ୍ତା କରିବା ଆରମ୍ଭ କରନ୍ତି, ଭିଡିଓ ନିଜେ ଏହାର ଉତ୍ତର ଦିଏ। ବାସ୍ତବରେ ଶୌଚାଳୟ ଭିତରେ ଥିବା ଟେକ୍ନୋଲୋଜୀ ପୂରା ନିଆରା। ଏହା ଦେଖିଲେ ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗିବ। ଲୋକେ ଯେତେବେଳେ ଏହା ଭିତରକୁ ଯାଇ କବାଟ ବନ୍ଦ କରିଦେଉଛନ୍ତି ଏହା ଭିତର ହଠାରୁ ଧୂଆଁଳିଆ ହୋଇଯାଉଛି ଆଉ କିଛି ଦେଖାଯାଉନି। ପରେ କବାଟ ଖୋଲିବା ମାତ୍ରେ ଏହା ପୁଣି ପୂର୍ବପରି ହୋଇଯାଉଛି।

Advertisment

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ yefactsofficial ନାମକ ଏକ ଆକାଉଣ୍ଟ୍‌ରେ ଶେୟାର କରାଯାଇଛି। ଏହା ଦେଖି ଜଣେ ଲେଖିଛନ୍ତି – “ତେବେ ଏହାର ଆବଶ୍ୟକତା କ’ଣ ଥିଲା?”

ଏହି ଶୌଚାଳୟ ଜାପାନର ଶିବୁୟା ହାରୁ-ନୋ-ଓଗୱା ପ୍ଲେ ପାର୍କରେ ନିର୍ମାଣ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଶୋଚାଳୟକୁ ନେଇ ମନରେ ଯେଉଁ ମଇଳା, ଅନ୍ଧକାର ଏବଂ ଦୁର୍ଗନ୍ଧ ଭଳି ଚିତ୍ର ଆସେ ତାହାକୁ ପରିବର୍ତ୍ତନ କରିବା। ଶୌଚାଳୟ ମଧ୍ୟ କେତେ ପରିଷ୍କାର, ସୁନ୍ଦର ଏବଂ ନିରାପଦ ହୋଇପାରେ ତାହା ଦେଖାଇବା।

ଅଧିକ ପଢ଼ନ୍ତୁ: ସାବଧାନ ! କାରରେ ଯାତ୍ରା କଲେ ହୋଇପାରେ କ୍ୟାନସର!

Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ