• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ସୋସିଆଲ ମିଡିଆର ଯୁଗ । ପ୍ରତ୍ୟେକ ମୁହୁର୍ତ୍ତରେ କିଛି ନା କିଛି ଏଥିରେ ଭାଇରାଲ ହେଉଛି । କେତେବେଳେ ଭିଡିଓ ତ କେତେବେଳେ ଫଟୋ ଭାଇରାଲ ହେଉଛି । ଆମେ ଆଜି କହିବୁ ଠିକ୍‌ ଏମିତି ଭାଇରାଲ ହୋଇଥିବା ଏକ ଫଟୋ ବିଷୟରେ । ଆପଣ ଏହି ଫଟୋ ବୋଧ ହୁଏ ସୋସିଆଲ ମିଡିଆରେ ଦେଖିସାରିଥିବେ । ତେବେ ଏହାର କାହାଣୀ ଆମେ ଆପଣଙ୍କୁ ଜଣାଇବୁ ।

ଆପଣ ଫଟୋରେ ଦେଖିପାରିବେ ଯେ ଏକ ଛୋଟ ବଖରା ବା ରୁମ୍‌ ରହିଛି । ଆଉ ସେହି ରୁମ୍‌ ଭିତରେ ରହିଛି ଟଏଲେଟ୍ । ଏତେ ଛୋଟ ରୁମ୍‌ ହୋଇ ବି ଏଥିରେ ଟଏଲେଟ୍‌ ବ୍ୟବସ୍ଥା କରାଯାଇଛି । ତାହା ପୁଣି ଖୋଲା ଖୋଲି ଭାବେ । ଖାଲି ସେତିକି ନୁହେଁ ଏହି ରୁମ୍‌ରେ ଏୟାର କଣ୍ଡିସନର ବି ଲାଗିଛି । ଟଏଲେଟ୍‌ ପାଖରେ ବେଡ୍‌ ବି ପଡ଼ିଛି ।

Viral PhotoViral Photo

ଏହି ଫଟୋଟି କେତେ ସତ କେତେ ମିଛ ଆମେ ତାହା କହୁନାହୁଁ । ଆମେ ସୋସିଆଲ ମିଡିଆରେ ହିଁ ଏହି ଫଟୋ ଦେଖିଛୁ । ତେବେ ଯିଏ ବି ଏହାକୁ ପୋଷ୍ଟ କରିଛନ୍ତି ସେ ଲେଖିଛନ୍ତି ଆପଣ ଯଦି ଏଭଳି ଏକ ରୁମ୍‌ରେ ରହିବେ ତେବେ କେତେ ଭଡ଼ା ଦେବେ । ଫଟୋରେ ଆହୁରି ମଧ୍ୟ ଦେଖାଯାଇଛି ଯେ, ବେଡ୍‌ ପାଖରେ ଟଏଲେଟ୍‌ ରହିବା ସହ ଏକ ଟେବୁଲ ଏବଂ ଟେବୁଲ ଫ୍ୟାନ୍‌ ରହିଛି । ଗ୍ରୀନ୍‌ ରଙ୍ଗର କାନ୍ଥ ବି ସ୍ପଷ୍ଟ ଜଣାପଡ଼ୁଛି ।

ଫଟୋ ପୋଷ୍ଟ କରିଥିବା ବ୍ୟକ୍ତି ଜଣକ ଏହି ରୁମ୍‌ ଦିଲ୍ଲୀର ଗ୍ରେଟର କୈଳାଶ ଅଞ୍ଚଳରେ ରହିଛି ବୋଲି ଲେଖିଛନ୍ତି । ଗ୍ରେଟର କୈଳାଶ ହେଉଛି ଦିଲ୍ଲୀର ଏକ ନାମୀ ଦାମି ସ୍ଥାନ । ଏଠାରେ ବଡ଼ ବଡ଼ ଦାମୀ ବଙ୍ଗଳା ଏବଂ ଆପାର୍ଟମେଣ୍ଟ ଦେଖିବାକୁ ମିଳେ । ଏହା ଏକ ପ୍ରମୁଖ ଅଞ୍ଚଳ ।

ଏବେ ସୁଦ୍ଧା ଏହି ଫଟୋକୁ ୧୧୦୦ ଭୋଟ ମିଳିସାରିଥିବା ବେଳେ ୬୦୦ରୁ ଅଧିକ କମେଣ୍ଟ ଆସିଛି । କିଛି ୟୁଜର ଏଭଳି ରୁମ୍‌ ବିଲକୁଲ ଲୋଡ଼ା ନାହିଁ ବୋଲି କହିବା ସହ ଆଉ କିଛି ଏହାକୁ ତାତ୍ସଲ୍ୟ କରିଛନ୍ତି । ଆଉ କିଛି ୟୁଜର କହିଛନ୍ତି ଏହା ଏକ ଜେଲ୍‌ ରୁମ୍‌ । ଏଥିରେ ଅତ୍ୟଧିକ ସୁବିଧା ରହିଛି ।