• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫାଷ୍ଟ ଫୁଡ୍‌-ଜଙ୍କ ଫୁଡ୍ ଜମାନାରେ ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ସମୟ ବା କାହିଁ । ହେଲେ ବର୍ତ୍ତମାନ ସମୟରେ ଲୋକଙ୍କୁ ଫିଟ୍‌ ରହିବା ନିହାତି ଜରୁରୀ । କାରଣ ସାରା ବିଶ୍ୱରେ ଏବେ ଯେଉଁଭଳି ଭାବେ ବିଭିନ୍ନ ପ୍ରକାର ରୋଗ ବ୍ୟାପିବାରେ ଲାଗିଛି, ତାହା ମଣିଷ ସମାଜକୁ କେଉଁ ମୁହୁର୍ତ୍ତରେ ଧ୍ୱଂସ କରିଦେବ ତାହା କେହି କହିହେବ ନାହିଁ । ଏଇ ଯେମିତି କରୋନା ଭୂତାଣୁ ହଠାତ୍‌ ମହାମାରୀର ରୂପ ନେଇ ଲକ୍ଷ ଲକ୍ଷ ଜୀବନ ନେଇଗଲା । ସାରା ବିଶ୍ୱରେ କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି ହେଲା । ଆଉ ଏହାକୁ ଯିଏ ଅଙ୍ଗେ ନିଭାଇଛି ଏହାର ଭୟଙ୍କର ପରିଣାମକୁ ସେ କେବେ ବି ଭୁଲି ପାରିବ ନାହିଁ । କାରଣ ଏହି ସମୟରେ ସାରା ବିଶ୍ୱ ଦେଖିଛି ମୃତ୍ୟୁର ତାଣ୍ଡବ ।

ଫାଷ୍ଟ ଫୁଡ୍‌-ଜଙ୍କ ଫୁଡ୍ ଜମାନାରେ ବି କିଛି ଲୋକ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ୍‌ ଅଛନ୍ତି । ସେମାନେ ନିୟମିତ ବ୍ୟାୟାମ କରିବା ସହ ଜିମ୍‌ ଯାଉଛନ୍ତି । ବିଶେଷ କରି ଆମ ସହର ମାନଙ୍କରେ ଏହା ବେଶି ଦେଖାଯାଇଥାଏ । ହେଲେ ସମସ୍ତେ ଜିମ୍ ପାଇଁ ଟଙ୍କା ଖର୍ଚ୍ଚ କରିପାରନ୍ତି କିମ୍ବା ସମୟ ଦେଇ ପାରନ୍ତି ନାହିଁ । ତେବେ ଏହାରି ଭିତରେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ କହିବେ ଆମ ସହରରେ ବି ଏମିତି ହେଲେ କେତେ ଭଲ ହୁଅନ୍ତା ।

ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର: ଏହି ଟ୍ରେନ୍‌ରେ କରିବେ ମାଗଣା ଯାତ୍ରା

ତେବେ ଖବରଟି ହେଲା ଏକ ସହରରେ ବ୍ୟାୟାମ କରିବା ପାଇଁ ଲୋକଙ୍କୁ ଦେବାକୁ ପଡ଼ୁନି ଟଙ୍କା । ଓଲଟି, ଲୋକଙ୍କୁ ମିଳୁଛି ଉପହାର । ବସ୍‌ରେ ଯିବା ପାଇଁ ମିଳୁଛି ମାଗଣା ଟିକଟ । ତେବେ ଆମେ ଏମିତି ସେମିତି ବ୍ୟାୟାମ କଥା କହୁନାହୁଁ । ଆପଣ ମୋଟ ଅଙ୍କର ଟଙ୍କା ଖର୍ଚ୍ଚ କରି ଜିମ୍‌ରେ ଯେଉଁଭଳି ଭାବେ ବିଭିନ୍ନ ଅଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ବ୍ୟାୟାମ କରୁଛନ୍ତି, ଠିକ୍‌ ସେମିତି ମାଗଣା ବ୍ୟାୟାମର ସୁବିଧା ରହିଛି ଏହି ସହରରେ । ଆଉ ସବୁଠୁ ବଡ଼ କଥା ହେଲା ଏଠାରେ ବ୍ୟାୟାମ କରିବା ଦ୍ୱାରା ମିଳୁଛି ମାଗଣା ବସ୍‌ ଟିକଟର ଉପହାର ।

ତେବେ ଏଭଳି ବ୍ୟବସ୍ଥାର ମୂଳ କାରଣ ହେଲା ଲୋକଙ୍କୁ ଫିଟ୍‌ ରହିବା ପାଇଁ ପ୍ରୋତ୍ସାହିତ କରିବା । ମାଗଣା ବସ୍‌ ଟିକଟ ଲୋଭରେ ଲୋକେ ବ୍ୟାୟାମ କରିବା ପାଇଁ ଏବଂ ଫିଟ ରହିବା ପାଇଁ ଆଗ୍ରହ ପ୍ରକାଶ କରିବେ । ଏହି ସମସ୍ତ ପ୍ରକାର ସୁବିଧା ଆପଣଙ୍କୁ ରୋମାନିଆ ସହରରେ ଉପଲବ୍ଧ ହେବ । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଫିଟ୍‌ ରଖିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ।

ଏଭଳି ବ୍ୟାୟାମର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ୨୦ ଥର ସ୍କ୍ୱାଟ୍‌ ମାରିବା ପରେ ତାଙ୍କୁ ଉକ୍ତ ମେସିନ୍‌ ଏକ ବସ୍‌ ଟିକଟ ଦେଉଛି । ଖାଲି ସେତିକି ନୁହେଁ ଆଉ ଏକ ଭିଡିଓରେ ମହିଳା ଜଣକ ସାଇକେଲିଂ କରୁଛନ୍ତି । ୪୦୦ ମିଟର ସାଇକେଲିଂ କରିବା ପରେ ଉକ୍ତ ମେସିନ୍‌ରୁ ଏକ ଟିକଟ ବାହାରୁଛି ଯାହାକୁ ନେଇ ମହିଳା ଜଣକ ଖୁସି ହେଉଛନ୍ତି ।

 

ଏଭଳି ପ୍ରୟାସ ଲୋକଙ୍କୁ ଫିଟ୍‌ ରହିବା ପାଇଁ ପ୍ରୋତ୍ସାହିତ କରିବା ସହ ସମସ୍ତେ ବସ୍‌ ଯାତ୍ରା ପାଇଁ ଆଗ୍ରହ ପ୍ରକାଶ କରିବେ । ଯାହାଦ୍ୱାରା ପରିବେଶର ସନ୍ତୁଳନ ମଧ୍ୟ ରକ୍ଷା ହେବ । ଅଧିକ ଗାଡ଼ି ମଟର ବ୍ୟବହାର କରିବାରୁ ଲୋକେ ବିରତ ରହିବେ ।