• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କି ଖୁସି । ଏତେ ଖୁସି ଯେ କହିଲେ ନସରେ । ଆମେ କୌଣସି ବ୍ୟକ୍ତି କିମ୍ବା କୁନି ପିଲାଙ୍କ କଥା କହୁନାହୁଁ । ଆମେ କହୁଛୁ ଦୁଇ ପଶୁଙ୍କ କଥା । ଆଉ ସେମାନେ ହେଲେ ମରୁଭୂମିର ରାଜା କୁହାଯାଉଥିବା ଓଟ

ଆମେ ସମସ୍ତେ ଦେଖିଛନ୍ତି, କୁନି ପିଲା ବା ଶିଶୁଙ୍କୁ କୌଣସି ନୂଆ ଖେଳନା, ଚକଲେଟ୍ କିମ୍ବା ନୂଆ ଡ୍ରେସ୍‌ ଦେଲେ ସେମାନେ ଭରି ଖୁସି ହୁଅନ୍ତି । ଏମିତିକି ଖୁସିରେ ନାଚି ଉଠନ୍ତି । ଆମେ ଆଜି ଯେଉଁ ଦୁଇ ଓଟଙ୍କ କଥା କହିବୁ ସେମାନେ ବି ଠିକ୍‌ ସେମିତି ଖୁସି ହୋଇ ନାଚି ଉଠିଛନ୍ତି । ଏମିତିକି ଏତେ ଖୁସି ହୋଇଛନ୍ତି ଯେ ଖୁସିରେ ତଳେ ଗଡ଼ି ଯାଉଛନ୍ତି ।

ତେବେ ଆପଣଙ୍କ ମନରେ ଏବେ ପ୍ରଶ୍ନ ଆସୁଥିବ, ସେମାନେ ଏତେ ଖୁସି ହେଲେ କାହିଁକି ? ଆଉ ସେମାନେ ଖୁସିରେ ଗଡ଼ୁଛନ୍ତି ବୋଲି ଆମେ ଜାଣିଲୁ କେମିତି ?

ଏହାର ଉତ୍ତର ହେଲା, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖିଲେ ଆପଣ ବି ଆମ ଭଳି ସମାନ କଥା ଭାବିବେ । ଆଉ ଜାଣିପାରିବେ ଓଟ କାହିଁକି ଏତେ ଖୁସି ହେଉଛି । ଆଉ ସେ ଖୁସିରେ ତଳେ ଗଡ଼ୁଛନ୍ତି କି ନାହିଁ ତାହା ମଧ୍ୟ ଜାଣିପାରିବେ । ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଟ ମାନେ ପାଣି ଦେଖିବା ପରେ ନାଚ କୁଦ କରିବା ସହ ଖୁସି ହେଉଛନ୍ତି । 

ମିଳିଥିବା ସୂଚନା ଅନୁସାରେ, ମରୁଭୂମିରେ ଦୀର୍ଘ ଦିନ ହେବ ଓଟମାନେ ପାଣି ପାଇଁ ଡହଳ ବିକଳ ହେଉଥିଲେ । ଆଉ ହଠାତ୍‌ ପାଣି ଦେଖିବା ପରେ ସେମାନେ ଖୁସି ହେଉଛନ୍ତି । ପାଣି ଅଭାବ ରହିଥିବାରୁ ସେମାନଙ୍କ ପାଇଁ ଏକ ଟ୍ୟାଙ୍କର ମଗାଯାଇଥିଲା । ପାଖା ପାଖି ୨୦ ଗ୍ୟାଲନ ପାଣି ସେହି ଟ୍ୟାଙ୍କରରେ ଥିଲା । ପାଣି ଟ୍ୟାଙ୍କରକୁ ଦେଖି ଓଟମାନେ ତା ପାଖକୁ ଚାଲି ଆସିଥିଲେ । ଟ୍ୟାଙ୍କର ଖୋଲା ହେଉ ହେଉ ସେମାନେ ଖୁସି ହୋଇଯାଇଥିଲେ । ପ୍ରଥମ ଓଟଟି ନାଚିବା ଆରମ୍ଭ କରିଥିଲା । ଏହା ଦେଖି ଆଉ ଗୋଟେ ଓଟ ତଳେ ଗଡ଼ିବାକୁ ଲାଗିଲା।