/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689333736.jpg)
Hanuman Chalisa
ଅଦ୍ଭୁତ ଚୋର । ଚୋରି କରିବାକୁ ଆସି ପଢ଼ିଲା ହନୁମାନ ଚାଳିସା । ଆଉ ଠାକୁରଙ୍କୁ ଦେଲା ଦାନ । ହୁଣ୍ଡିରେ ପକାଇଲା ୧୦ ଟଙ୍କା । ଆଉ ତା ପରେ ଦାନ ବାକ୍ସରୁ ଚୋରି କରିନେଲା ୫୦୦୦ ଟଙ୍କା ନଗଦ । ଆମେ ଏସବୁ କ’ଣ କହୁଛୁ ତାହା ଆପଣ ବୁଝି ପାରୁନଥିବେ । ଆପଣ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ । ଟିକେ ଅପେକ୍ଷା କରନ୍ତୁ,ଆମେ ଆପଣଙ୍କ ଦ୍ୱନ୍ଦ୍ୱ ଦୂର କରିବୁ ।
ପୁରା ଘଟଣାଟି ହେଲା....
ଜଣେ ଚୋର ଚୋରି କରିବା ଉଦେଶ୍ୟରେ ମନ୍ଦିରକୁ ଆସିଲା । ଠାକୁରଙ୍କୁ ପୂଚାର୍ଚ୍ଚନା କରିବା ପାଇଁ ବସିଲା । ସେଠାରେ ବହି ଖୋଲି ହନୁମାନ ଚାଳିସା ପଢ଼ିଲା । ଠାକୁରଙ୍କୁ ଯେମିତି ଭକ୍ତି କରିବା କଥା ସେସବୁ ସମ୍ପନ୍ନ କଲା । ଶେଷରେ ଠାକୁରଙ୍କୁ ୧୦ ଟଙ୍କା ଦାନ ବି କଲା । ଆଉ ତାପରେ ସୁଯୋଗ ଦେଖି ଠାକୁରଙ୍କ ହୁଣ୍ଡିରୁ ୫୦୦୦ ଟଙ୍କା ଚୋରି କରି ନେଲା । ପୁରା ଘଟଣାର ଭିଡିଓ ମନ୍ଦିରରେ ଲାଗିଥିବା CCTVରେ କଏଦ ହୋଇଛି ।
ଅଧିକ ପଢ଼ନ୍ତୁ: ବାପ୍ରେ ବାପ୍ରେ କି ସାହସ ! ୬୦୦୦ କେଜିର ଲୁହା ବ୍ରିଜ୍କୁ ଚୋରି କରିନେଲେ...
ମନ୍ଦିରର ପୁଜାରୀମାନେ ଏହା ଦେଖି ଆଶ୍ଚର୍ଯ୍ୟ । ଖାଲି ମନ୍ଦିର ପୂଜାରୀ କାହିଁକି ଭିଡିଓକୁ ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । ଘଟଣାଟି ହରିୟାଣାର ରେୱାରୀ ମନ୍ଦିରରେ ଘଟିଛି । ଚୋରଟି ପ୍ରଥମେ ନିଜକୁ ଜଣେ ଭକ୍ତ ଭାବେ ସମସ୍ତଙ୍କ ଆଗରେ ପ୍ରତିପାଦିତ କରିଥିଲା। ତାପରେ ସୁଯୋଗ ଦେଖି କଳାକନା ବୁଲାଇଥିଲା ।
ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିବା ସହ CCTV ଫୁଟେଜ୍ ଆଧାରରେ ଚୋରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଏନେଇ ଥାନରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)