Advertisment

Viral Video: ଅଜବ ଘୋଡ଼ା; ମଣିଷ ସହ ହେଉଛି କଥା… ପଚାରିଲେ ଦେଉଛି ଉତ୍ତର

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଘୋଡା ମଣିଷ ସହିତ କଥା ହେଉଛି। ଏହା ପଢି ଆପଣ ଭାବୁଥିବେ ଯେ ଘୋଡ଼ା କିପରି କଥା କହିପାରିବ ? କିନ୍ତୁ ସେ ସିନା ମଣିଷ ଭଳି କଥା କହି ପାରିବ ନାହିଁ କିନ୍ତୁ ଏହା ଏକ ଭିନ୍ନ ଢଙ୍ଗରେ ନିଜର ଭାବନାକୁ ପ୍ରକାଶ କରୁଥିବା ଦେଖାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Talking horse video goes viral on social media

Talking horse video goes viral on social media

ଓଡ଼ିଆରେ ଏକ ଢଗ ଅଛି, ‘କି ହେବ ଶୁଆ ପୋଷିଲେ, ହରି ନାମ ନ ଜପିଲେ, କୃଷ୍ଣ ନାମ ନ ଜପିଲେ…’। ଏଥିରୁ ସ୍ପଷ୍ଟ ଯେ ଶୁଆ କଥା କୁହେ ଆଉ ଏହାକୁ ପ୍ରାୟ ସମସ୍ତେ ଜାଣନ୍ତି। ଅନେକ ଲୋକ ଘରେ ଶୁଆ ପାଳନ୍ତି ଆଉ ତାକୁ କଥା କୁହା ମଧ୍ୟ ଶିଖାନ୍ତି।

Advertisment

ତେବେ ଖାଲି ଶୁଆ ନୁହେଁ ଅନ୍ୟ ପଶୁପକ୍ଷୀମାନେ ମଧ୍ୟ ଶବ୍ଦ କରନ୍ତି ଏବଂ ସେମାନଙ୍କର ଇଚ୍ଛା ମଧ୍ୟ ଥାଏ। ବାସ୍, ସେମାନଙ୍କୁ କେବଳ ଜଣେ ବୁଝିବା ବାଲା ଦରକାର। ଆଜିର ଦୁନିଆରେ, ପଶୁମାନଙ୍କ ମଧ୍ୟରେ କୁକୁର ମଣିଷର ଅତି ନିକଟତର ହୋଇପାରିଛି। କୁକୁର ପୂର୍ବରୁ ବୁଲା ପଶୁରେ ଗଣା ହେଉଥିବା ବେଳେ ବର୍ତ୍ତମାନ ଗୃହପାଳିତ ପଶୁର ସ୍ଥାନ ନେଇଛି ଏବଂ ଏହା ପରିବାରର ସଦସ୍ୟଙ୍କଠାରୁ ମଧ୍ୟ କମ୍ ନୁହେଁ।

ପୋଷା କୁକୁର ଏହାର ମାଲିକର ସବୁ କଥା ବୁଝିଥାଏ ଏବଂ ପାଳନ ମଧ୍ୟ କରେ। ବିଶ୍ୱସ୍ତ ପ୍ରାଣୀମାନଙ୍କ ମଧ୍ୟରେ କୁକୁରର ସ୍ଥାନ ଶୀର୍ଷରେ।

Advertisment

ଅଧିକ ପଢ଼ନ୍ତୁ: ଅବସର ନେବା ବେଳେ ଲୁହ ଗଡେଇ କାନ୍ଦିଲେ AIIMS ଡାକ୍ତର; ଚିକିତ୍ସା ପାଇଁ ପାଇଥିଲେ ପଦ୍ମଶ୍ରୀ

କଥା କହୁଛି ଏହି ଦେଶର ଘୋଡା:

ବର୍ତ୍ତମାନ କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଘୋଡା ମଧ୍ୟ ମଣିଷ ସହିତ କଥା ହେଉଛି। ଏହା ପଢି ଆପଣ ଭାବୁଥିବେ ଯେ ଘୋଡା କିପରି କଥା କହିପାରିବ? ଆପଣ ହୁଏତ ଠିକ ଭାବୁଛନ୍ତି ଯେ ଘୋଡା ବା କିପରି କଥା କହିପାରିବ। କିନ୍ତୁ ସେ ସିନା ମଣିଷ ଭଳି କଥା କହି ପାରିବ ନାହିଁ କିନ୍ତୁ ଏହା ଏକ ଭିନ୍ନ ଢଙ୍ଗରେ ନିଜର ଭାବନାକୁ ପ୍ରକାଶ କରିପାରିବ। ବର୍ତ୍ତମାନ ପାକିସ୍ତାନର ଏହି ଭାଇରାଲ୍‌ ଭିଡିଓରେ ଘୋଡା କଥା କହୁଥିବା ଦେଖିବାକୁ ମିଳିଛି।

ଭିଡିଓ ଭାଇରାଲ୍‌:

ଭାଇରାଲ୍‌ ଭିଡିଓରେ ଏକ କଳା ରଙ୍ଗନ ପଠାନୀ ପିନ୍ଧିଥିବା ଜଣେ ବାଳକ ଏକ ବାଦାମୀ ରଙ୍ଗର ଘୋଡା ସହିତ ଗୋଟିଏ ପଡିଆରେ ଠିଆ ହୋଇଛି ଏବଂ ତା’ ସାମ୍ନାରେ ପଠାନୀ ପିନ୍ଧିଥିବା ଆଉ ଜଣେ ବ୍ୟକ୍ତି ଏହି ଘୋଡା ସହିତ କଥା ହେଉଛନ୍ତି। ଯେତେବେଳେ ଏହି ବ୍ୟକ୍ତି ଜଣଙ୍କ ଘୋଡା ସାମ୍ନାରେ ନିଜର କଥା ରଖନ୍ତି, ଏହି ଘୋଡାଟି ମଧ୍ୟ ନିଜ ଢଙ୍ଗରେ ଚିତ୍କାର କରି ପ୍ରତିକ୍ରିୟା କରେ।

ଅଧିକ ପଢ଼ନ୍ତୁ: ଛାଡପତ୍ର ପରେ ମେହେନ୍ଦୀରେ ବଖାଣିଲେ ଶାଶୁଘର ନିର୍ଯାତନା

ଏହି ବ୍ୟକ୍ତି ଏବଂ ଘୋଡା ମଧ୍ୟରେ କଥାବାର୍ତ୍ତା ସ୍ପଷ୍ଟ ଭାବରେ ଦର୍ଶାଏ ଯେ ଉଭୟ ପରସ୍ପରକୁ ବହୁତ ଭଲ ଭାବରେ ବୁଝୁଛନ୍ତି। ଆପଣ ମଧ୍ୟ ଏହି ଭିଡିଓ ଦେଖିଲେ ଘୋଡାର କଥାକୁ କିଛି ମାତ୍ରାରେ ବୁଝିପାରିବେ। ତେବେ ଘୋଡାର ଏହି ଭାଇରାଲ୍ ଭିଡିଓ ପାକିସ୍ତାନର ବୋଲି କୁହାଯାଉଛି ଏବଂ ଏହି ଭିଡିଓ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ପାଖାପାଖି ୨ ଲକ୍ଷ ଲୋକ ପସନ୍ଦ କରିଥିଲେ।

ତେବେ କଥାବାର୍ତ୍ତା କରୁଥିବା ଘୋଡାର ଏହି ଭିଡିଓର କ୍ୟାପ୍‌ସନ୍‌ରେ ଲେଖା ଯାଇଛି, “ରାଜ ଦୁଲାରା, @ରାଜ ବଖତିୟାର”।


ଲୋକଙ୍କ ପ୍ରତିକ୍ରିୟା:

ଏହି ଭିଡିଓକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ଆଉ ପ୍ରତିକ୍ରିୟା ନ ଦେଇ ରହିପାରୁନି। ଜଣେ ବ୍ୟକ୍ତି କମେଣ୍ଟ୍ ବିଭାଗରେ ମତ ଦେଇ ଲେଖିଛନ୍ତି - ହାଏ ରାଜ ଦୁଲାରା, ଏହାର ଏବଂ ଏହାର ମାଲିକଙ୍କର ଜୀବନ ଦୀର୍ଘ ହେଉ। ଆଉ ଜଣେ ଲେଖିଛନ୍ତି - 'ମାଶାଲ୍ଲାହ, ମାଶାଲ୍ଲାହ'।

କିନ୍ତୁ ଅନେକ ଲୋକ ଘୋଡା ପାଖରେ ଠିଆ ହୋଇଥିବା ବାଳକଟିର ଚାଲାକିକୁ ଧରିନେଇଛନ୍ତି।

ଜଣେ ବ୍ୟକ୍ତି ଏହା ଉପରେ ଲେଖିଛନ୍ତି - ଏହି ବାଳକ ଘୋଡାଟିକୁ ପିଞ୍ଚ୍‌ କରୁଛି ଏବଂ ସେଥିପାଇଁ ଘୋଡା ଚିତ୍କାର କରୁଛି ଏବଂ ଗୋଡକୁ ପିଟୁଛି। ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି - ଏହି ବାଳକ ଘୋଡାଟିକୁ ପଛରୁ ଆଘାତ କରୁଛି ଏବଂ ସେଥିପାଇଁ ସେ କଷ୍ଟରେ ଚିତ୍କାର କରୁଛି।

କେହି କେହି ମଧ୍ୟ ଏହି ଭିଡିଓରେ ସେମାନଙ୍କ ପ୍ରେମ ବର୍ଷା କରୁଥିବାବେଳେ ଆଉ କେହି ଏହି ବାଳକର କାର୍ଯ୍ୟକଳାପ ଉପରେ କମେଣ୍ଟ୍ ପୋଷ୍ଟ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଘର ସାମ୍ନାକୁ ଆସିଗଲା କଳା ନାଗ; ଚାଲିଲା ସାପ-ଆଣ୍ଟିଙ୍କ ସଂଘର୍ଷ

Viral Video Pet Animals
Advertisment
Advertisment