Advertisment

ବିନା ନିମନ୍ତ୍ରଣରେ ଯାଇଥିଲେ, ୫୦ ଜଣଙ୍କ ଖାଇବା ନେଇ ଫେରିଲେ

ମଣ୍ଡପରେ ଥିବା ବରଙ୍କୁ ଭେଟି କହୁଛନ୍ତି, ‘ଆପଣ କିଏ, ଆପଣଙ୍କ ନାଁ କ’ଣ ଆମେ ଜାଣୁନା।

author-image
Chandan Shishu
student goes to party without invitation

student goes to party without invitation

ଅନ୍ୟ ବାହାଘରରେ କେବେ ମାଗଣା ଯାଇ ଖାଇଛନ୍ତି କି? ନିମନ୍ତ୍ରଣ ହୋଇନଥିବ, ହେଲେ ଅତିଥି ହୋଇ ଯାଇଥିବେ... ଧରା ପଡିବା ପରେ କେବେ ଅପଦସ୍ଥ ହୋଇଛନ୍ତି କି? ଆଜିକାଲି ସହର ଭିତରେ ଅନେକ ସମୟରେ ବିଭିନ୍ନ ବାହାଘର ହେଉଥିବା ଦେଖାଯାଉଛି। ହେଲେ ବାହାଘରରେ ନିମନ୍ତ୍ରଣ ହୋଇନଥିବ ହେଲେ ଯୁବକମାନେ ହୁଅନ୍ତୁ କିମ୍ବା ଅନ୍ୟ କିଏ...। ଅନେକ ସମୟରେ ଏମିତି ସ୍ଥିତି ଉପୁଜେ କି ଖାଇବା ବି ସଟ୍‌ ପଡେ। ତେଣୁ ବିନାନିମନ୍ତ୍ରଣ ହୋଇଥିବା ଲୋକଙ୍କ ଉପରେ ବାହାଘର କିମ୍ବା ଉତ୍ସବ ଆୟୋଜନ କରୁଥିବା ଲୋକଙ୍କର ବିଶେଷ ନଜର ରହିଛି। ତେବେ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା।

Advertisment

ଏହା ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଜଣେ ଛାତ୍ର ଭୋଜି ଖାଇବାକୁ ଯାଇ ଜଣେ ଅଜଣା ବ୍ୟକ୍ତିଙ୍କ ବାହାଘର ଉତ୍ସବକୁ ପଶି ଯାଇଥିବା ଦେଖିବାକୁ ମିଳିଛି। ଆଉ ଧରାପଡିବା ପରେ ଛାତ୍ର ଜଣକ ଏହି କଥାକୁ ସ୍ବୀକାର କରୁଥିବାରୁ ତା‌ଙ୍କୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ଛାତ୍ର ମଣ୍ଡପରେ ଥିବା ବରଙ୍କୁ ଭେଟି କହୁଛନ୍ତି, ‘ଆପଣ କିଏ, ଆପଣଙ୍କ ନାଁ କ’ଣ ଆମେ ଜାଣୁନା। ଆମେ ହଷ୍ଟେଲ୍‌ରେ ରହୁ, ଆଜି ରୋଷେଇ ହୋଇନଥିଲା ତ ଖାଦ୍ୟ ଖାଇବାକୁ ଏଠାକୁ ପଳାଇ ଆସିଲୁ। ଆପଣଙ୍କୁ ଏଥିରେ କିଛି ଅଭିଯୋଗ ଅଛି କି?’

ବାସ୍‌ ଯୁବକଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ଆଉ ଯୁବକଙ୍କ କଥା ଶୁଣିବା ପରେ ବର ଜଣକ ଏକଦମ ମଜାକିଆ ଅନ୍ଦାଜରେ କହୁଛନ୍ତି, ‘ତମେ ଖାଇବ ଓ ହଷ୍ଟେଲ୍‌ ପାଇଁ ବି ନେଇକି ଯିବ। ହଷ୍ଟେଲ୍‌ ପାଇଁ ପ୍ରାୟ ୫୦ ଜଣଙ୍କ ପାଇଁ ନେଇକି ଯିବ ନାହିଁ। ତେବେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ସରିବା ପରେ ଦୁଇ ଜଣ ହସୁଛନ୍ତି ଓ ଛାତ୍ର ଜଣକ ବରଙ୍କୁ ବିବାହ ଶୁଭେଚ୍ଛା ବି ଜଣାଉଛନ୍ତି। ଏହି ଭିଡିଓଟି ଟ୍ୱିଟର୍‌ରେ ପୋଷ୍ଟ୍‌ ହେବା ପରେ ୧୩୧.୭ ହଜାର ଭିୟୁ ‌ହୋଇ ସାରିଲାଣି। ତେବେ ଘଟଣା ଯାହା ବି ହେଉ ଭାଇରାଲ ହେଉଥିବା ଭିଡିଓକୁ ନେଇ ଏବେ ଭାରି ଚର୍ଚ୍ଚା।

Advertisment
Viral Video
Advertisment
Advertisment