/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695559215.jpg)
KIIT Bhubneshwar
ହଷ୍ଟେଲ ଖାଦ୍ୟରୁ ବାହାରିଲା ମୃତ ବେଙ୍ଗ । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ହଷ୍ଟେଲ ଖାଦ୍ୟରୁ ଏକ ମୃତ ବେଙ୍ଗ ବାହାରିଛି । ଯାହାକୁ ନେଇ ବର୍ତ୍ତମାନ ଉତ୍ତେଜନା ଦେଖାଦେଇଛି । ପଟିଆ ସ୍ଥିତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏନେଇ କିଛି ଛାତ୍ର ଘଟଣାର ଫଟୋ ଉଠାଇବା ସହ ସୋସିଆଲ ମିଡିଆ ‘X’ ଓ ଇନ୍ଷ୍ଟାଗ୍ରାମ୍ରେ ଫଟୋ ସେୟାର କରିଛନ୍ତି ।
ଜଣେ ଛାତ୍ର ସୋସିଆଲ ମିଡିଆ ‘X’ରେ ଏହି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ଛାତ୍ର ଜଣକ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ଏହି ଘଟଣା ଭୁବନେଶ୍ୱରର । ଭାରତର ଇଞ୍ଜିନିୟରିଂ କଲେଜ ମଧ୍ୟରେ ଏହି କଲେଜ୍ ୪୨ତମ ସ୍ଥାନରେ ରହିଛି । ଅଭିଭାବକମାନେ ନିଜ ପିଲାମାନଙ୍କୁ ଏଠାରେ ପାଠ ପଢ଼ାଇବା ପାଇଁ ପ୍ରାୟ ୧୭.୫ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ବୋଲି ସେ ଲେଖିଛନ୍ତି ।
This is KIT Bhubaneswar, ranked ~42 among engineering colleges in India, where parents pay approx 17.5 lakhs to get their child an engineering degree. This is the food being served at the college hostel.
Then we wonder why students from India migrate to other countries for… pic.twitter.com/QmPaz4mD82
— Aaraynsh (@aaraynsh) September 23, 2023
ଖାଲି ଏତିକି ନୁହେଁ, ଛାତ୍ର ଜଣକ ଆହୁରି କିଛି ଲେଖିଥିବା ଦେଖିବାକୁ ମିଳିଛି । ସେ ଲେଖିଛନ୍ତି, ଏହି କଲେଜ ହଷ୍ଟେଲରେ ଏଭଳି ଖାଦ୍ୟ ଯୋଗାଇଦିଆଯାଏ । ଏପରି ଘଟଣାକୁ ନେଇ ସେ ପ୍ରଶ୍ନ ବାଢ଼ିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ଭାରତର ଛାତ୍ରମାନେ ଉନ୍ନତ ଶିକ୍ଷା ଏବଂ ସୁବିଧା ପାଇଁ ଅନ୍ୟ ଦେଶକୁ କାହିଁକି ଯାଆନ୍ତି ? ଛାତ୍ରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଫଟୋରେ ଖାଦ୍ୟରେ ଗୋଟିଏ ବେଙ୍ଗ ପଡ଼ିଥିବାର ସ୍ପଷ୍ଟ ଦେଖାଯାଉଛି । ତାହା ସହ ସେ କଲେଜ ସର୍କୁଲାର ମଧ୍ୟ ପୋଷ୍ଟ କରିଛନ୍ତି ।
So, this is the value of human life. The hostel where the frog was served, at Bhubaneswar University, in an attempt to do damage control, decided to deduct only one day's payment from the mess provider company! Just wow. pic.twitter.com/2BSDhUwI8I
— Aaraynsh (@aaraynsh) September 24, 2023
ଏପରି ଏକ ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଛି । ଅନେକ ୟୁଜର୍ସ ସେମାନଙ୍କ ମତ ରଖୁଥିବା ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ଏହି ଘଟରା ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଲାଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)