• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ‘ସଳଖ ସୁନ୍ଦର ଭେଣ୍ଡିଆ ଟିଏ ହାତ ଗୋଡ଼ ନାହିଁ ଖଣ୍ଡିଆ ଟିଏ’ । ଏହି କଥା ଏଥିପାଇଁ ଆମେ କହୁଛୁ ଯେ, ଆମ ସମାଜରେ ଅନେକ ଲୋକଙ୍କୁ ଆମେ ଦେଖୁଛେ । ଯେଉଁମାନେ କାମ ଦାମ ନକରି ଭକ୍ଷା ବୃତ୍ତି କରନ୍ତି । ନଚେତ ପର ହାତ ଟେକା ଉପରେ ବେଶି ନିର୍ଭର କରନ୍ତି । ହାତ ଗୋଡ଼ ଠିକ୍‌ ଠାକ୍‌ ଚାଲୁଥିଲେ ବି କୌଣସି କାମ ଧନ୍ଦ ନକରି ଭିକ୍ଷା ମାଗି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ସଂଖ୍ୟା ଆମ ସମାଜରେ ଏବେ ଖୁବ୍‌ ଅଧିକ ।

ତେବେ ଆମେ ଆଜି ଯେଉଁ କଥା କହିବାକୁ ଯାଉଛୁ, ତାହା ଆପଣଙ୍କୁ ଏବଂ ଆମ ସମାଜକୁ ନିଶ୍ଚୟ ପ୍ରେରଣା ଯୋଗାଇବ । ଜଣେ ମହିଳା ଯିଏ କି ବାସ୍ତବରେ ଦିବ୍ୟାଙ୍ଗ । କିନ୍ତୁ ତାଙ୍କ ଚିନ୍ତାଧାରା ଏବଂ ଇଚ୍ଛାଶକ୍ତି ତାଙ୍କୁ ଜଣେ ସକ୍ଷମ ମଣିଷର ପରିଚୟ ଦେଇଛି । ସୋସିଆଲ ମିଡିଆରେ ଆଜି ତାଙ୍କ ପାଇଁ ଖୁବ୍‌ ଚର୍ଚ୍ଚା ହେଉଛି । ଅନେକ ତାଙ୍କୁ ସମାଜ ପାଇଁ ପ୍ରେରଣାଦାୟୀ ବୋଲି କହିଛନ୍ତି । ସୋସିଆଲ ମିଡିଆ ଆଜି ତାଙ୍କୁ ସଲାମ କରୁଛି ।  

SwiggySwiggy

ଲିଙ୍କ୍‌ଡ୍‌ ଇନ୍‌ରେ ଏକ ଭିଡିଓ ପୋଷ୍ଟ ହୋଇଥିଲା । ଯାହା କି ଖୁବ୍‌ ଭାଇରାଲ ମଧ୍ୟ ହୋଇଛି । ଏହାକୁ ଅନେକ ଲାଇକ୍‌ ମଧ୍ୟ ମିଳିଛି । ଆଉ କମେଣ୍ଟ କଥା ତ ନକହିବା ଭଲ । ଭିଡିଓର କମେଣ୍ଟରେ ଉକ୍ତ ମହିଳାଙ୍କୁ ଅନେକ ପ୍ରଶଂସା ମିଳିଛି । କେହି କେହି ସ୍ୱିଗି କମ୍ପାନୀକୁ ସାଧୁବାଦ ଜଣାଇଥିବା ବେଳେ ତାଙ୍କୁ ଡେଲିଭରୀ ଗାର୍ଲ ପୋଷ୍ଟରୁ ନେଇ ଡେସ୍କ ଜବ୍‌ ଦେବାକୁ ଅନୁରୋଧ କରିଛନ୍ତି । ଏମିତିକି ଅନେକ କହିଛନ୍ତି, ଏହି ମହିଳା ହେଉଛନ୍ତି ସେହିମାନଙ୍କ ପାଇଁ ଏକ ଶକ୍ତ ଚାପୁଡ଼ା, ଯେଉଁମାନେ ଛୋଟ ଛୋଟ ବାହାନା କରି ନିଜ ଦାୟିତ୍ୱରୁ ଓହରି ଯାଆନ୍ତି । ସେହିମାନଙ୍କ ପାଇଁ ଉଦାହରଣ ଯେଉଁମାନଙ୍କ ହାତଗୋଡ଼ ସଠିକ୍‌ ଥାଇ ବି ଭିକ୍ଷା ବୃତ୍ତି କରୁଛନ୍ତି ।

ତେବେ ଏହି ଭିଡିଓଟି ଦେଖିଲେ ଆପଣ ବି କହିବେ ଏହା ନିଶ୍ଚୟ ପ୍ରେରଣାଦାୟୀ । ଭିଡିଓରେ ଜଣେ ମହିଳା ମୋଟର ହ୍ୱିଲ୍‌ ଚେୟାରରେ ସ୍ୱିଗି କମ୍ପାନୀର ଡ୍ରେସ୍‌ ପିନ୍ଧି ଖାଦ୍ୟ ହୋମ୍‌ ଡେଲିଭରୀ କରୁଛନ୍ତି । ଯାହାକୁ ଅନେକ ପସନ୍ଦ କରିଛନ୍ତି । ଯିଏ ଏହି ଭିଡିଓ ପୋଷ୍ଟ କରିଛନ୍ତି, ସେଥିରେ ସେ ଲେଖିଛନ୍ତି “ଆପଣ ଅଫିସ୍ ଲେଟ୍‌ରେ ପହଞ୍ଚିଲେ ଅନେକ ବାହାନା କରିଥାନ୍ତି । କିନ୍ତୁ ବାସ୍ତବରେ ଜଣେ ହିରୋ କଠିନ କାମକୁ ଏଡ଼ାନ୍ତି ନାହିଁ,  କୌଣସି ବାହାନା ବି କରନ୍ତି ନାହିଁ ।

ଏହା ପୂର୍ବରୂ ମଧ୍ୟ ଏମିତି ଜଣେ ଜୋମାଟୋ ଡେଲିଭରୀ ବୟଙ୍କ ଭିଡିଓ ଭାଇରାଲ ହୋଇଥିଲା । ତାଙ୍କୁ ନେଇ ମଧ୍ୟ ଅନେକ ପ୍ରଶଂସା କରାଯାଇଥିଲା । କାରଣ ସେ ବି ଜଣେ ଦିବ୍ୟାଙ୍ଗ ଥିଲେ । ମୋଟର ହ୍ୱିଲ୍‌ଚେୟାରରେ ସେ ବି ଖାଦ୍ୟ ହୋମ୍‌ ଡେଲିଭରୀ କରୁଥିଲେ ।