• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏ ମଣିଷ ଚାହିଁଲେ କ’ଣ ବା ନ କରିପାରିବ । ଦୃଢ଼ ଇଚ୍ଛା ଶକ୍ତି ଥିଲେ ମଣିଷ ଅସମ୍ଭବ କାର୍ଯ୍ୟକୁ ବି ସମ୍ଭବ କରି ଦେଖାଇବ । ଆଉ ଏଭଳି ଅନେକ ଉଦାହରଣ ଆମ ଆଖି ସାମ୍ନାରେ ରହିଛି । ଅନ୍ଧ ବି ଚାଲିପାରୁଛି ରାସ୍ତା ଆଉ ପଢ଼ି ପାରୁଛି ବହି । ତେଣୁ ଆମେ ଏଥିରୁ ସ୍ପଷ୍ଟ ଯେ, ଏଇ ମଣିଷର ଇଚ୍ଛା ଶକ୍ତି ଆଗରେ ଭଗବାନଙ୍କ ହୁକୁମତ ବି ଚାଲେ ନାହିଁ, କହିଲେ ଅତ୍ୟୁକ୍ତି ହେବନି । ଠିକ୍‌ ଏମିତି ଏକ ଭିଡିଓ ଆମ ଆଖି ସାମ୍ନାରେ ପଡ଼ିଛି । ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ଅଧିକ ପଢ଼ନ୍ତୁ: ଜନ୍ମରୁ ଗୋଡ଼ ନାହିଁ ହେଲେ ଏମିତି ଖେଳୁଛନ୍ତି ସମସ୍ତେ ତାଜୁବ

ଭିଡିଓଟି ଦେଖିଲେ ଆପଣଙ୍କ ଆଖିରୁ ଲୁହ ଝରିବା ସହ ଖୁସି ମଧ୍ୟ ଲାଗିବ । ଏମିତିକି ଆପଣଙ୍କୁ ପ୍ରେରଣା ମଧ୍ୟ ଯୋଗାଇବ । ଭିଡିଓରେ ଦେଖିବାକୁ ମିଳୁଛି କାହାର ବି ଗୋଡ଼ ନାହିଁ । ହେଲେ ଖେଳୁଛନ୍ତି ଫୁଟ୍‌ବଲ । ପୁରା ଦୁଇଟି ଯାକ ଟିମ୍‌ରେ କାହାର ବି ଗୋଡ଼ ନାହିଁ । ସମସ୍ତେ ଗୋଟିଏ ଗୋଡ଼ରେ ଆଶାବାଡ଼ି ସହ ଖେଳୁଛନ୍ତି ପୁଟ୍‌ବଲ । ଧୁମ୍‌ ଧାମ୍‌ ମାରୁଛନ୍ତି ବଲ୍ । ଗୋଲ ପରେ କରୁଛନ୍ତି ଗୋଲ୍ । ଆଉ ଗୋଲ ହେବା ପରେ ସାଧାରଣ ଖେଳାଳିଙ୍କ ପରି ଖୁସି ବି ମନାଉଛନ୍ତି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯିଏ ବି ଏହି ଭିଡିଓ ଦେଖୁଛି ସିଏ ପ୍ରଶଂସା ନକରି ରହି ପାରୁନି ।

ଏହି ଭିଡିଓ ସେହିମାନଙ୍କୁ ଏକ ଶକ୍ତ ଚାପୁଡ଼ା ବି ଦେବ । ଯେଉଁମାନେ ଗୋଡ଼ ହାତ ସବୁ ଠିକ୍‌ ଥାଇ ବି ନିଜକୁ ଅକର୍ମଣ୍ୟ କରି ରଖିଛନ୍ତି । ଆଉ କିଛି କାମ ଦାମ ନକରି ଭିକ୍ଷା ବୃତ୍ତି କରୁଛନ୍ତି ।

ଏଭଳି ଏକ ପ୍ରେରଣାଦାୟୀ ଭିଡିଓକୁ ଆଇପିଏସ୍‌  ସନ୍ତୋଷ ସିଂହ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଯେଉଁ ଦୁଇଟି ଟିମ୍ ଖେଳୁଛନ୍ତି ସେମାନେ ହେଲେ ସ୍ପେନ୍‌ ଏବଂ ଇଂଲଣ୍ଡ ।