• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ଭୋକ ବିକଳରେ ମଣିଷ କିଛି ବି କରିପାରେ । ଆଉ ଭୋକ ହେଉଥିବା ସମୟରେ ମଣିଷ ସାମ୍ନାରେ କିଛି ବି ଖାଇବା ଜିନିଷ ପଡିଲେ ତାକୁ ବିକଳରେ ଖାଇ ପକାଏ । କାରଣ ଭୋକ ଏମିତି ଏକ ଶବ୍ଦ ଯାହା ଉଣାଅଧିକେ ଆମେ ସମସ୍ତେ ଅନୁଭବ କରିଛନ୍ତି । ହେଲେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ ଆପଣ ବି ବୁଝିପାରିବେ ଭୋକ ହେଉଥିଲେ ମଣିଷ କଣ କରିପାରେ ? ସେହି ଭିଡିଓ ଦେଖିଲେ ଆପଣଙ୍କ ଆଖିରୁ ଆପେ ଲୁହ ଗଡ଼ି ଆସିବ । ଆପଣ ବି କହିବେ ଆଜି ବି ଆମ ସମାଜରେ ଏମିତି ବି ବିତୁଛି ଲୋକଙ୍କ ଜୀବନ ।

ଭାଇରାଲ ଭିଡିଓକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ, ପ୍ରବଳ ଜୋରରେ ବର୍ଷା ହେଉଛି । ଆଉ ସେଇ ବର୍ଷାରେ ଜଣେ ବୃଦ୍ଧ ଗୋଟିଏ ସ୍କୁଟି ତଳେ ବସି କିଛି ଖାଦ୍ୟ ଖାଉଛନ୍ତି । କାଳେ ଖାଇବା ନଷ୍ଟ ହୋଇଯିବ ତେଣୁ ସ୍କୁଟି ସାଇଡ୍‌ରେ ବସି ଭାରି ଯତ୍ନର ସହ ଏକ କାଗଜ ପ୍ଲେଟ୍‌ରେ ତରତର ହୋଇ ଖାଇବା ଖାଉଛନ୍ତି ବୃଦ୍ଧ ଜଣକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ।

ତେବେ ଭିଡିଓଟି ‘ଜିନ୍ଦେଗୀ ଗୁଲ୍‌ଜାର୍‌ ହୈ’ ନାମକ ପେଜ୍‌ରେ ପୋ‌ଷ୍ଟ୍‌ ହୋଇଛି । ଆଉ କ୍ୟାପସନରେ ଲେଖାଯାଇଛି ‘ହେ ଜୀବନ, ତୁମକୁ ନେଇ ବହୁତ ଅଭିଯୋଗ ଥିଲା । ମାତ୍ର ଏହି ଦୃଶ୍ୟକୁ ଦେଖିବା ପରେ ମୁଁ ସମସ୍ତ ଅଭିଯୋଗ ପରିତ୍ୟାଗ କରିଦେଇଲି ।’ ତେବେ ଭିଡିଓକୁ ଦେଖିବା ପରେ ଅନେକ ୟୁଜରମାନେ ଅନେକ କଂମେଟ ଦେଇଛନ୍ତି । ସତରେ ଭୋକ ବେଳେ କେତେ ଯେ କଷ୍ଟ ଲାଗେ ତାହା ଏହି ଭିଡିଓ ଦେଖିଲେ ଆପଣ ବୁଝିପାରିବେ ।