• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚାଲିଥିଲା ଲୋକାଲ୍‌ ଟ୍ରେନ୍‌ । ହଠାତ୍‌ ହାତାହାତି ହେଲେ ଦୁଇ ମହିଳା । ଏମିତି ମାଡଗୋଳ ଲାଗିଲେ ଯେ ପାଖ ମାଡିବାକୁ ସାହସ କଲେନି କେହି । ଜଣେ ଜଣଙ୍କର ଚୁଟିକୁ ଝିଙ୍କୁଥିବା ଦେଖିବାକୁ ମିଳିଛି । ଆଉ ସେମାନଙ୍କର ଏଭଳି ଉଗ୍ର ରୂପ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ କେହି କେହି ଏହାର ଭିଡିଓ କରୁଥିବା ଦେଖିବାକୁ ମିଳିଛି । ତେବେ ଏମିତି ଘଟଣା ଏକ ଲୋକାଲ ଟ୍ରେନ୍‌ରେ ଦେଖିବାକୁ ମିଳିଛି । ସିଟ୍ ପାଇଁ ଦୁଇ ମହିଳାଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଏଇ ବିବାଦ । ମାଡ ଗୋଳ ଏତେ ଅଧିକ ଥିଲା ଯେ, କେହି କାହାକୁ ଛାଡିବାକୁ ନାରାଜ । ସ୍ଥିତି ଏମିତି ହୋଇଥିଲା ଯେ, ଏମାନେ ପୋଲିସ କର୍ମଚାରୀଙ୍କୁ ବି ମାଡ ମାରିଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଥାଣେ-ପାନଭେଲ ଲୋକାଲ ଟ୍ରେନର ବୋଲି ଜଣାପଡିଛି । ରେଳବାଇ ପୋଲିସ୍ ଇନ୍ସପେକ୍ଟରଙ୍କ କହିବା ଅନୁଯାୟୀ ତୁର୍ବେ ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିଲା । ଏକ ସିଟ୍‌ରେ ବସିବା ନେଇ ମହିଳା ଯାତ୍ରୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଧୀରେ ଧୀରେ ସିଟ୍‌ର କଳି ଏମିତି ବଢିଥିଲା ଯେ ପୂରା ବଗିରେ ଖେଳିଯାଇଥିଲା ଆତଙ୍କ ।   

ଟ୍ରେନ୍‌ରେ ମାଡଗୋଳ ଘଟଣା ପରେ ଜିଆରପି ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ଏକ ମାମଲା ବି ରୁଜୁ ହୋଇଛି । ମହିଳାଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଜଣକ ଆହତ ହେବା ପରେ ସେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୋଟିଏ ସିଟ୍ ଖାଲି ଥିବାବେଳେ ଜଣେ ମହିଳା ଯାତ୍ରୀ ଅନ୍ୟ ଜଣେ ମହିଳାଙ୍କୁ ସିଟ୍ ଦେବାକୁ ଚେଷ୍ଟା କରିଥିଲେ । ତେବେ ଆଉ ଜଣେ ମହିଳା ମଧ୍ୟ ସମାନ ସିଟ୍ ଦଖଲ କରିବାକୁ ଚେଷ୍ଟା କରିଥିଲେ । ଏହି ପ୍ରସଙ୍ଗରେ ତିନିଜଣ ମହିଳାଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ଆଉ ଏହି ଯୁକ୍ତିତର୍କ ଏତେ ମାତ୍ରାରେ ବଢିଥିଲା ଯେ ମହିଳାମାନେ ଟ୍ରେନ୍‌ ଭିତରେ ହିଁ ମାଡଗୋଳ ଲାଗିଯାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।