ବାପା ଆଉ ନାହାନ୍ତି ! ହେଲେ ପୁଅ କହୁଛି ଥରେ ଘରକୁ ଆସ..ତାପରେ ପୁଣି ମିଶନରେ ଯାଅ...

ଯବାନଙ୍କ ପରିବାରର ପିଲାମାନେ ବାପାଙ୍କ ବାଟକୁ ସବୁଦିନ ଅପେକ୍ଷା କରି ରହିଥାନ୍ତି । କେତେବେଳେ ବାପା ଆସିବେ... ।

Sahid Jawan

ଫାଦର୍ସ ଡେ’ । ନିଟକରେ ସାରା ବିଶ୍ୱରେ ଫାଦର୍ସ ଡେ’ ପାଳନ ହୋଇଛି । ସମସ୍ତେ ନିଜ ନିଜ ବାପାଙ୍କୁ ମନେ ପକାଇଲେ, ଶୁଭେଚ୍ଛା ଜଣାଇଲେ । ସୋସିଆଲ ମିଡିଆ ଖୋଲିବା ମାତ୍ରେ ଫାଦର୍ସ ଡେ’କୁ ନେଇ ଅନେକ ଫଟୋ ଭିଡିଓ ବାର୍ତ୍ତା ଦେଖିବାକୁ ମିଳିଛି । ହେଲେ ଏହାରି ଭିତରେ ଆଜି ଆମ ଆଖି ସାମ୍ନାରେ ଏମିତି ଏକ କାହାଣୀ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ମନରେ କୋହ ଭରିଯିବ । କଣ୍ଠ ବାସ୍ପରୁଦ୍ଧ ହୋଇଯିବ । ଆଖି ଛଳ ଛଳ ହୋଇଯିବ । ଆଉ ସେଇ ନିଷ୍ପାପ କୁନି ପିଲାଟି ପାଇଁ ଆପଣଙ୍କ ହୃଦୟ କାନ୍ଦି ଉଠିବ ।

କାହାଣୀଟି ହେଲା, ଜଣେ ଯବାନଙ୍କର ଆଉ ତାଙ୍କ ପୁଅର । ଭାରତୀୟ ଯବାନ ମାନେ ଆଜି ସୀମାରେ ୨୪ ଘଣ୍ଟା ପ୍ରହରା ଦେଉଥିବାରୁ ଆମେ ଆଜି ଏଠି ସୁରକ୍ଷିତ ଓ ଶାନ୍ତିରେ ଶୋଇପାରୁଛନ୍ତି । ହେଲେ ସେହି ଯବାନଙ୍କ ପରିବାରର ପିଲାମାନେ ବାପାଙ୍କ ବାଟକୁ ସବୁଦିନ ଅପେକ୍ଷା କରି ରହିଥାନ୍ତି । କେତେବେଳେ ବାପା ଆସିବେ... ।

ଅଧିକ ପଢ଼ନ୍ତୁ: ସେ ସିନା ଚାଲିଗଲା, ପଛରେ ଛାଡ଼ି ଦେଇଗଲା ଆଖି ...

ଠିକ୍‌ ଏମିତି ଏକ କାହାଣୀ, ଜଣେ ଯବାନ ସୀମାରେ ସହିଦ ହୋଇସାରିଛନ୍ତି । ହେଲେ ଘରେ କୁନି ପୁଅ ବାପାଙ୍କର ଫେରିବା ବାଟକୁ ଚାହିଁ ରହିଛି । ଆଉ ବାପାଙ୍କ ମୋବାଇଲକୁ ବାରମ୍ବାର ମେସେଜ୍‌ ବି କରୁଛି । ବାପା ତମେ ଘରକୁ ଆସ... ଥରେ ଆସିକି ପୁଣି ମିଶନରେ ଯାଅ.. ହେଲେ ଏବେ ଥରେ ଘରକୁ ଆସ... । ବାପାଙ୍କ ମୋବାଇଲକୁ ଏଇଭଳି ବାରମ୍ବାର ଭଏସ୍‌ ମେସେଜ୍‌ ପଠାଉଛି ପୁଅ । କିନ୍ତୁ ସେ ଜାଣିନି.. ତାର ବାପା ଆଉ ଏ ଦୁନିଆରେ ନାହାନ୍ତି ।

କୁନି ପୁଅର ବାପା ପ୍ରତି ଥିବା ଏଭଳି ଭଲପାଇବା ଦେଖି ପରିବାର ଲୋକ ମଧ୍ୟ ତାଙ୍କୁ ସତ କଥା କହୁନାହାନ୍ତି । କାଳେ ପୁଅର ମନ ଭାଙ୍ଗିଯିବ...

ଏହି ଯବାନ ଜଣକ ହେଉଛନ୍ତି କର୍ଣ୍ଣେଲ ମନପ୍ରୀତ ସିଂ । ସେ ଗତ ବର୍ଷ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । କିନ୍ତୁ ତାଙ୍କର ସାତ ବର୍ଷର ପୁଅ କବୀର ଏବେ ମଧ୍ୟ ବାପାଙ୍କୁ ଅପେକ୍ଷା କରିଛନ୍ତି । କିଛି ଦିନ ପୂର୍ବରୁ ପିତା କର୍ଣ୍ଣେଲ ସିଂଙ୍କ ନମ୍ବରକୁ ଏକ ଭଏସ୍‌ ମେସେଜ୍‌ ପଠାଇଥିଲେ କବୀର।

ଅଧିକ ପଢ଼ନ୍ତୁ: ୩ ଜଣଙ୍କୁ ବଞ୍ଚାଇଦେଲା ବର୍ଷକର ପିଲା; ବାପା-ମାଆଙ୍କୁ କନ୍ଦାଇଲା, ଅନ୍ୟଙ୍କୁ ହସାଇଲା

ଆତଙ୍କବାଦୀଙ୍କ ସହ ତୀବ୍ର ମୁକାବିଲା

କବୀର ମାଅଙ୍କଠାରୁ ଲୁଚି, ବାପାଙ୍କ ନମ୍ବରକୁ ଏପରି ଅନେକ ଫୁସ୍‌ଫୁସ୍‌ ହୋଇ ଅନେକ ଭଏସ୍‌ ମେସେଜ୍‌ ପଠାଇଛନ୍ତି । ଅନେକ ଥର ଭିଡିଓ କଲ କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି କବୀର । କର୍ଣ୍ଣେଲ ସିଂଙ୍କ ଶେଷ ମିଶନ ଗତ ବର୍ଷ ୧୩ ସେପ୍ଟେମ୍ବରରେ ଥିଲା । ଯେତେବେଳେ ସେ ଅନ୍ୟ ସୈନିକମାନଙ୍କ ସହ ଗାଡୁଲ ଗାଁର ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ତୀବ୍ର ମୁକାବିଲା କରିଥିଲେ।

ନିଜର ସାହସ ଓ ବୀରତ୍ୱ ସତ୍ତ୍ୱେ କର୍ଣ୍ଣେଲ ସିଂ, ମେଜର ଆଶିଷ ଧୋଂଚକ୍, ଜାମ୍ମୁ କାଶ୍ମୀର ପୋଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ହୁମାୟୁନ ଭଟ ଏବଂ କନଷ୍ଟେବଳ ପ୍ରଦୀପ ସିଂହ ଏହି ମିଶନରେ ସହିଦ ହୋଇଛନ୍ତି ।